"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୨ କ ଧାଡ଼ି:
'''ଅସହଯୋଗ ଆନ୍ଦୋଳନ''' [[ମହାତ୍ମା ଗାନ୍ଧୀ]]ଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା। କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ।
==ସୂତ୍ରପାତ==
ପ୍ରଥମତଃ ଭାରତୀୟମାନେ [[ପ୍ରଥମ ବିଶ୍ଵଯୁଦ୍ଧ]]ରେ [[ଇଂଲଣ୍ଡ]] କୁ ଅକାରଣରେ ସାହାଯ୍ୟ କରିଥିଲେ। ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ଵଯୁଦ୍ଧ ପରେ ଇଂରେଜ ସରକାର [[ସ୍ଵାୟତ ଶାସନ]] ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ। କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ। ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ। ରାଓଲାତ୍ ଆଇନ ପରେ [[ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ]], ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା। ୧୯୧୯ ମସିହା ଏପ୍ରିଲ ମାସରେ [[ପଞ୍ଜାବ]]ର [[ଜାଲିଆନାୱାଲାବାଗ]]ରେ [[ଜେନେରାଲ୍ ଡାୟାର]] ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ। ଗାନ୍ଧିଜୀ ଓ [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ। ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ଵାସକୁ ପରିବର୍ତ୍ତନ କଲା। ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥପନ"।
 
୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା। [[ବାଲ୍ ଗଙ୍ଗାଧର ତିଳକ]]ଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ଵ ପଡିଥିଲା ଗାନ୍ଧିଜୀଙ୍କ ଉପରେ। ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ। ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କ ଦ୍ୱାରା ସମର୍ଥନ ଲାଭ କରିଥିଲା। ଏହିପରି ଉପରୋକ୍ତ ଘଟଣାମାନଙ୍କ ଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।