"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୪୨ କ ଧାଡ଼ି:
ହେପ୍‍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ । କିନ୍ତୁ ହେପ୍‍ହାଏସ୍ତସ୍‍ଙ୍କ ବୀର୍ଯ୍ୟ ପୃଥିବୀ ଉପରେ ପଡିଲା ଓ ପୃଥିବୀର ଦେବୀ ଗାୟାଙ୍କ ଠାରୁ ଏରିଖ୍‌ତୋନିଉସ୍ ଜନ୍ମ ନେଲେ । ସାବତ ପୁଅ ରୂପେ ଅଥୀନା ତାଙ୍କୁ ପାଳିଲେ ।
 
କିମ୍ୱଦନ୍ତୀ ଅନୁସାରେ ଦେବୀ, ଶିଶୁ ଏରିଖ୍‌ତୋନିଉସ୍‍ଙ୍କୁ ଗୋଟେ ଛୋଟ ବାକ୍ସରେ ରଖି ଏଥେନ୍ସର ତିନି ଭ‍ଉଣୀ ହର୍ସି, ପାଣ୍ଡ୍ରୋସସ୍ ଓ ଆଗ୍ଲାଉଲସ୍ ଙ୍କୁଆଗ୍ଲାଉଲସ୍ଙ୍କୁ ଜଗିବାକୁ ଦେଲେ । ସେ ନ ଫେରିବା ଯାଏଁ ବାକ୍ସ ନ ଖୋଲିବା ଲାଗି ଚେତାବନୀ ଦେଇ ସେ ଚାଲିଗଲେ । କଥା ନ ମାନି ବାକ୍ସ ଖୋଲି ଦିଅନ୍ତେ ଏରିଖ୍‌ତୋନିଉସ୍ ସର୍ପ ରୂପରେ ପ୍ରକଟ ହେଲେ । ତାଙ୍କ ଶକ୍ତିରେ ପାଗଳ ହୋ‍ଇ ହର୍ସି ଓ ଆଗ୍ଲାଉଲସ୍ ପାହାଡରୁ ଡେଇଁ ଆତ୍ମହତ୍ୟା କଲେ । ଐତିହାସିକଙ୍କ ମତରେ ଏହି ଗଳ୍ପଟି ଥେସ୍ମୋଫୋରିଆ ପୂଜାରେ (ଯେଉଁଥିରେ ଏକ ଛୋଟ ବାକ୍ସ ବ୍ୟବହୃତ ହୁଏ) ଭାଗ ନେଉଥିବା ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ।
 
ରୋମର କବି ଓଭିଦ୍‍ଙ୍କ (୪୩-୧୭ଖ୍ରୀ.ପୂ) କିମ୍ୱଦନ୍ତୀ ଅନୁସାରେ ଦେବତା ହର୍ମିସ୍, ହର୍ସି କୁ ଭଲପାଇବସନ୍ତି । ତିନି ଭ‍ଉଣୀ ଅଥୀନାଙ୍କ ପୂଜା ଲାଗି ମନ୍ଦିର ଯାଆନ୍ତି ଆଉ ସେଇଠି ହର୍ସିକୁ ମନେଇବା ଲାଗି ଆଗ୍ଲାଉଲସ୍ କୁ ହର୍ମିସ୍ କହନ୍ତି । ଏଥିଲାଗି ଆଗ୍ଲାଉଲସ୍ ତାଙ୍କଠୁ ଅର୍ଥ ଆଶା କରିବାରୁ ହର୍ମିସ୍ ତାକୁ ସେଇ ଧନରାଶି ଦିଅନ୍ତି ଯାହାକି ତିନି ଭ‍ଉଣୀ ଅଥୀନାଙ୍କୁ ଅର୍ପଣ କରିସାରିଥା’ନ୍ତି । ଆଗ୍ଲାଉଲସ୍‍ର ଲୋଭର ଦଣ୍ଡସ୍ୱରୂପ ଅଥୀନା ଆଗ୍ଲାଉଲସ୍ କୁ ନିଜ ଭ‍ଉଣୀ ହର୍ସି ପ୍ରତି ଈର୍ଷାନ୍ୱିତ କରିଦେଲେ । ଯେବେ ହର୍ମିସ୍, ହର୍ସିକୁ ପ୍ରେମଯାଚନା କରିବାକୁ ଆସିଲେ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଗ୍ଲାଉଲସ୍ ତାଙ୍କ ରାସ୍ତାରେ ଛିଡା ହେବାରୁ ହର୍ମିସ୍ ତାକୁ ପଥର କରିଦେଲେ ।
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି