"ଅମୃତା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୧୪ କ ଧାଡ଼ି:
 
===ଆନ୍ଦୋଳନ ତେଜିଲା===
ଅମୃତା ଦେବୀଙ୍କ ବଳିଦାନ କଥା ବିଜୁଳି ବେଗରେ ଆଖପାଖ ଗାଁ କୁଗାଁକୁ ଖେଳି ଗଲା । ସେ ଗାଁ ଛଡା ଆଉ ୮୩ଟି ବିଶ୍ନୋ‍ଈ ଗାଁର ଲୋକେ ଏକାଠି ହେଲେ । ଚାରିଟି ଜୀବନର ବଳିଦାନ ପରେ ବି ଗଛକଟା ଚାଲୁ ରହିଥିବାରୁ ନିଷ୍ପତ୍ତି ନିଆଗଲା ଯେ ସେମାନେ ମଧ୍ୟ ଅମୃତା ଦେବୀଙ୍କ ଭଳି ଗଛକୁ କୁଣ୍ଢାଇ ଧରିବେ । ଗୋଟିଏ ଗଛ ପିଛା ଜଣେ ବିଶ୍ନୋ‌ଈ ପ୍ରାଣ ଦେବ ।
 
ପ୍ରଥମେ ପ୍ରଥମେ ବୁଢା ଲୋକମାନେ ସ୍ୱେଚ୍ଛାରେ ନିଜର ଜୀବନ ଦେଲେ, କିନ୍ତୁ ଫଳାଫଳ କିଛି ହେଲାନାହିଁ । ବରଂ ରାଜାଙ୍କ ଗୋଷ୍ଠୀର ମୁଖିଆ ’ହାକିମ’ ଓଲଟି କହିଲେ ଯେ ବୁଢା ମାନଙ୍କୁ ବଳି ଦେଇ ବିଶ୍ନୋ‌ଈ ମାନେ ନିଜ ନିଜ ବୃଦ୍ଧଙ୍କ ଭାର କମେଇ ଦ‍ଉଛନ୍ତି । ପରେପରେ ଯୁବକ, ଯୁବତୀ ଏପରିକି ବାଳୁତ ପିଲାମାନେ ମଧ୍ୟ ନିଜର ଜୀବନ ଦେଲେ । ଏପରି ମାତ୍ରାରେ ଗଣହତ୍ୟା ହେଲା ଯେ ଶେଷକୁ ରାଜାଙ୍କ ଲୋକଙ୍କୁ ନିଜ କାମ ରୋକି ଯୋଧପୁର ଫେରିଯିବାକୁ ହେଲା । ସେଯାଏ ସର୍ବମୋଟ ୩୬୩ ଜଣ ବିଶ୍ନୋ‌ଈ ବୃକ୍ଷର ସୁରକ୍ଷା ଲାଗି ଶହୀଦ୍ ହୋ‍ଇଥିଲେ । ଏହା ଶୁଣିବା ପରେ ମହାରାଜ ଆଉ ଗଛକଟା ବନ୍ଦ କରିବା ଲାଗି ଆଦେଶ ଦେଲେ ।