"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେNo edit summary
୧ କ ଧାଡ଼ି:
{{ଆଧାର ନାହିଁ}}
[[Image:Standard Model of Elementary Particles.svg|thumb|375px|କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ]]
 
ପାରମ୍ପରିକ [[ଭୌତିକ ବିଜ୍ଞାନ]] ଅନୁସାରେ ପ୍ରତ୍ୟେକ ପରମାଣୁ [[ଇଲେକ୍‌ଟ୍ରୋନ|ଇଲେକ୍ଟ୍ରନ୍]], ନିଉଟ୍ରନ୍ ଓ [[ପ୍ରୋଟୋନ|ପ୍ରୋଟୋନ୍]] ଆଦିଙ୍କ ଦ୍ଵାରା ଗଠିତ ବୋଲି କୁହାଯାଇଛି । ଅନେକ ଦିନ ପର୍ଯ୍ୟନ୍ତ ଇଲେକ୍ଟ୍ରନ୍, ପ୍ରୋଟୋନ୍ ଆଦି ପଦାର୍ଥର କ୍ଷୁଦ୍ରତମ ଅଂଶ ବୋଲାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷା ଦ୍ଵାରା ଜଣାପଡିଲା ଯେ ପରମାଣୁର ଏହି ତିନୋଟି ଅଂଶଙ୍କୁ ମୌଳିକ କ୍ଷୁଦ୍ରତମ କଣ ବୋଲି କୁହାଯାଇପାରିବ ନାହିଁ । ସେଥିପାଇଁ ଭୌତିକ ବିଜ୍ଞାନରେ ଏକ ଆଦର୍ଶ ମାନଦଣ୍ଡ ‍(ଈଂରାଜୀରେ Standard Model) ପ୍ରସ୍ତୁତ କରାଗଲା । ଏହି ଆଦର୍ଶ ମାନଦଣ୍ଡର ବ୍ୟବହାର କରି ଅଦ୍ୟାବଧି ଆବିଷ୍କୃତ ବିଭିନ୍ନ ପ୍ରକାରର ମୌଳିକ କ୍ଷୁଦ୍ରକଣ ଓ ୩ ପ୍ରକାରର ମୌଳିକ ବଳଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ସମଗ୍ର ବିଶ୍ଵରେ ଗବେଷଣାରତ ବୈଜ୍ଞାନିକମାନେ କ୍ରମାଗତ ଭାବେ ଏହି ମାନଦଣ୍ଡର ବିକାଶରେ ସହଯୋଗ କରିଛନ୍ତି । ୧୯୭୦ର ଦଶନ୍ଧିରେ ପ୍ରଥମେ କ୍ଵାର୍କ୍, ୧୯୯୫ ମସିହାରେ ଉର୍ଦ୍ଧ୍ଵ କ୍ଵାର୍କ୍, ୨୦୦୦ ମସିହାରେ ଟାଉ ନ୍ୟୁଟ୍ରିନୋ ଓ ୨୦୧୩ ମସିହାରେ ହିଗ୍ସ୍ ବୋଜୋନ୍ ଭଳି କ୍ଷୁଦ୍ରକଣମାନଙ୍କ ଆବିଷ୍କାର ଏହି ମାନଦଣ୍ଡକୁ ବଳିଷ୍ଠ କରିଛି । 
Line ୧୧ ⟶ ୧୨:
 
=== ଫର୍ମିଅନ୍ ===
[[Image:Elementary particle interactions in the Standard Model.png|400px|thumb|right|କ୍ଷୁଦ୍ରକଣ ବିଜ୍ଞାନରେ ମୌଳିକ କଣ ଓ ମୌଳିକ ବଳ]]
ଏହି ଶ୍ରେଣୀର କ୍ଷୁଦ୍ରକଣ ପଲିଙ୍କ ବହିଷ୍କରଣ ସିଦ୍ଧାନ୍ତ ଅନୁସରଣ କରନ୍ତି । ସମୁଦାୟ ୧୨ଟି ମୌଳିକ କ୍ଷୁଦ୍ରକଣଙ୍କୁ ଫର୍ମିଓନ୍ ଶ୍ରେଣୀଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ଟି କ୍ଵାର୍କ୍ ଓ ୬ଟି ଲେପ୍ଟନ୍ । ଏହି ସମସ୍ତ କ୍ଷୁଦ୍ରକଣଙ୍କର ନିଜର ଅର୍ଦ୍ଧାବର୍ତ୍ତନ (half spin) ରହିଛି ।  ସମସ୍ତ କ୍ଷୁଦ୍ରକଣର ନିଜର ଏକ ପ୍ରତିବିମ୍ଵ ସ୍ଵରୂପ ବିକ୍ଷୁଦ୍ରକଣ (Anti-Particle) ମଧ୍ୟ ରହିଛି ।