"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫିକ୍ସଡ଼ ବନାନ
ଟ୍ୟାଗ: ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୫୭ କ ଧାଡ଼ି:
 
=== ଅନ୍ୟାନ୍ୟ ===
* ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ଵ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ଵ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି ପଡ଼ିଲା କିନ୍ତୁ କରିବେ କ'ଣ? ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା( ଧର୍ମପଦ)। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅ କୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢେଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। ସକାଳହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ଏହା ଦେଖି ସମସ୍ତେ ଖୁସି ହୋଇଗଲେ କିନ୍ତୁ ୧୨୦୦ବଢେଇ ଭାବିଲେ ଯାହା ୧୨୦୦ ବଢେଇ କରିପାରିଲେନି ତାହା ଜଣେ ୧୨ ବର୍ଷର ପିଲା କରିଛି ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କାଟ ହେବ। ସମସ୍ତ ବଢେଇ ଏକଥା ବିଶୁମହାରଣା ଙ୍କୁବିଶୁମହାରଣାଙ୍କୁ କହିଲେ, ଏହା ଶୁଣି ଧରମା ଭାବିଲା ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ନିଜର ଜୀବନ ଅପେକ୍ଷା ୧୨୦୦ ବଢେଇଙ୍କ ଜୀବନ ମୁଲ୍ୟବାନ ତେଣୁ ସେ ବାପାଙ୍କୁ ବୁଝେଇ ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଲା ।
* ଆଉ ଗୋଟିଏ କିମ୍ବଦନ୍ତୀ ଅନୁସାରେ ଏ ଦେଉଳ ତୋଳା ଶେଷ ହୋଇନଥିଲା । ତେବେ [[ବାୟାଚକଡ଼ା]]ର ଅନୁଲିପି ମତେ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ୧୨୫୬ ମାଘ ଶୁକ୍ଳ ସପ୍ତମୀ [[ରବିବାର]]ରେ(ସେ ସମୟର ଓଡ଼ିଆ ପଞ୍ଜିକା ବିଶ୍ଲେଷଣ କରି ଐତିହାସିକମାନେ ଇଂରାଜୀ ବର୍ଷଟି ସ୍ଥିର କରିଛନ୍ତି । ବିଗ୍ରହ ସ୍ଥାପିତ ହେବା ପରେ ବହୁବର୍ଷ ଏଠାରେ ପୂଜାର୍ଚ୍ଚନା ହୋଇଛି । ଏଠାର [[ଦେବ ସିଂହାସନ]]ରୁ ତାହା ଜଣାଯାଏ ।