"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୯୮ କ ଧାଡ଼ି:
ଜାନୁଆରୀ ୧୯୪୫ ବେଳେ ସେ ନିଜ ଅଣ୍ଟା ବ୍ୟଥା ଲାଗି ଆରିଜୋନାର କାସଲ ହଟ ସ୍ପ୍ରିଂ ନାମକ ରେସର୍ଟ ଓ ସେନା ହାସପାତାଳରେ ତିନିମାସ କାଳ କାଟିଥିଲେ । ୧୯୪୫ରେ ଜାପାନର ଆତ୍ମସମର୍ପଣର କିଛି ଦିନ ପୂର୍ବେ ହିଁ ତାଙ୍କୁ ସେନାରୁ ସେନା ଡ୍ୟୁଟିରୁ ପୂର୍ଣ୍ଣ ମୁକ୍ତି ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ମିଳିଥିବା ପଦକ ଗୁଡ଼ିକ ହେଲା: ପର୍ପଲ ହାର୍ଟ, ଆମେରିକାନ ଡିଫେନ୍ସ ସର୍ଭିସ ମେଡାଲ, ଆମେରିକାନ କାମ୍ପେନ ମେଡାଲ, ଏସିଆଟିକ-ପାସିଫିକ କାମ୍ପେନ ମେଡାଲ, ତିନିଟି ବ୍ରୋଞ୍ଜ ସର୍ଭିସ ଷ୍ଟାର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ମେଡାଲ । ଥରେ କେନେଡ଼ିଙ୍କୁ ପଚରାଗଲା ଯେ ସେ କିପରି ଯୁଦ୍ଧ ହିରୋ ହେଲେ, ସେ ବ୍ୟଙ୍ଗରେ ଉତ୍ତର ଦେଲେ "ସେଇଟା ଅତି ସହଜ ଥିଲା । ଜାପାନୀ ମାନେ ମୋ PT ବୋଟକୁ ଦୁଇ ଖଣ୍ଡ କରିଦେବାରୁ (ମୁଁ ହିରୋ ପାଲଟିଗଲି) ।"
 
ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟ ଙ୍କହର୍ଷ୍ଟଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହା ଦ୍ୱାରା କେନେଡ଼ି ଜନମାଧ୍ୟମରେ ପରିଚିତ ହେବା ସହ କୂଟନୀତିରେ ପାରଙ୍ଗମ ହେଲେ । ସେହି ମେରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତା ରୂପେ କାର୍ଯ୍ୟ କରିଥିଲେ ।
 
==ସଂସଦରେ କେନେଡ଼ି==
===ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ସ (୧୯୪୭-୧୯୫୩)===
କେନେଡ଼ି ସେନାରେ ଥିଲା ବେଳେ ତାଙ୍କ ବଡ଼ ଭାଇ ଜୋ ଜୁନିଅର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲିଶ ପ୍ରଣାଳୀରେ ପ୍ରାଣ ହରାଇଲେ । କେନେଡ଼ି ପରିବାର ରାଜନୀତିରେ ଜଡ଼ିତ ଥିଲା ଓ ଜୋ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବେ ଓ ଦିନେ ରାଷ୍ଟ୍ରପତି ପଦବୀ ଯାଏଁ ଯିବେ ବୋଲି ତାଙ୍କ ପିତା ଆଶା ପୋଷଣ କରିଥିଲେ । ତେଣୁ ଜୋ ଙ୍କଜୋଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ କେନେଡ଼ିଙ୍କ ଉପରେ ପଡ଼ିଲା ।
 
୧୯୪୬ରେ ମାସାଚୁସେଟ୍ସର ୧୧ତମ ନିର୍ବାଚନ ମଣ୍ଡଳୀର ନିମ୍ନ ସଦନର ପ୍ରତିନିଧି ଜେମ୍ସ ମାଇକେଲ କର୍ଲି, କେନେଡ଼ିଙ୍କ ପିତାଙ୍କ ଉପଦେଶାନୁସାରେ ବୋଷ୍ଟନର ମେୟର ହେବା ଲାଗି ନିଜ ସଂସଦୀୟ ଆସନ ଖାଲି କଲେ । ନିର୍ବାଚନ ମଣ୍ଡଳୀର ପ୍ରାୟ ଲୋକ ଡେମୋକ୍ରାଟ ସମର୍ଥକ ହୋ‍ଇଥିବାରୁ କେନେଡ଼ି ଏହି ଆସନ ଲାଗି ନିର୍ବାଚନ ଲଢ଼ିଲେ ଓ ଅତି ସହଜରେ ବିପୁଳ ବ୍ୟବଧାନରେ ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କଲେ । ସେ ଛ‍ଅ ବର୍ଷ ସଂସଦର ନିମ୍ନ ସଦନରେ ସଭ୍ୟ ରହିଲେ ।
୧୧୧ କ ଧାଡ଼ି:
ତା ପର ଦୁଇ ବର୍ଷ ନିଜ ଅଣ୍ଟା ଲାଗି ତାଙ୍କର ବାରମ୍ବାର ମେରୁହାଡ଼ ଓ ସୁଷୁମ୍ନାକାଣ୍ଡ ଅସ୍ତ୍ରୋପଚାର ହୋ‍ଇଥିଲା ଏଣୁ ସେ ପ୍ରାୟ ସଂସଦରୁ ଅନୁପସ୍ଥିତ ରହୁଥିଲେ । କିଛି ସମୟରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋ‍ଇଥିଲା ଯେ ତାଙ୍କର କ୍ୟାଥଲିକ ବିଧିରେ ମୃତ୍ୟୁ ପୂର୍ବ ଶେଷକୃତ୍ୟ କରାଯାଇଥିଲା କିନ୍ତୁ ଶେଷରେ ସେ ମୃତ୍ୟୁକୁ ପରାସ୍ତ କରି ସକ୍ରିୟ ଜୀବନ କୁ ଫେରି ଆସିଥିଲେ । ବିରତି ସମୟରେ ତାଙ୍କ ଲିଖିତ "Profiles in Courage", ଯେଉଁଥିରେ ନିଜ ବ୍ୟକ୍ତିଗତ ବିଶ୍ୱାସ ଲାଗି ନିଜ କ୍ୟାରିୟରକୁ ମଧ୍ୟ ବିପନ୍ନ କରିଥିବା ଆମେରିକୀୟ ସାଂସଦ ମାନଙ୍କ କଥା ଲେଖା ଥିଲା, ତାହା ୧୯୫୭ରେ ପୁଲିଜର ପୁରସ୍କାର ଲାଭ କରିଥିଲା । ଏହି ପୁରସ୍କାର ପାଇବାରେ ସେ ଏକମାତ୍ର ଆମେରିକୀୟ ରାଷ୍ଟ୍ରପତି । ପରେ ଗୁଜବ ଉଠିଥିଲା ଯେ ଏହାକୁ ଲେଖିବାରେ ତାଙ୍କ ପରାମର୍ଶଦାତା ଓ ବକ୍ତୃତାଲେଖକ ଟେଡ଼ ସୋରେନସନ ସାହାଯ୍ୟ କରିଥିଲେ । ୨୦୦୮ରେ ପ୍ରକାଶିତ ସୋରେନସନଙ୍କ ଆତ୍ମଜୀବନୀ ରୁ ଏହା ପ୍ରମାଣିତ ମଧ୍ୟ ହେଲା ।
 
୧୯୫୬ରେ ଜାତୀୟ ଡେମୋକ୍ରାଟିକ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ଆଡ଼ଲାଇ ଷ୍ଟିଭେନସନ, ଭୋଟ ଦ୍ୱାରା ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ଲାଗି ପ୍ରସ୍ତାବ ଦେଲେ । ଏଥିରେ କେନେଡ଼ି, ଟେନେସିର ସାଂସଦ ଏସ୍ତେସ କେଫାଉଭର ଙ୍କକେଫାଉଭରଙ୍କ ପଛରେ ଦ୍ୱିତୀୟ ହେଲେ । ହାରିଥିଲେ ମଧ୍ୟ କେନେଡ଼ି ଗଣମାଧ୍ୟମ ଯୋଗେ ଦେଶବ୍ୟାପୀ ପରିଚିତି ଲାଭ କଲେ । ତେବେ ତାଙ୍କ ପିତାଙ୍କ ମତରେ ଏହା ହିଁ ତାଙ୍କୁ ସୁହାଇଥିଲା କାରଣ ସେଥର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଆଇଜେନହାୱାର, ତତ୍କାଳୀନ ଆମେରିକାର ସର୍ବପ୍ରିୟ ବ୍ୟକ୍ତି । ତାଙ୍କ ବଳରେ ସେଥର ରିପବ୍ଲିକାନ ଦଳ ଜିତିବା ପ୍ରାୟ ନିଶ୍ଚିତ ଥିଲା । ତେଣୁ କେନେଡ଼ି ଯେ ଏହି ହାରରେ ସଂଶ୍ଳିଷ୍ଟ ନହେଲେ ତଥାପି ଡେମୋକ୍ରାଟିକ ଦଳର ଭବିଷ୍ୟତ ରାଷ୍ଟ୍ରପତି ଆଶାୟୀ ରୂପେ ପରିଚିତି ଲାଭ କଲେ ତାହା ହିଁ ସର୍ବଶ୍ରେଷ୍ଠ ବୋଲି କେନେଡ଼ିଙ୍କ ପିତା ତାଙ୍କୁ ବୁଝାଇଥିଲେ ।
 
ସଂସଦରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ସେନେଟରେ ଆସିଥିବା ରାଷ୍ଟ୍ରପତି ଆଇଜେନହାୱାରଙ୍କ ନାଗରିକ ଅଧିକାର ଆଇନ ୧୯୫୭ ସମ୍ବନ୍ଧରେ ଥିଲା । ଆଇନର ଶୀର୍ଷକ-୩ ଲାଗି ସେ ଭୋଟ ଦେଲେ କିନ୍ତୁ ବହୁମତ ନେତା ଲିଣ୍ଡନ ବି. ଜନସନ ମଧ୍ୟମାର୍ଗ ରୂପେ ଏହି ବିଧାନକୁ ପରିତ୍ୟାଗ କରିବା ଲାଗି ସମର୍ଥନ କଲେ । ଆଇନର ଶୀର୍ଷକ-୪ (ଜୁରୀ ଟ୍ରାଏଲ ଆମେଣ୍ଡମେଣ୍ଟ) ଲାଗି ମଧ୍ୟ କେନେଡ଼ି ଭୋଟ ଦେଇଥିଲେ । ସେହି ସମୟରେ ନାଗରିକ ଅଧିକାର ସମର୍ଥକ ମାନେ ଏହାକୁ ସମାଲୋଚନା କରିଥିଲେ ଯେ ଏହାଦ୍ୱାରା ଆଇନଟିର ଶକ୍ତି କ୍ଷୁଣ୍ଣ ହେବ । ଶେଷରେ ସେପ୍ଟେମ୍ବର ୧୯୫୭ରେ ସଂଶୋଧିତ ମଧ୍ୟମାର୍ଗ ଆଇନ ଗୃହୀତ ହେଲା ।
୧୨୪ କ ଧାଡ଼ି:
ସେଥର ଡେମୋକ୍ରାଟ ସମ୍ମିଳନୀରେ ସେ ତାଙ୍କର ପ୍ରସିଦ୍ଧ "ନୂତନ ସୀମାନ୍ତ" ଭାଷଣ ଦେଇଥିଲେ ଯାହାର ସାର ଥିଲା: "ଯେହେତୁ ଆଜିର ସବୁ ସମସ୍ୟାର ସମାଧାନ ହୋ‍ଇପାରି ନାହିଁ ଓ ସବୁ ଯୁଦ୍ଧରେ ଏଯାବତ୍ ବିଜୟ ହୋ‍ଇନାହିଁ -- ଆଉ ତା ସହ ଆମେ ଆଜି ଏକ ନୂତନ ସୀମାନ୍ତର ସୀମାରେଖାରେ ଛିଡ଼ା ହୋ‍ଇଛେ... କିନ୍ତୁ ଯେଉଁ ନୂତନ ସୀମାନ୍ତର କଥା ମୁଁ ଆଜି କହୁଛି ତାହା କୌଣସି ପ୍ରତିଶ୍ରୁତି ନୁହଁ --ବରଂ ତାହା ଏକ ପ୍ରକାରର ଆହ୍ୱାନ । ମୋଟରେ ମୁଁ ଆମେରିକାର ଜନତାଙ୍କୁ କଣ ଦେଉଛି ଏହା ତା’ସାର ନୁହଁ ବରଂ ମୁଁ ସେମାନଙ୍କ ଠାରୁ କ’ଣ ଆଶା କରେ ଏହା ତା’ରି ସାର ।"
 
ହମ୍ଫ୍ରି ଓ ମୋର୍ସଙ୍କ ପରାଜୟ ପରେ ଲସ ଆଞ୍ଜେଲେସ ସମ୍ମିଳନୀରେ କେନେଡ଼ିଙ୍କ ପ୍ରଧାନ ପ୍ରତିଦ୍ୱନ୍ଦୀ ଥିଲେ ଟେକ୍ସାସର ଲିଣ୍ଡନ ବି. ଜନସନ । କେନେଡ଼ି ତାଙ୍କ ସହ ଆଡ଼ଲାଇ ଷ୍ଟିଭେନସନ (୧୯୫୨ ଓ ୧୯୫୬ର ଡେମୋକ୍ରାଟ ପ୍ରାର୍ଥୀ), ଷ୍ଟୁଆର୍ଟ ସିମିଙ୍ଗଟନ ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଜୁଲାଇ ୧୩ରେ ଡେମୋକ୍ରାଟ ସମ୍ମିଳନୀରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚିତ ହେଲେ । କେନେଡ଼ି ଦଳର ଅନ୍ୟ ଉଦାରପନ୍ଥୀ ସମର୍ଥକ ଓ ନିଜ କର୍ମୀ (ତାଙ୍କ ନିଜ ଭାଇ ବବିଙ୍କ ସହ) ଙ୍କ ବିରୋଧ ସତ୍ତ୍ୱେ ଜନସନଙ୍କୁ ନିଜର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ ।
 
୧୯୧୬ ପରେ ଏହି ରାଷ୍ଟ୍ରପତି ନିର୍ବାଚନ ବେଶ୍ କଣ୍ଟାକଣ୍ଟି ହବାର ସମ୍ଭାବନା ଥିଲା ଏଣୁ ଦକ୍ଷିଣାଞ୍ଚଳରେ ଜନସନଙ୍କ ଥିବା ବିପୁଳ ସମର୍ଥନ କେନେଡ଼ିଙ୍କୁ ଆବଶ୍ୟକ ଥିଲା । ପ୍ରମୁଖ ଆଲୋଚନାର ବିଷୟ ଥିଲା: ଧୀମେଇ ଯାଇଥିବା ଅର୍ଥନୀତିର ପୁନରୁତ୍ଥାନ, କେନେଡ଼ିଙ୍କ ରୋମାନ କ୍ୟାଥଲିକ ଧର୍ମ, କ୍ୟୁବା ଓ ସୋଭିଏତ ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଯେପରି ଆମେରିକାର କାର୍ଯ୍ୟକ୍ରମକୁ ପଛରେ ନ ପକାଇ ଦିଏ । ତାଙ୍କ ରୋମାନ କ୍ୟାଥଲିକ ଧର୍ମ ଯେ ତାଙ୍କ ନୀତି ନିର୍ଦ୍ଧାରଣରେ ବାଧା ହେବନାହିଁ ତାହା ସ୍ପଷ୍ଟ କରିବା ଲାଗି ସେ ଥରେ ୧୨ ସେପ୍ଟେମ୍ବର ୧୯୬୦ରେ ଗ୍ରେଟର ହୁଷ୍ଟନ ମିନିଷ୍ଟେରିଆଲ ଆସୋସିଏସନରେ କହିଥିଲେ "ମୁଁ ରାଷ୍ଟ୍ରପତି ପଦବୀ ଲାଗି କ୍ୟାଥଲିକ (ଦଳର) ପ୍ରାର୍ଥୀ ନୁହଁ, ମୁ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଯାହାର ଧର୍ମ କ୍ୟାଥଲିକ । ସାର୍ବଜନିକ ମାମଲାରେ ମୁଁ ଧର୍ମକୁ ଆଣେନା ଆଉ ଧର୍ମ ମୋର ପ୍ରତିନିଧି ନୁହଁ ।" ସେ ଥରେ କଟାକ୍ଷ ଛଳରେ ପଚାରିଥିଲେ ଯେ ଯେହେତୁ ଆମେରିକାର ଏକ ଚତୁର୍ଥାଂଶ ଜନତା କ୍ୟାଥଲିକ ତା ବୋଲି କଣ ତାଙ୍କୁ ନିମ୍ନ ଶ୍ରେଣୀର ନାଗରିକ ବୋଲିବା । ଆଉଥରେ ସେ କହିଥିଲେ "ଦକ୍ଷିଣ ପ୍ରଶାନ୍ତ ମହାସାଗରରେ (ନୌସେନାରେ ଥିବା ବେଳେ) ତ କେହି ମୋ ଧର୍ମ ପଚାରି ନଥିଲେ!"
 
ଏହି ପ୍ରଚାର ସମୟରେ ସେ ଜଣେ ରାବ୍ବି ମେନାଖେମ ଏମ. ସ୍ନିୟରସନ ଙ୍କସ୍ନିୟରସନଙ୍କ ସହ ସାକ୍ଷାତ ଲୋଡ଼ିଥିଲେ, କିନ୍ତୁ ରାବ୍ବି ଜଣକ ସେଇ ସନ୍ଧ୍ୟାରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ ।
 
ସେପ୍ଟେମ୍ବର ଓ ଅକ୍ଟୋବରରେ କେନେଡ଼ି ରିପବ୍ଲିକାନ ପ୍ରାର୍ଥୀ ରିଚାର୍ଡ଼ ନିକ୍ସନ (ଯିଏ ସେ ସମୟରେ ଉପ-ରାଷ୍ଟ୍ରପତି ଥିଲେ) ଙ୍କ ସହ ପ୍ରଥମ କରି ଟିଭିରେ ତର୍କ ବିତର୍କ କାର୍ଯ୍ୟକ୍ରମରେ ଆସିଥିଲେ । ଏହି ସମୟରେ ନିକ୍ସନଙ୍କ ଗୋଡ଼ଟି ଆଘାତଗ୍ରସ୍ତ ହୋ‍ଇଥିବାରୁ ସେ ପୀଡ଼ିତ ଥିଲେ ଏଣୁ ସେ ଝାଳନାଳ ହୋ‍ଇ ବ୍ୟସ୍ତ ରହୁଥିଲେ, ଅପର ପକ୍ଷରେ କେନେଡ଼ି ପୁରା ଚ‍ଇନିଫିଟ ହୋ‍ଇ ଆତ୍ମବିଶ୍ୱାସର ସହ ଆସିଥିଲେ । ଏଣୁ ଅଧିକାଂଶ ଟିଭି ଦର୍ଶକଙ୍କ ସମର୍ଥନ କେନେଡ଼ିଙ୍କ ପକ୍ଷକୁ ଯାଇଥିଲା । ମଜାର କଥା ଯେ ରେଡ଼ିଓ ଶ୍ରୋତାମାନେ ଭାବିଥିଲେ ନିକ୍ସନ ଏହି ତର୍କରେ ଜିତିଲେ କିମ୍ୱା ଏହା ଅନିର୍ଣ୍ଣିତ ରହିଲା । ଏହି ତର୍କବିତର୍କ ରୁ ଆମେରିକୀୟ ରାଜନୀତିକୁ ଏକ ନୂଆ ମୋଡ଼ ମିଳିଥିଲା-- ଏଇଠୁ ହିଁ ଟେଲିଭିଜନ ରାଜନୀତିକ ପ୍ରଚାର ପ୍ରସାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲା ।
 
ଏହି ପ୍ରଥମ ତର୍କବିତର୍କ ପରେ କେନେଡ଼ି ସମର୍ଥନ ଧୀରେ ଧୀରେ ବଢ଼ିଲା ଓ ଅଧିକାଂଶ ପୋଲ୍ରେ ସେ ନିକ୍ସନଙ୍କ ଠାରୁ ସାମାନ୍ୟ ଆଗୁଆ ହେଲେ । ନଭେମ୍ବର ୮ରେ କେନେଡ଼ି, ନିକ୍ସନଙ୍କୁ ପରାଜିତ କଲେ, ଏହା ବିଂଶ ଶତାବ୍ଦୀର ସବୁଠୁ କଣ୍ଟାକଣ୍ଟି ନିର୍ବାଚନ ମଧ୍ୟରୁ ଅନ୍ୟତମ । ଜାତୀୟ ଲୋକପ୍ରିୟ ଭୋଟରେ ଉଭୟଙ୍କ ଭିତରେ ଫରକ ଏକ ପ୍ରତିଶତ ଏକ ପଞ୍ଚମାଂଶ ମାତ୍ର ଥିଲା (କେନେଡ଼ି - ୪୯.୭%, ନିକ୍ସନ - ୪୯.୫%), ଇଲେକ୍ଟୋରାଲ କଲେଜରେ ନିକ୍ସନଙ୍କ ୨୧୯ ତୁଳନାରେ ତାଙ୍କୁ ୩୦୩ଟି ଭୋଟ ମିଳିଥିଲା (ଜିତିବା ଲାଗି ୨୬୯ ଭୋଟ ଆବଶ୍ୟକ) ।
୧୪୮ କ ଧାଡ଼ି:
ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ । ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହା ଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା । ରାଷ୍ଟ୍ରପତି କେନେଡ଼ି ସରକାର ସମ୍ମୁଖରେ ଥିବା ବର୍ତ୍ତମାନ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଥିଲେ ଓ ନଗଣ୍ୟ ତାତ୍ତ୍ୱିକ ସମସ୍ୟା ଗୁଡ଼ିକୁ ଉପେକ୍ଷା କରିଥିଲେ । ଥରେ ତାଙ୍କ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଲ୍ଟ ହ୍ୱିଟମ୍ୟାନ ରୋଷ୍ଟୋ ସାମ୍ୟବାଦର ବୃଦ୍ଧି ବିଷୟରେ ସମାଲୋଚନା ଆରମ୍ଭ କରନ୍ତେ କେନେଡ଼ି ତାଙ୍କୁ ଅଧାରୁ ଅଟକେଇ ପଚାରିଲେ "ସେ ବିଷୟରେ ମୁଁ ଆଜି ଦିନକରେ କଣ କରି ପାରିବି (କି)?"
 
କେନେଡ଼ି F-111 TFX (Tactical Fighter Experimental) ଗୋଳାବର୍ଷକ ଯୁଦ୍ଧବିମାନ ନିର୍ମାଣର ଠିକା ବୋ‍ଇଂ କମ୍ପାନୀ (ସେନାବାହିନୀର ପସନ୍ଦ) କୁ ନଦେଇ ଜେନେରାଲ ଡାଇନାମିକ୍ସ କମ୍ପାନୀ (ନାଗରିକ ପ୍ରତିରକ୍ଷା ବିଭାଗର ପସନ୍ଦ) କୁ ଦେବାର ପ୍ରତିରକ୍ଷା ସେକ୍ରେଟାରୀ ରବର୍ଟ ମ୍ୟାକ୍‌ନାମାରା ଙ୍କମ୍ୟାକ୍‌ନାମାରାଙ୍କ ବିବାଦାସ୍ପଦ ନିର୍ଣ୍ଣୟକୁ ସମର୍ଥନ କରିଥିଲେ । ପରେ ସାଂସଦ ହେନେରୀ ଜ୍ୟାକସନ ଙ୍କଜ୍ୟାକସନଙ୍କ ଅନୁରୋଧରେ ସାଂସଦ ଜନ ମ୍ୟାକ୍‌କ୍ଲେଲ୍ଲାନ ୧୯୬୩ରେ ଫେବ୍ରୁଆରୀ ରୁ ନଭେମ୍ବର ଭିତରେ ୪୬ ଦିନ ଧରି ସ୍ଥାୟୀ ଜାଞ୍ଚ ସବକମିଟି ସହ ରୁଦ୍ଧ ଦ୍ୱାର ବୈଠକରେ ଏଇ TFX ଠିକାରେ ହୋ‍ଇଥିବା ଗୋଳମାଳର ଜାଞ୍ଚ କରିଥିଲେ ।
 
===ବୈଦେଶିକ ନୀତି===
 
ରାଷ୍ଟ୍ରପତି କେନେଡ଼ିଙ୍କ ଶାସନ କାଳ ସୋଭିଏତ ଋଷିଆ ସହ ମୁହାଁମୁହିଁ ହେବା ପରିସ୍ଥିତି ବାରମ୍ୱାର ଉପୁଜିଥିଲା । ଶୀତଳ ଯୁଦ୍ଧର ପ୍ରାରମ୍ଭିକ ଭାଗରେ ଏହା ପରୋକ୍ଷ ଛକାପଞ୍ଝାରେ ସୀମିତ ରହିଥିଲା । ୧୯୬୧ରେ କେନେଡ଼ିଙ୍କ ସୋଭିଏତ ଶାସନମୁଖ୍ୟ ନିକିତା କୃଶ୍ଚେଭଙ୍କ ସହ ଗୋଟେ ବୈଠକ ହେବାର ଥିଲା । ତେବେ ଏହି ବୈଠକର ଠିକ୍ ପୂର୍ବରୁ କୃଶ୍ଚେଭଙ୍କ ଗୋଟେ ସାଧାରଣ ଭାଷଣକୁ ନେଇ କେନେଡ଼ି ଆକ୍ରମଣାତ୍ମକ ହୋ‍ଇ ପଡ଼ିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଯାହା ଜୁନ ୧୯୬୧ରେ ଭିଏନା ଶିଖର ସମ୍ମେଳନରେ ସ୍ପଷ୍ଟ ଦେଖାଯାଇଥିଲା । କୃଶ୍ଚେଭଙ୍କ ଭାଷଣଟି ବାସ୍ତବରେ ଅତି ମାମୁଲି ଥିଲା ଓ ସୋଭିଏତ୍ର ଘରୋ‍ଇ ଦର୍ଶକ ଙ୍କଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ କେନେଡ଼ି ଏହାକୁ ବ୍ୟକ୍ତିଗତ ଚ୍ୟାଲେଞ୍ଜ ରୂପେ ଦେଖିବାରୁ କଥା ବିଗିଡ଼ି ଯାଇଥିଲା ।
 
ଏଇ ଶିଖର ସମ୍ମେଳନୀ ଯିବା ବାଟରେ କେନେଡ଼ି ପ୍ୟାରିସରେ ଚାର୍ଲ୍ସ ଡି ଗଲଙ୍କୁ ଦେଖା କଲେ, ଯେ କି ତାଙ୍କୁ କୃଶ୍ଚେଭଙ୍କ କର୍କଶ ସ୍ୱଭାବକୁ ଅଣଦେଖା କରିବା ଲାଗି ଉପଦେଶ ଦେଲେ । କାଳେ କେନେଡ଼ିଙ୍କ ପ୍ରତିଷ୍ଠା କାଳେ ଇଉରୋପରେ ବଢ଼ିପାରେ ଏ ନେଇ ଫରାସୀ ରାଷ୍ଟ୍ରପତି ଡି ଗଲ ଚିନ୍ତିତ ଥିଲେ ହେଁ, ଯୁବକ କେନେଡ଼ି ଓ ତାଙ୍କ ପରିବାର ପ୍ରତି ତାଙ୍କର ଶ୍ରଦ୍ଧା ଥିଲା । ଏ ବିଷୟରେ କେନେଡ଼ି ପ୍ୟାରିସରେ ଦେଇଥିବା ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।
୧୮୨ କ ଧାଡ଼ି:
====ଲାଟିନ ଆମେରିକା ଓ ସାମ୍ୟବାଦର ପ୍ରସାର====
 
"ଯେଉଁମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପଥରୋଧ କରନ୍ତି ସେମାନେ ହିଂସାପୂର୍ଣ୍ଣ ଆନ୍ଦୋଳନର ବାଟ କଢ଼େଇ ନିଅନ୍ତି" ଯୁକ୍ତି ବାଢ଼ି କେନେଡ଼ି ଲାଟିନ ଆମେରିକାରେ କ୍ରମାଗତ ସାମ୍ୟବାଦର ପ୍ରସାରକୁ ସଙ୍କୁଚିତ କରିବା ଲାଗି ଆଲାଏନ୍ସ ଫର ପ୍ରୋଗ୍ରେସ ନାମକ ସଙ୍ଗଠନ ଗଢ଼ିଥିଲେ, ଯାହା ମାଧ୍ୟମରେ କିଛି ରାଷ୍ଟ୍ର କୁ ଅର୍ଥନୈତିକ ସାହାଯ୍ୟ ଦିଆଗଲା । ଏହା ମଧ୍ୟ ଅଞ୍ଚଳରେ ଅଧିକ ମାନବାଧିକାର ଦାବୀ କରିଥିଲା । ସେ ପୁଏର୍ତ୍ତୋ ରିକୋର ରାଜ୍ୟପାଳ ଲୁଇସ ମିନ୍ୟୋଜ ମାରିନ ଙ୍କମାରିନଙ୍କ ସହଯୋଗରେ ସଙ୍ଗଠନର ବିକାଶ କରିଥିଲେ ।
 
ସେ ରାଷ୍ଟ୍ରପତି ପଦବୀ ନେବା ବେଳେ, ଆଇଜେନହାୱାର ସରକାର, CIA ଦ୍ୱାରା କ୍ୟୁବା ଶାସକ ଫିଡ଼େଲ କାଷ୍ଟ୍ରୋ ଓ ଡୋମିନିକାନ ଗଣରାଜ୍ୟର ରାଫାଏଲ ଟ୍ରୁଜିଲୋ ଙ୍କଟ୍ରୁଜିଲୋଙ୍କ ହତ୍ୟାର ଯୋଜନା କରୁଥିଲେ । କେନେଡ଼ି CIAକୁ ଜଣାଇ ଦେଲେ ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆମେରିକାର ନାମ ଏଥିରେ ଯେପରି ସଂଶ୍ଳିଷ୍ଟ ନ ହୁଏ ତାହା ନିଶ୍ଚିତ କରାଯିବ । ସାର୍ବଜନିକ ରୂପେ ସେ ଏପରି ହତ୍ୟା ବିରୋଧ ବିବୃତି ଦେଇଥିଲେ ଯଦିଓ । ଜୁନ ୧୯୬୧ରେ ଡୋମିନିକାନ ଗଣରାଜ୍ୟର ଶାସକଙ୍କୁ ହତ୍ୟା କରାଗଲା, ଏ ସମ୍ବନ୍ଧରେ ଘରୋ‍ଇ ଅଧିସଚିବ ଚେଷ୍ଟର ବାୱେଲ ଖୁବ ମାପି ଚୁପି ବିବୃତି ଦେ‍ଇଥିଲେ । କିନ୍ତୁ ଘଟଣା ଟିରେ ଆମେରିକାର ଫାଇଦାର ସୁଯୋଗ ଉଣ୍ଡୁଥିବା ରବର୍ଟ କେନେଡ଼ି, ବାୱେଲଙ୍କୁ "କାପୁରୁଷ ଓ ଅବୈଧ ସନ୍ତାନ" ବୋଲି ମୁହାଁମୁହିଁ ଗାଳି ଦେଇଥିଲେ ।
 
====ପିସ୍ କର୍ପ====
୧୯୫ କ ଧାଡ଼ି:
ଗାଦି ଛାଡ଼ିବା ପୂର୍ବରୁ ଆଇଜେନହାୱାର, କେନେଡ଼ିଙ୍କୁ ଦକ୍ଷିଣପୂର୍ବ ଏସିଆରେ କ୍ରମାଗତ ବୃଦ୍ଧି ପାଉଥିବା ସାମ୍ୟବାଦର ପ୍ରଭାବ କୁ ନିୟନ୍ତ୍ରଣ କରିବା ଲାଗି ଉପଦେଶ ଦେଇଥିଲେ । ତାଙ୍କ ମତରେ ସାମ୍ୟବାଦୀ ଲାଓସ ସଙ୍କଟାନୁସାରେ ପ୍ରଧାନ ଅସୁବିଧା ଥିଲା । ମାର୍ଚ୍ଚ ୧୯୬୧ରେ କେନେଡ଼ି କିନ୍ତୁ ନୀତି ପରିବର୍ତ୍ତନ କରି "ସ୍ୱାଧୀନ" ଲାଓସ ବଦଳରେ "ନିରପେକ୍ଷ" ଲାଓସ କୁ ସମର୍ଥନ କରି ମତ ପ୍ରକାଶ କଲେ ଯେ ଲାଓସ ବଦଳରେ ଭିଏତନାମ ଉପରେ ଆମେରିକା ପ୍ରାଧାନ୍ୟ ଦେଲେ ସାମ୍ୟବାଦର ପ୍ରଭାବକୁ ନିୟନ୍ତ୍ରଣ କରିହେବ ।
 
ମେ ୧୯୬୧ରେ ସେ ଉପ-ରାଷ୍ଟ୍ରପତି ଲିଣ୍ଡନ ଜନସନଙ୍କୁ ଦକ୍ଷିଣ ଭିଏତନାମର ରାଷ୍ଟ୍ରପତି ଙ୍ଗୋ ଡିନ ଡିଏମ ଙ୍କଡିଏମଙ୍କ ସହ ସାକ୍ଷାତ ଲାଗି ପଠାଇଲେ । କମ୍ୟୁନିଷ୍ଟ ମାନଙ୍କୁ ପରାସ୍ତ କରିବା ଲାଗି ସେନାବାହିନୀ ଯୋଗାଡ଼ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇବାକୁ ଲିଣ୍ଡନ ପ୍ରତିଶ୍ରୁତି ମଧ୍ୟ ଦେଲେ । ଏ ନେଇ କେନେଡ଼ି ଦକ୍ଷିଣପୂର୍ବ ଏସିଆ ନୀତି ବଦଳାଇ ଦକ୍ଷିଣ ଭିଏତନାମର ସମର୍ଥନ କୁ ସହଭାଗିତାରେ ପରିଣତ କଲେ, ଆଶା ଥିଲା ଦକ୍ଷିଣ ଭିଏତନାମରେ ସାମ୍ୟବାଦର ପରାଜୟ ।
 
ପ୍ରଥମେ ପ୍ରଥମେ ଆଇଜେନହାୱାରଙ୍କ ନୀତି ଅନୁସାରେ ହୋ ଚି ମିନ ଙ୍କମିନଙ୍କ କମ୍ୟୁନିଷ୍ଟ ସେନାର ମୁକାବିଲା ଲାଗି କେନେଡ଼ି ଅଳ୍ପ କିଛି ସୈନ୍ୟ ଓ ଗୋଳାବାରୁଦ ସମର୍ଥନ ଦେଇଥିଲେ । ଦକ୍ଷିଣ ଭିଏତନାମ ସରକାର କୁ ମୁଖ୍ୟ ସମର୍ଥନ ପୂର୍ବ ପରି କୂଟନୈତିକ, ଅର୍ଥନୈତିକ ଓ ପରୋକ୍ଷ ସାମରିକ ଭାବେ ଦିଆଯାଉଥିଲା । ୧୯୬୧ର ପର ଭାଗରେ ଭିଏଟ୍ କଙ୍ଗ ଅଧିକ ଶକ୍ତିଶାଳୀ ହୋ‍ଇ ଉଠିଲା ଓ ଶକ୍ତି ପ୍ରଦର୍ଶନ ରୂପେ ଆଞ୍ଚଳିକ ରାଜଧାନୀ ଫୁଓକ ଭିନ୍ କୁ ଅକ୍ତିଆର କରିନେଲା । ଉତ୍ତର ରୂପେ କେନେଡ଼ି ସରକାର ଅଧିକ ସଂଖ୍ୟକ ହେଲିକପ୍ଟର, ସାମରିକ ପରାମର୍ଶଦାତା, ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଆଦି ପ୍ରେରଣ କଲେ କିନ୍ତୁ ଖୋଲା ଖୋଲି ଯୁଦ୍ଧ ଘୋଷଣାରୁ ପଶ୍ଚାତ୍‌ପଦ ହେଲେ ।
 
ସେଇ ବର୍ଷ କେନେଡ଼ି ଗୃହ ବିଭାଗର ଗୋ‍ଇନ୍ଦା ମୁଖ୍ୟ ରଜର ହିଲ୍ସମ୍ୟାନଙ୍କୁ ଭିଏତନାମ ଅବସ୍ଥା ନିରୀକ୍ଷଣ ପାଇଁ ପଠାଇଲେ । ସେଠି ହିଲ୍ସମ୍ୟାନ ଙ୍କହିଲ୍ସମ୍ୟାନଙ୍କ ଦକ୍ଷିଣ ଭିଏତନାମ କୁ ବ୍ରିଟିଶ ପରାମର୍ଶଦାତା ମିଶନ ମୁଖ୍ୟ ସାର ରବର୍ଟ ଥମ୍ପସନ ଙ୍କଥମ୍ପସନଙ୍କ ସହ ଦେଖା ହେଲା ଓ ଷ୍ଟ୍ରାଟେଜିକ ହାମଲେଟ ପ୍ରୋଗ୍ରାମ ଜନ୍ମ ନେଲା । ଉଭୟ କେନେଡ଼ି ଓ ଙ୍ଗୋ ଡିନ ଡିଏମ ଏହାକୁ ସ୍ୱୀକୃତି ଦେବାରୁ ୧୯୬୨ରେ ଏହା କାର୍ଯ୍ୟକାରୀ ହେଲା । ଏହା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଜନବସତି କୁ ବିସ୍ଥାପିତ କରାଯାଇ ନୂଆ ବସତିରେ ଏଠାକାର ଚାଷୀ ମୂଲିଆ ମାନଙ୍କୁ କମ୍ୟୁନିଷ୍ଟ ପ୍ରଭାବରୁ ଦୂରେଇ ରଖିବାକୁ ଉଦ୍ୟମ କରା ଯାଇଥିଲା । ଆଶା କରାଯାଇଥିଲା ଯେ ଏହା ଦ୍ୱାରା ଲୋକଙ୍କୁ ଅଧିକ ସୁରକ୍ଷା ମିଳିବା ସହ କେନ୍ଦ୍ର ସରକାର ସହ ସମ୍ପର୍କ ଦୃଢ଼ ହେବ । ନଭେମ୍ବର ୧୯୬୩ ସୁଦ୍ଧା ଏହି ଯୋଜନା ଧୀମେଇ ଯାଇଥିଲା ଓ ଆଧିକାରିକ ଭାବେ ୧୯୬୪ରେ ଅନ୍ତ କରିଦିଆଗଲା ।
 
୧୯୬୨ରେ କେନେଡ଼ି "National Security Action Memorandum – Subversive Insurgency (War of Liberation)" ନାମକ ଚିଠାରେ ସ୍ୱାକ୍ଷର କରି ଭିଏତନାମରେ ପୂର୍ଣ୍ଣ ଭାବେ ଲିପ୍ତ ହେବା ଲାଗି ସ୍ୱୀକୃତି ଦେଲେ । ଗୃହ ସଚିବ ଡିନ ରସ୍କ ଖୋଲାଖୋଲି ଭାବେ ଆମେରିକାର ଲିପ୍ତତା ପ୍ରକାଶ କଲେ । "Operation Ranch Hand" ନାମରେ ଦକ୍ଷିଣ ଭିଏତନାମର ରାସ୍ତା କଡ଼ରେ ବ୍ୟାପକ ସ୍ତରରେ ଜଙ୍ଗଲ ସଫା କରିବା ଉଦ୍ୟମ ଆରମ୍ଭ ହେଲା ।
୨୦୫ କ ଧାଡ଼ି:
ଏପ୍ରିଲ ୧୯୬୩ରେ କେନେଡ଼ି ଭିଏତନାମ ଅବସ୍ଥାର ଅବଲୋକନ କରି କହିଥିଲେ "ଭିଏତନାମରେ ରହିବାର ଆମର କୌଣସି ଇଚ୍ଛା ନାହିଁ । ସେଠାର ଲୋକେ ଆମକୁ ଘୃଣା କରନ୍ତି । ମ‍ଉକା ପାଇବା ମାତ୍ରେ ସେମାନେ ଆମକୁ ସେଠାରୁ ତଡ଼ି ଦେବାରେ ପଶ୍ଚାତ୍‌ପଦ ହେବେ ନାହିଁ । କିନ୍ତୁ ସେ ଅଞ୍ଚଳଟାକୁ ମୁଁ ଏତେ ସହଜେ କମ୍ୟୁନିଷ୍ଟ ମାନଙ୍କ ହାତକୁ ଟେକି ଦେଇ ଆଉ ତ ଆଶା କରିପାରିବିନି ଯେ ଆମେରିକୀୟ ମାନେ ମୋତେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ କରିବେ ।" ଭିଏତନାମରେ ସଙ୍କଟ କ୍ରମଶଃ ଜୁଲାଇ ଆଡ଼କୁ ଘନୀଭୂତ ହେଲା । ଆମେରିକାର ଅଧିକାଧିକ ସମର୍ଥନ ସତ୍ତ୍ୱେ ଦକ୍ଷିଣ ଭିଏତନାମ ସେନା, କମ୍ୟୁନିଷ୍ଟ ସମର୍ଥିତ ଭିଏଟ୍ କଙ୍ଗ ସେନାଠାରୁ ମାତ୍ର ପାଦେ ଆଗରେ ଥିଲା ।
 
ଅଗଷ୍ଟ ୨୧ରେ ନୂଆ ଆମେରିକୀୟ ରାଜଦୂତ ହେନେରୀ କାବଟ ଲଜ୍ ଜୁନିଅର ଙ୍କଜୁନିଅରଙ୍କ ଆଗମନ ସମୟରେ ଡିଏମ ଓ ତାଙ୍କ ଭାଇ ଙ୍ଗୋ ଡିନ ନ୍‌ହୁ CIA ପ୍ରଶିକ୍ଷିତ ସେନାବାହିନୀ କୁ ବୌଦ୍ଧ ମାନଙ୍କ ପ୍ରଦର୍ଶନ କୁ ଦମନ କରିବାକୁ ଆଦେଶ ଦେଲେ । ଏହି ଘଟଣା ପରେ ଆଶା କରାଯାଇଥିଲା ଯେ ବିପ୍ଳବ ହୋ‍ଇ ଡିଏମ ଙ୍କଡିଏମଙ୍କ ବଦଳରେ ନ୍‌ହୁ ଗାଦି ଦଖଲ କରିବେ । ପ୍ରକୃତରେ ଲଜ ଆଦେଶାନୁସାରେ ଉଭୟ ଡିଏମ ଓ ନ୍‌ହୁଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଏହାକୁ ଡିଏମ ଅଣଦେଖା କଲେ ।
 
Cable 243 (DEPTEL 243), ତାରିଖ ୨୪ ଅଗଷ୍ଟ ଅନୁସାରେ ଜଣାଇ ଦିଆଗଲା ଯେ ଆମେରିକା ଆଉ ନ୍‌ହୁ ଙ୍କନ୍‌ହୁଙ୍କ କାର୍ଯ୍ୟକଳାପ କୁ ବରଦାସ୍ତ କରିବ ନାହିଁ । ଲଜ୍ଙ୍କୁ କୁହାଗଲା ଯେ ସେ ନ୍‌ହୁଙ୍କୁ ନିଜ ପଦତ୍ୟାଗ କରି ଦେଶ ଛାଡ଼ିବାକୁ ଡିଏମ ଙ୍କଡିଏମଙ୍କ ଉପରେ ଚାପ ପକାନ୍ତୁ । ଡିଏମ ମନା କରିବା ପରିସ୍ଥିତିରେ ଆମେରିକୀୟ ମାନେ ନୂଆ ନେତା ଯୋଗାଡ଼ କରିବାର ଥିଲା । ଲଜ୍ ଙ୍କଲଜ୍ଙ୍କ ଅନୁସାରେ ଏକମାତ୍ର ଉପାୟ ଥିଲା ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନଙ୍କ ମାଧ୍ୟମରେ ଡିଏମ ଓ ନ୍‌ହୁଙ୍କୁ ଗାଦିଚ୍ୟୁତ କରାଯିବ ।
 
ସପ୍ତାହ ଶେଷ ଆଡ଼କୁ ଲଜ୍ ଙ୍କଲଜ୍ଙ୍କ ଠାରୁ ଖବର ମିଳିଲା ଯେ ନ୍‌ହୁ ଙ୍କନ୍‌ହୁଙ୍କ ପଛେ ଥିବା ଫ୍ରାନ୍ସର ସମର୍ଥନରେ ଡିଏମ ସରକାର କମ୍ୟୁନିଷ୍ଟ ମାନଙ୍କ ସହ ଗୋପନରେ ହାତ ମିଶାଇଥାଇ ପାରେ ଓ ଖୁବ ଶୀଘ୍ର ଆମେରିକୀୟ ମାନଙ୍କୁ ଭିଏତନାମ ଛାଡ଼ିବା ଲାଗି ଆଦେଶ ଦେଇ ପାରେ । ଏଇ ପରିସ୍ଥିତିରେ ସାଇଗନ ଓ ୱାଶିଂଟନ କୁ ବାର୍ତ୍ତା ପଠାହେଲା ଯେ ଗାଦିବଦଳ ସମ୍ବନ୍ଧୀୟ ସବୁ ଚିଠି ନଷ୍ଟ କରାଯାଉ । ଏହିସମୟରେ ପ୍ରଥମ କରି ଔପଚାରିକ ରୂପେ ଭିଏତନାମ ଯୁଦ୍ଧ ବିରୋଧୀ ବକ୍ତବ୍ୟ ଏକ ଧର୍ମଗୁରୁ ମାନଙ୍କ ଗୋଷ୍ଠୀ ତରଫରୁ ପ୍ରକାଶ ପାଇଥିଲା ।
 
ସେପ୍ଟେମ୍ବରରେ ଏକ ହ୍ୱାଇଟ ହାଉସ ବୈଠକରେ ବ୍ୟକ୍ତିଗତ ଭାବେ ଅବସ୍ଥା ପରିଦର୍ଶନ ପରେ ରାଷ୍ଟ୍ରପତିଙ୍କୁ ଏ ନେଇ ପ୍ରତିରକ୍ଷା ବିଭାଗ ତରଫରୁ ଜେନେରାଲ ଭିକ୍ଟର କ୍ରୁଲାକ ଓ ଗୃହ ବିଭାଗ ତରଫରୁ ଜୋସେଫ ମେଣ୍ଡେନହାଲ ସୂଚନା ଦେଇଥିଲେ । ଉଭୟଙ୍କ ସୂଚନା ଠିକ୍ ଆକାଶ ପାତାଳ ତଫାତ୍ ଥିଲା । କ୍ରୁଲାକ ଜଣାଇଲେ ଯେ କମ୍ୟୁନିଷ୍ଟ ବିରୋଧୀ ଯୁଦ୍ଧ ଚାଲିଛି ଓ ବିଜୟ ଅବଶ୍ୟମ୍ଭାବୀ ଏଣେ ମେଣ୍ଡେନହାଲ ସୂଚାଇଲେ ଯେ ଜନତାଙ୍କ ଭିତରେ ଆମେରିକାର ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି । କେନେଡ଼ି ପଚାରି "ତମେ ଦୁଇ ଭଦ୍ରବ୍ୟକ୍ତି ସମାନ ଦେଶ ପରିଦର୍ଶନରେ ଯାଇଥିଲ ତ!" ସେତେବେଳେ ସେ ଜାଣିନଥିଲେରେ କ୍ରୁଲାକ ଓ ମେଣ୍ଡେନହାଲ ଙ୍କମେଣ୍ଡେନହାଲଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଓ ଫେରନ୍ତ ବିମାନ ଯାତ୍ରାରେ ଦୁହେଁ ପଦେ ହେଲେ କଥା ହୋ‍ଇନଥିଲେ ।
 
ଅକ୍ଟୋବର ୧୯୬୩ରେ ରାଷ୍ଟ୍ରପତି ନିଜ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ଓ ଜେନେରାଲ ମ୍ୟାକ୍ସୱେଲ ଡ଼ି ଟେଲରଙ୍କୁ ଭିଏତନାମ ରୁ ସଠିକ ତଥ୍ୟ ପ୍ରାପ୍ତି ଓ ନୀତି ନିର୍ଦ୍ଧାରଣ ଲାଗି ପଠାଇଲେ । ଏହି ଉଦ୍ୟମ ପଛେ ଆଶା ଥିଲା ଭିନ୍ନ ଭିନ୍ନ ଆମେରିକୀୟ ସୂତ୍ରରୁ ମିଳୁଥିବା ତଥ୍ୟର ସଠିକତା ପରୀକ୍ଷଣ । ମ୍ୟାକ୍‌ନାମାରା, ଟେଲର ଓ ଲଜ୍ ଙ୍କଲଜ୍ଙ୍କ ସହ ଅନୁଷ୍ଠିତ ବୈଠକରେ ଡିଏମ ପୁନର୍ବାର ଶାସନରେ ପରିବର୍ତ୍ତନ ଲାଗି ଆମେରିକୀୟ ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ । ଏଇଠୁ ଡିଏମ ଙ୍କଡିଏମଙ୍କ ଉପରେ ମ୍ୟାକ୍‌ନାମାରା ଙ୍କମ୍ୟାକ୍‌ନାମାରାଙ୍କ ଯାହା କିଛି ଭରଷା ଥିଲା ତାହା ମଧ୍ୟ ତୁଟି ଗଲା ।
 
ଟେଲର ଓ ମ୍ୟାକ୍‌ନାମାରା ଭିଏତନାମର ଉପ-ରାଷ୍ଟ୍ରପତି ଙ୍ଗୁୟେନ ଙ୍ଗୋକ ଥୋ (ଯିଏକି ଡିଏମଙ୍କ ଗାଦିଚ୍ୟୁତ ହେବା ଅବସ୍ଥାରେ ଶାସନ ଭାର ସମ୍ଭାଳିବା ଲାଗି ସର୍ବାଗ୍ର ପ୍ରାର୍ଥୀ ଥିଲେ) ଠାରୁ ଅତି ଜରୁରୀ ତଥ୍ୟ ପାଇଲେ । ଟେଲରଙ୍କୁ ମିଳିଥିବା ଭୁଲ ତଥ୍ୟ ସେନାବାହିନୀ ଯେ ଦେଶର ଆଭ୍ୟନ୍ତର ଗ୍ରାମାଞ୍ଚଳରେ ଜିତୁଛି ତାହାର ସେ ଖଣ୍ଡନ କରିଥିଲେ । କେନେଡ଼ିଙ୍କ ଅନୁରୋଧାନୁସାରେ ଆମେରିକୀୟ ସେନା ପ୍ରତ୍ୟାହାର କରିବା ଲାଗି ଉପଯୁକ୍ତ ସମୟ ଓ ବିଧି ମଧ୍ୟ ଏହି ମିଶନ ରିପୋର୍ଟରେ ରହିଥିଲା: ବର୍ଷ ଶେଷ ସୁଦ୍ଧା ୧୦୦୦ ଓ ୧୯୬୫ ସୁଦ୍ଧା ପୂର୍ଣ୍ଣ ସାମରିକ ପ୍ରତ୍ୟାହାର (ଯାହାକି NSC ମତରେ ଏକ ଦିବାସ୍ୱପ୍ନ ପରି ଥିଲା) । ଶେଷ ରିପୋର୍ଟରେ ଲେଖା ଥିଲା ଯେ ସେନା ଆଗକୁ ଅଗ୍ରସର ହେଉଛି, ଡିଏମ ସରକାର ଲୋକପ୍ରିୟତା ହରାଇଥିଲେ ହେଁ ବିପ୍ଳବର ଆଶଙ୍କା ନାହିଁ କିନ୍ତୁ ଡିଏମ ବା ନ୍‌ହୁଙ୍କୁ ହତ୍ୟା କରାଯିବାର ସମ୍ଭାବନା ରହିଛି ।
୨୧୯ କ ଧାଡ଼ି:
ଅକ୍ଟୋବର ଶେଷ ଆଡ଼କୁ ଗୋ‍ଇନ୍ଦା ସୂତ୍ରରୁ ପୁଣି ଖବର ମିଳିଲା ଯେ ଡିଏମ ସରକାର ବିରୋଧରେ ଆଉ ଥରେ ବିପ୍ଳବର ଯୋଜନା ଚାଲିଛି । ଖବରର ସୂତ୍ର ଜେନେରାଲ ଡୁଓଙ୍ଗ ଭାନ ମିନ (ବିଗ୍ ମିନ) ଏ ନେଇ ଆମେରିକାର ମତାମତ ଲୋଡ଼ିଲେ । କେନେଡ଼ି, ଲଜ୍ଙ୍କୁ ଏହି ବିପ୍ଳବ ଲାଗି ସବୁ ଗୁପ୍ତ ସହାୟତା (ଡିଏମଙ୍କ ହତ୍ୟା ଛଡ଼ା) ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ, କିନ୍ତୁ ଏପରିଭାବେ ଯେପରି ଆମେରିକା ନାଁ ଏଥିରେ ନ ଉଠେ । ମାସ ଶେଷ ଆଡ଼କୁ ବିପ୍ଳବ ଆସନ୍ନ ହେବାରୁ ସବୁ କିଛି ନିଜ ନିୟନ୍ତ୍ରଣରେ ରଖିବା ଲାଗି ସବୁ ବାର୍ତ୍ତା କେନେଡ଼ିଙ୍କ ମାଧ୍ୟମରେ ଗଲା । ଅର୍ଥାତ ସବୁ ନିୟନ୍ତ୍ରଣର ଖିଅ କେନେଡ଼ିଙ୍କ ହାତରେ ରହିଲା କିନ୍ତୁ ଉତ୍ତରଦାୟିତ୍ୱ ରହିଲା ନାହିଁ ।
 
୧ ନଭେମ୍ବର ୧୯୬୩ରେ ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନେ ବିଗ୍ ମିନ ଙ୍କମିନଙ୍କ ନେତୃତ୍ୱରେ ଡିଏମ ସରକାରକୁ ଗାଦିଚ୍ୟୁତ କରି ଡିଏମ ଓ ନ୍‌ହୁଙ୍କୁ ଗିରଫ କଲେ ଓ ପରେ ହତ୍ୟା କଲେ । ଏ ହତ୍ୟା ନେଇ କେନେଡ଼ି ଚକିତ ହୋ‍ଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ମିନ ବାସ୍ତବରେ CIAର ଜନୈକ ଅଧିକାରୀଙ୍କୁ ଡିଏମ ଓ ନ୍‌ହୁଙ୍କୁ ଦେଶରୁ ସୁରକ୍ଷିତ ଭାବେ ବାହାର କରିବା ଲାଗି କହିଥିଲେ, କିନ୍ତୁ ବିମାନ ଯୋଗାଡ଼ ଲାଗି ୨୪ ଘଣ୍ଟା ଆବଶ୍ୟକ କୁହାଯିବାରୁ ମିନ କହିଥିଲେ ଯେ ସେ ସେମାନଙ୍କୁ ଏତେ ଡେରି କଏଦରେ ରଖି ପାରିବେ ନାହିଁ ।
 
ଏହି ବିପ୍ଳବକୁ ନେଇ ପ୍ରଥମେ ପ୍ରଥମେ ଉଭୟ ଆମେରିକା ଓ ଦକ୍ଷିଣ ଭିଏତନାମରେ ବେଶ୍ ଉତ୍ସାହ ଦେଖାଗଲା ଯେ ଯୁଦ୍ଧ ବିଜୟର ତଥାପି କିଛି ଆଶା ରହିଛି । ମ୍ୟାକ୍‌ଜର୍ଜ ବଣ୍ଡି ଡାଲାସ୍ ରୁ କେନେଡ଼ି ଙ୍କକେନେଡ଼ିଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ପ୍ରଦାନ କରିବା ଲାଗି ଏକ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋ ପ୍ରସ୍ତୁତ କରିଥିଲେ । ଡାଲାସ୍ ଯିବା ପୂର୍ବରୁ କେନେଡ଼ି ମାଇକେଲ ଫରେଷ୍ଟାଲଙ୍କୁ କହିଥିଲେ ଯେ ସେ ପ୍ରଥମ ବର୍ଷ ପରେ ସବୁ ସମ୍ଭବ ପରିସ୍ଥିତି (ପ୍ରତ୍ୟାହାର ସହ)ର ଟିକିନିଖି ନିରୀକ୍ଷା ଚାହାନ୍ତି । ଏହା ବିଷୟରେ ଫରେଷ୍ଟାଲ ଙ୍କଫରେଷ୍ଟାଲଙ୍କ ମତ ଲୋଡ଼ା ଯିବାରୁ ସେ କହିଥିଲେ ଏଇଟା ପୁରା ଛିଦ୍ରାନ୍ୱେଷୀ କାର୍ଯ୍ୟକଳାପ ।
 
କେନେଡ଼ି ବଞ୍ଚିଥିଲେ ଓ ୧୯୬୪ରେ ପୁନଃ ନିର୍ବାଚିତ ହୋ‍ଇଥିଲେ ଭିଏତନାମ ଅବସ୍ଥା ଅଧିକ ଗୁରୁତର ହୋ‍ଇଥାନ୍ତା କି ନୁହଁ ଏ ନେଇ ଇତିହାସକାରଙ୍କ ମଧ୍ୟରେ ମତଭେଦ ରହିଛି । "The Fog of War" ଚଳଚ୍ଚିତ୍ରରେ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ମତବ୍ୟକ୍ତ କରିଥିଲେ ଯେ ୧୯୬୪ ନିର୍ବାଚନ ପରେ ଭିଏତନାମ ରୁ ସାମରିକ ପ୍ରତ୍ୟାହାର କଥା କେନେଡ଼ି ଚିନ୍ତା କରୁଥିଲେ । ଫିଲ୍ମ ଟିରେ ଲିଣ୍ଡନ ଜନସନ ଙ୍କଜନସନଙ୍କ ଗୋଟେ ଟେପ ରେକର୍ଡ଼ ମଧ୍ୟ ରହିଛି ଯେଉଁଥିରେ ସେ କହିଥିଲେ ଯେ କେନେଡ଼ି ପ୍ରତ୍ୟାହାର ବିଷୟ ଭାବିଥିଲେ ଓ ଲିଣ୍ଡନ ସ୍ୱୟଂ ଏହାର ବିରୋଧୀ ଥିଲେ । କେନେଡ଼ି ୧୧ ଅକ୍ଟୋବରରେ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋରାଣ୍ଡମ ୨୬୩ (NSAM 263)ରେ ସ୍ୱାକ୍ଷର କରିଥିଲେ ଯାହା ଅନୁସାରେ ବର୍ଷ ଶେଷ ସୁଦ୍ଧା ୧୦୦୦ ସୈନ୍ୟ ପ୍ରତ୍ୟାହାରର ଯୋଜନା ଥିଲା । ଏପରି କରିବା କେନେଡ଼ିଙ୍କ ପୂର୍ବ ନୀତିର ବିପକ୍ଷରେ ଯାଇଥାନ୍ତା କିନ୍ତୁ ୧୦ ଜୁନ ୧୯୬୩ରେ ସେ ଆମେରିକାନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଶାନ୍ତି ଉପରେ ଦେଇଥିବା ପ୍ରଖ୍ୟାତ ଭାଷଣ ପରଠାରୁ ତାଙ୍କଠି କିଛିଟା ଉଦାରପନ୍ଥୀ ମନୋଭାବ ଆସିଥିଲା ।
 
୧୯୬୪ରେ ଯେବେ ରବର୍ଟ କେନେଡ଼ିଙ୍କୁ ପଚରାଗଲା ଯେ ଯଦି ଦକ୍ଷିଣ ଭିଏତନାମ ପରାଜୟ ସୀମାରେ ପହଞ୍ଚିଥାନ୍ତା ତାହେଲେ ତାଙ୍କ ଭାଇ ଜୀବିତ ଥିଲେ ଏ ବିଷୟରେ କଣ କରିଥାନ୍ତେ । ରବର୍ଟ ଉତ୍ତର ଦେଲେ "ସେପରି ଚରମ ଅବସ୍ଥାର ସମ୍ମୁଖୀନ ହେଲେ ହିଁ ତାହା ଆମେ ସ୍ଥିର କରିବୁ ।" କେନେଡ଼ିଙ୍କ ମୃତ୍ୟୁ ସମୟରେ ଭିଏତନାମ କୁ ନେଇ କୌଣସି ଅନ୍ତିମ ନୀତି ନିର୍ଦ୍ଧାରଣ ହୋ‍ଇ ନଥିଲା । ସେଠାରେ ଆମେରିକୀୟ ଅଂଶଗ୍ରହଣ ଧୀରେ ଧୀରେ ବଢ଼ିଲା ଓ ଶେଷରେ କେନେଡ଼ିଙ୍କ ଉତ୍ତରାଧିକାରୀ ଲିଣ୍ଡନ ଜନସନ ସିଧା ନିୟମିତ ସେନାବାହିନୀ ପ୍ରେରଣ କଲେ ଓ ଭିଏତନାମ ଯୁଦ୍ଧର ଅସଲ ଆରମ୍ଭ ହେଲା । କେନେଡ଼ିଙ୍କ ହତ୍ୟା ପରେ ୨୬ ନଭେମ୍ବରରେ ରାଷ୍ଟ୍ରପତି ଜନସନ NSAM 273 ସ୍ୱାକ୍ଷର କରି କେନେଡ଼ିଙ୍କ ୧୦୦୦ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି କୁ ରଦ୍ଦ କରିବା ସହ ଦକ୍ଷିଣ ଭିଏତନାମ କୁ କ୍ରମାଗତ ସହଯୋଗ ଯୋଗାଇଦେବାକୁ ସ୍ଥିର କଲେ ।
୨୩୩ କ ଧାଡ଼ି:
====ପଶ୍ଚିମ ବର୍ଲିନ ଭାଷଣ====
 
୧୯୬୩ରେ ଜର୍ମାନୀ ସୁରକ୍ଷା ସ୍ତରରେ ଦୁର୍ବଳ ହୋ‍ଇପଡ଼ିଥିଲା । ପୂର୍ବ ଆଡ଼ୁ ସୋଭିଏତ ମାନଙ୍କ ଆକ୍ରମଣ ଆଉ ଏହି ସମୟକୁ ଆସନ୍ନ ପଶ୍ଚିମ ଜର୍ମାନୀ ଚାନ୍ସେଲର ଆଡ଼େନାଉର ଙ୍କଆଡ଼େନାଉରଙ୍କ ଅବସର ନିକଟବର୍ତ୍ତୀ । ଏପରି ଘଡ଼ିସନ୍ଧି ସମୟରେ ଫରାସୀ ରାଷ୍ଟ୍ରପତି ଚାର୍ଲ୍ସ ଡି ଗଲ ସେ ଅଞ୍ଚଳରେ ଥିବା ପ୍ରତିଦ୍ୱନ୍ଦୀ ଆମେରିକୀୟ ଓ ସୋଭିଏତ ଶକ୍ତିର ପ୍ରଭାବର ପ୍ରତ୍ୟୁତ୍ତରରେ ଏକ ଫରାସୀ-ପଶ୍ଚିମ ଜର୍ମାନୀ ଗଠବନ୍ଧନ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ । ତେବେ କେନେଡ଼ି ଏହି ଫରାସୀ-ଜର୍ମାନୀ ସହଭାଗିତା, ଇଉରୋପରେ [[ନାଟୋ]]ର ପ୍ରଭାବକୁ କ୍ଷୁଣ୍ଣ କରିବ ବୋଲି ଆଶଙ୍କା କରିଥିଲେ ।
 
୨୬ ଜୁନରେ ରାଷ୍ଟ୍ରପତି କେନେଡ଼ି ପଶ୍ଚିମ ବର୍ଲିନରେ ଜର୍ମାନୀ ପ୍ରତି ଆମେରିକାର ପ୍ରତିବଦ୍ଧତା କୁ ଦୋହରାଇ ସାମ୍ୟବାଦର ସମାଲୋଚନା କରିଥିଲେ । ଏହି ସାର୍ବଜନିକ ଭାଷଣ କୁ ଏକ ବିଶାଳ ଦର୍ଶକମଣ୍ଡଳୀ ଉତ୍କଣ୍ଠିତ ଭାବେ ସ୍ୱାଗତ କରିଥିଲେ ।
୨୪୭ କ ଧାଡ଼ି:
୧୯୬୨ରେ ପ୍ରଥମ କରି କେନେଡ଼ି ଅଣଆଧିକାରିକ ଭାବେ ଇସ୍ରାଏଲ କୁ ସୁରକ୍ଷା ପ୍ରତିଶ୍ରୁତି ସେଇଥିଲେ ଓ ୧୯୬୩ରେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଇସ୍ରାଏଲ କୁ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର (MIM-23 Hawk) ବିକ୍ରୟ କରିବାର ଅନୁମତି ଦେଇଥିଲେ । ତା ଛଡ଼ା ଆନ୍ତର୍ଜାତିକ ସ୍ତରରେ ସେ ଇସ୍ରାଏଲ କୁ କୂଟନୈତିକ ସମର୍ଥନ ଦେଇଥିଲେ ଯେଉଁଠି ଇସ୍ରାଏଲର ପଡ଼ୋଶୀ ଆରବ ରାଷ୍ଟ୍ର ସମୂହ ତାର ବିରୋଧ କରୁଥିଲେ, ଯଥା: ଜର୍ଡ଼ାନ ନଦୀରେ ଏହାର ଜଳ ପ୍ରକଳ୍ପ ।
 
ଏହି ନବନିର୍ମିତ ସାମରିକ ଗଠବନ୍ଧନ ଯୋଗୁଁ କେନେଡ଼ି ଓ ଇସ୍ରାଏଲ ସରକାର ଙ୍କସରକାରଙ୍କ ମଧ୍ୟରେ ଡିମୋନା ଠାରେ ଆଣବିକ ପଦାର୍ଥର ପ୍ରକ୍ରିୟାକରଣ ନେଇ ମତଭେଦ ସୃଷ୍ଟି ହୋ‍ଇଥିଲା । କେନେଡ଼ି ଆଶଙ୍କା କରିଥିଲେ ଏହା ମଧ୍ୟପ୍ରାଚ୍ୟରେ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ସୃଷ୍ଟି କରିବ । ପ୍ରଥମେ ତ ଇସ୍ରାଏଲ ସରକାର ସେଠି କୌଣସି ଆଣବିକ କେନ୍ଦ୍ର ନାହିଁ ବୋଲି ଦାବୀ କଲେ, ପରେ ୨୧ ଡିସେମ୍ବର ୧୯୬୦ରେ ନେସେଟ (ଇସ୍ରାଏଲ ସଂସଦ)ରେ ଡାଭିଡ଼ ବେନ-ଗୁରିୟନ କହିଲେ ଯେ ବୀରଶାବାରେ ଥିବା ଆଣବିକ କେନ୍ଦ୍ରର ଲକ୍ଷ୍ୟ ହେଉଛି "ଶୁଷ୍କ ଜଳବାୟୁ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ମରୁଭୂମି ଗଛଲତା ଓ ପ୍ରାଣୀ ଙ୍କପ୍ରାଣୀଙ୍କ ଉପରେ ଗବେଷଣା" । ପରେ ଯେ ବେନ-ଗୁରିୟନ ଙ୍କଗୁରିୟନଙ୍କ ନ୍ୟୁୟର୍କରେ କେନେଡ଼ିଙ୍କ ସହ ଦେଖା ହେଲା ସେ କହିଥିଲେ ଯେ ଡିମୋନା ଠାରେ ଥିବା ଆଣବିକ କେନ୍ଦ୍ର, "ବର୍ତ୍ତମାନ ପାଇଁ" ବିଲବଣିକରଣ ଓ ଅନ୍ୟ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନ ଲାଗି ନିର୍ମିତ ହେଉଛି ।
 
କେନେଡ଼ି ଇସ୍ରାଏଲର ଏପରି ଆଭିମୁଖ୍ୟ ନେଇ ସଂଶୟୀ ଥିଲେ, ମେ ୧୯୬୩ରେ ଲିଖିତ ଏକ ଚିଠିରେ ସେ ବେନ-ଗୁରିୟନଙ୍କୁ ଚେତାଇଥିଲେ ଯେ ଯଦି ଇସ୍ରାଏଲର ଆଣବିକ କାର୍ଯ୍ୟକ୍ରମ ସଠିକ ଓ ବିଶ୍ୱାସଯୋଗ୍ୟ ତଥ୍ୟ ନ ମିଳେ ତାହେଲେ ଆମେରିକୀୟ-ଇସ୍ରାଏଲୀ ଗଠବନ୍ଧନର ଭବିଷ୍ୟ ନାହିଁ । ଏଣେ ବେନ-ଗୁରିୟନ ବାରମ୍ବାର କେନେଡ଼ିଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଡିମୋନାର ଆଣବିକ ପ୍ରକଳ୍ପର ଲକ୍ଷ୍ୟ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ । ନିଜର ଆଣବିକ କେନ୍ଦ୍ର ଗୁଡ଼ିକର ଆନ୍ତର୍ଜାତିକ ପରମାଣୁ ଶକ୍ତି ଅଭିକରଣ (IAEA) ଜାଞ୍ଚ କରାଇବା ଲାଗି ଆମେରିକୀୟ ଚାପ କୁ ଇସ୍ରାଏଲ ସରକାର ବହୁ ଦିନ ଧରି ବିରୋଧ କରି ଆସୁଥିଲେ ହେଁ ଶେଷରେ ୧୯୬୨ରେ ଉଭୟ ସରକାର ଙ୍କସରକାରଙ୍କ ମଧ୍ୟରେ ସ୍ଥିର ହେଲା ଯେ ଇସ୍ରାଏଲର ଆଣବିକ କେନ୍ଦ୍ର ଗୁଡ଼ିକର ବାର୍ଷିକ ଜାଞ୍ଚ ହେବ । ତେଲ ଆଭିଭ ସ୍ଥିତ ଦୂତାବାସର ଜଣେ ବୈଜ୍ଞାନିକ ସହକାରୀ ପରେ ଅନୁମାନ କରିଥିଲେ ଯେ ଡିମୋନା ପ୍ରକଳ୍ପର କିଛି ଭାଗ ଆମେରିକୀୟ ବୈଜ୍ଞାନିକ ମାନଙ୍କୁ ଧୋକା ଦବା ଲାଗି ଅସ୍ଥାୟୀ ଭାବେ ବନ୍ଦ କରି ଦିଆ ଯାଇଥିଲା ।
 
ସେମୋର ହର୍ଷ ଙ୍କହର୍ଷଙ୍କ ମତରେ ଇସ୍ରାଏଲୀ ମାନେ ଆମେରିକୀୟ ମାନଙ୍କୁ ଦେଖାଇବା ଲାଗି ନକଲି କଣ୍ଟ୍ରୋଲ ରୁମ ମାନ ତିଆରି କରିଥିଲେ । ଆବେ ଫାଇନବର୍ଗ କହିଥିଲେ ଯେ "ମୋ କାମ ଥିଲା ଯେ ମୁଁ ସେମାନଙ୍କୁ ଆଗୁଆ ଜଣାଇଦେବି କି କେନେଡ଼ି (ନିରୀକ୍ଷଣ ଲାଗି) ଚାପ ପକାଉଛନ୍ତି ।" ହର୍ଷ ପରେ ମତବ୍ୟକ୍ତ କରିଥିଲେ "ଏଇ ଜାଞ୍ଚ ପ୍ରଣାଳୀ ପୁରା ଆଗରୁ ଯୋଜନାବଦ୍ଧ ଥିଲା । କେନେଡ଼ି ଓ ତାଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ପରୋକ୍ଷ ଭାବେ ଜଣାଇ ଦିଆ ଯାଇଥିଲା ଯେ ଏଇଟା କେବଳ ଘଣ୍ଟଘୋଡ଼ା ଛଡ଼ା ଆଉ କିଛି ନୁହଁ: ଆମେରିକୀୟ ଜାଞ୍ଚ ଦଳ ନିରୀକ୍ଷଣର ଯଥେଷ୍ଟ ଆଗରୁ ଏହା ଇସ୍ରାଏଲ ସରକାରକୁ ଜଣାଇବାକୁ ହେବ ବୋଲି ସର୍ତ୍ତ ଥିଲା । ମାର୍କ ଟ୍ରାଖ୍ଟେନବର୍ଗ ପରେ ଯୁକ୍ତି ବାଢ଼ିଥିଲେ: "ଇସ୍ରାଏଲୀ ମାନେ କଣ କରୁଛନ୍ତି ତାହା ଜାଣିବା ସୁଦ୍ଧା କେନେଡ଼ି ଏହି ଜାଞ୍ଚ ବ୍ୟବସ୍ଥା କୁ ଆମେରିକାର ପରମାଣୁ ଅପ୍ରସାର ନୀତି ପ୍ରତି ଇସ୍ରାଏଲର ସମର୍ଥନ ବୋଲି ଗ୍ରହଣ କରିଥିଲେ ।" ଏହି ଜାଞ୍ଚ ଦଳର ମୁଖିଆ ପରେ କହିଥିଲେ ଯେ ଏହି ପୁରା ଜାଞ୍ଚର ମୁଖ୍ୟ ଲକ୍ଷ୍ୟ ଥିଲା ଆଳୁ ଖୋଳୁ ଖୋଳୁ ମହାଦେବ ନ ବାହାରିବା ଅର୍ଥାତ ଡିମୋନା ରୁ ଏପରି କିଛି ପ୍ରମାଣ ନ ମିଳୁ ଯାହା ଯୋଗୁଁ ଆମେରିକା କୁ ଇସ୍ରାଏଲ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ୁ ।
 
ଗୃହ ବିଭାଗର ନିକଟ ପୂର୍ବ ଘଟଣା ଅଧିବିଭାଗର ଡାଇରେକ୍ଟର ରଜର ଡାଭିସ ମାର୍ଚ୍ଚ ୧୯୬୫ରେ ନିଷ୍କର୍ଶ କରିଥିଲେ ଯେ ଇସ୍ରାଏଲ ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ତାଙ୍କ ସୂଚନା ଅନୁସାରେ ୧୯୬୮-୬୯ ସୁଦ୍ଧା ଇସ୍ରାଏଲ ଆଣବିକ ଅସ୍ତ୍ର କ୍ଷମତା ହାସଲ କରିବ । ୧ ମେ ୧୯୬୮ରେ ଗୃହ ବିଭାଗ ଅଧିସଚିବ ନିକୋଲାସ କାଜେନବାଖ ରାଷ୍ଟ୍ରପତି ଜନସନଙ୍କୁ ଜଣାଇଥିଲେ ଯେ ଡିମୋନା ବର୍ଷକୁ ଦୁଇଟି ପରମାଣୁ ବୋମା ତିଆରି କରିବା ଲାଗି ଯଥେଷ୍ଟ ପ୍ଲୁଟୋନିୟମ ଉତ୍ପାଦନ କରୁଛି । ଗୃହ ବିଭାଗର ଯୁକ୍ତି ଥିଲା ଯେ ଯଦି ଇସ୍ରାଏଲ କୁ ଆଣବିକ ଅସ୍ତ୍ର ଦରକାର ତେବେ ତାକୁ ନିଜ ଆଣବିକ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ଜାଞ୍ଚ ଲାଗି ରାଜି ହେବା ଆବଶ୍ୟକ । କିନ୍ତୁ ଡିମୋନା କେବେ ବି IAEA ଜାଞ୍ଚ ଅଧୀନକୁ ଆସି ନଥିଲା । ୧୯୬୮ ଯାଏଁ ଆମେରିକୀୟ ଅସ୍ତ୍ରଶସ୍ତ୍ର ବଦଳରେ ପରମାଣୁ ଅପ୍ରସାର ସନ୍ଧି (NPT)ରେ ଇସ୍ରାଏଲର ସ୍ୱାକ୍ଷର ଲାଗି ଉଦ୍ୟମ ଜାରି ରହିଥିଲା ।
 
====ଇରାକ====
୧୯୬୩ରେ କେନେଡ଼ି ପ୍ରଶାସନ, ଅବଦୁଲ କରିମ କାସିମ ଙ୍କକାସିମଙ୍କ ନେତୃତ୍ୱାଧୀନ ଇରାକ ସରକାର ବିରୋଧରେ ବିପ୍ଳବ କରି ତାକୁ ହଟାଇବାକୁ ସମର୍ଥନ ଦେଇଥିଲା । କାସିମ ପାଞ୍ଚ ବର୍ଷ ପୂର୍ବେ ଆମେରିକା ସମର୍ଥିତ ଇରାକୀ ରାଜବଂଶକୁ ଗାଦିଚ୍ୟୁତ କରିଥିଲେ । ଏ ବାବଦରେ ଫେବ୍ରୁଆରୀ ୮, ୧୯୬୩ରେ କେନେଡ଼ିଙ୍କୁ ଗୋଟିଏ ମେମୋ ମଧ୍ୟ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ପାଖେ ଏଥିଲାଗି ଉପଯୁକ୍ତ ଯୋଜନା ରହିଛି । ବାସ୍ତବରେ CIA ପୂର୍ବରୁ ମଧ୍ୟ କାସିମଙ୍କୁ ଗାଦିଚ୍ୟୁତ କରିବାର ଉଦ୍ୟମ କରି ବିଫଳସାର ହୋ‍ଇଥିଲା ।
 
ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫଙ୍କ ନେତୃତ୍ୱରେ ନୂଆ ସରକାର ଗଢା ହେଲା ଯାହାକି ମୁଖ୍ୟତଃ ବା’ଆଥ୍ ଦଳ ଓ ଅନ୍ୟାନ୍ୟ ଗୌଣ ଦଳ (ନାସେରିଷ୍ଟ ଓ ଜାତୀୟତାବାଦୀ) ମାନଙ୍କୁ ନେଇ ସଙ୍ଗଠିତ ହୋ‍ଇଥିଲା । ଏହି ସରକାର CIA ଦ୍ୱାରା ପ୍ରସ୍ତୁତ ଗୋଟେ ସନ୍ଦିଗ୍ଧ କମ୍ୟୁନିଷ୍ଟ ଓ ବାମପନ୍ଥୀ ମାନଙ୍କ ତାଲିକା ବ୍ୟବହାର କରି ବହୁସଂଖ୍ୟକ ଇରାକୀ ଉଚ୍ଚଶିକ୍ଷିତ ବୁଦ୍ଧିଜୀବି ମାନଙ୍କୁ ହତ୍ୟା କଲେ । ଏହା ପରେ କ୍ଷମତା ପାଇଁ ଆରିଫ ଓ ବା’ଆଥ୍ ଦଳର ପ୍ରଧାନମନ୍ତ୍ରୀ ଅହମଦ ହସନ ଅଲ୍ ବକର ମଧ୍ୟରେ କିଛି କାଳ ସଂଘର୍ଷ ହୋ‍ଇଥିଲା । ଏଥିରେ ଆରିଫ ବିଜୟୀ ହୋ‍ଇ ବା’ଆଥ୍ ଦଳକୁ କ୍ଷମତାରୁ ବିତାଡିତ କଲେ । ପୂର୍ବତନ CIA ଅଫିସର ଜେମ୍ସ କ୍ରିଚ୍‌ଫିଲ୍ଡଙ୍କ ଅନୁସାରେ ଯଦିଓ CIA ଏହି କ୍ଷମତା ପରିବର୍ତ୍ତନରେ କୌଣସି ସକ୍ରିୟ ଭୂମିକା ନେଇନଥିଲା ତଥାପି ଆନ୍ଦୋଳନର ପ୍ରାକ୍-ସୂଚନା ପାଇଥିଲା । କିନ୍ତୁ ଆରିଫ ଓ ଅହମଦଙ୍କ ମଧ୍ୟରେ ଯେଉଁ ଟଣା ଓଟରା ହେଲା ତାହା CIA ଆଶା କରି ନଥିଲା ।