"ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୪୫ କ ଧାଡ଼ି:
|footnotes =
}}
'''ଅଲ ଇଣ୍ଡିଆ ରେଡ଼ିଓ''' ('''AIR''', ସରକାରୀ ଭାବେ '''ଆକାଶବାଣୀ''' ନାମରେ ପରିଚିତ, ଅର୍ଥ ''ଆକାଶର ବାଣୀ''), [[ଭାରତ]]ର ଜାତୀୟ [[ଆଞ୍ଚଳିକ ପ୍ରସାରଣ|ଆଞ୍ଚଳିକ]] ରେଡ଼ିଓ ପ୍ରସାରଣ ସେବା ଓ [[ପ୍ରସାର ଭାରତୀ]]ର ଏକ ଅଂଶ । ୧୯୩୦ରେ ସ୍ଥାପିତ<ref name=Milestones>{{cite web|url=http://allindiaradio.gov.in/Profile/Milestones |title=Milestones of AIR (official website) |publisher=All India Radio |accessdate=13 January 2013}}</ref> ଏହି ସଂସ୍ଥା ପ୍ରସାର ଭାରତୀର ଟେଲିଭିଜନ ପ୍ରସାରଣ ସେବା [[ଦୂରଦର୍ଶନ]]ର ଏକ ସହଯୋଗୀ ଅନୁଷ୍ଠାନ । ଅଲ ଇଣ୍ଡିଆ ରେଡ଼ିଓ ପୃଥିବୀର ବିଶାଳତମ ରେଡ଼ିଓ ପ୍ରସାରଣ ସେବାମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ମୁଖ୍ୟ କାର୍ଯ୍ୟାଳୟ [[ନୂଆ ଦିଲ୍ଲୀ]] ଠାରେ [[ଆକାଶବାଣୀ ଭବନ]]ରେ ଅବସ୍ଥାପିତ ଯେଉଁଠାରେ ଆକାଶବାଣୀର ନାଟକ ଓ ଏଫଏମ ବିଭାଗ ଏବଂ ଜାତୀୟ ସେବାର କାର୍ଯ୍ୟକ୍ରମମାନ ହୋଇଥାଏ ।
 
== ଆଞ୍ଚଳିକ ସେବା ==
ସମଗ୍ର ଦେଶରେ ବର୍ତ୍ତମାନ ୪୦୦ ରୁ୪୦୦ରୁ ଉର୍ଦ୍ଧ୍ଵ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ଆଞ୍ଚଳିକ ପ୍ରସାରଣ ତଥା ଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । [[ଓଡ଼ିଶା]]ରେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର]]ରେ [[ତେଲୁଗୁ ଭାଷା|ତେଲୁଗୁ]], [[ପଶ୍ଚିମବଙ୍ଗ]]ରେ [[ବଙ୍ଗଳା ଭାଷା|ବଙ୍ଗଳା]], [[ମହାରାଷ୍ଟ୍ର]]ରେ [[ମରାଠୀ]] ଓ [[ଗୁଜରାଟ]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଭାଷାରେ ପ୍ରସାରଣ ହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକ ଠାରେକଟକଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜୟପୁରରେ ମଧ୍ୟ ଆଞ୍ଚଳିକ ବା ପ୍ରାଥମିକ ଚ୍ୟାନେଲ ରହିଛି। କଟକ ଠାରେକଟକଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା ୧୯୬୩ ତଥା ୧୯୬୪ ମସିହାରେ ସ୍ଥାପିତ ହୋଇଛି । ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଆକାଶବାଣୀ ଜୟପୁର କେନ୍ଦ୍ର ଓଡ଼ିଆ ବ୍ୟତୀତ [[ଦେଶିଆ ଓଡ଼ିଆ|ଦେଶିଆ]], [[କନ୍ଧ ଭାଷା|କନ୍ଧ]] ତଥା [[ସଉରା ଭାଷା|ସଉରା]] ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର [[ବଲାଙ୍ଗୀର]], [[ବ୍ରହ୍ମପୁର]], [[ବାରିପଦା]], [[ଭବାନୀପାଟଣା]], [[ପୁରୀ]], [[ଜୋରନ୍ଦା]], [[କେଉଁଝର]] ଓ [[ରାଉରକେଲା]] ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି ।
ଆକାଶବାଣୀ ଜୟପୁର: ଜୁନ୍ ୨୮, ୧୯୬୪ରେ ପ୍ରତିଷ୍ଠିତ । କେନ୍ଦ୍ରର ପ୍ରସାରଣ ମିଡିଅମ୍ ଵେଭ୍ରେ ୨୦୪.୫ ମିଟର ତଥା ୧୪୬୭ କିଲୋହର୍ଜ୍ ଯୋଗେ ପ୍ରସାରିତ ହେଉଥିବା ବେଳେ ସମଗ୍ର ଓଡ଼ିଶାର ଏକମାତ୍ର ଷର୍ଟଵେଭ୍ ଷ୍ଟେସନ୍ ଭାବରେ ସକାଳ ଓ ସାନ୍ଧ୍ୟ ଅଧିବେଶନ ୬୦ ମିଟର୍ ତଥା ୫୦୪୦ କିଲୋହର୍ଜ ଏବଂ ଦିନବେଳେ(ସକାଳ ୧୦ ରୁ୧୦ରୁ ଅପରାହ୍ଣ ୫ ମଧ୍ୟରେ) ୪୯ ମିଟର ତଥା ୬୦୫୦ କିଲୋହର୍ଜ୍ ଯୋଗେ ପ୍ରସାରଣ କରୁଛି । ଏହାଛଡା କେନ୍ଦ୍ରର ଏଫ୍ ଏମ୍ ପ୍ରସାରଣ ମଧ୍ୟ ୧୦୨ ମେଗାହର୍ଜରେ ଉପଲବ୍ଧ ହେଉଛି ।
 
== ଆଧାର==