"ରାବଣ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ରେ +ରେ ) |
||
୧୭ କ ଧାଡ଼ି:
ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।<ref>{{cite web |url= http://www.newsanalysisindia.com/118102007.htm |title=Welcome to newsanalysisindia.com newsanalysis views reviews on current affair No Burning of Ravan in his birth place Bisrakh and Laxamn’s Lucknow |first=Premendra |last= Agrawal |work=newsanalysisindia.com |year=2012|quote=Bisrakh near Greater Noida doesn't celebrate Dussehra because Ravan was born in the village. |accessdate=9 January 2013}}</ref>
ତେବେ ରାବଣର ଜନ୍ମ [[ଓଡ଼ିଶା]]
[[କଳିଙ୍ଗ (ବହି)|କଳିଙ୍ଗ]]ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ [[ପ୍ରାଚୀନ ଉତ୍କଳ]]ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ । ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି, ସ୍ଥାନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି । ଯୋଗେଶ୍ଵର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି’ । ( ୫୪୨ – ୫୪୩ ପୃଷ୍ଠା ) । ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ଵର ଦେବଙ୍କ ସମୟର । ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘କୁମାରାଥିରାଜ ସୋମେଶ୍ଵର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ’ । ସ୍ଵର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ବନ୍ଧରେ ଇତିହାସ ନିରବ । ଗବେଷକମାନେ ଅନୁମାନ କରନ୍ତି ଯେ ସ୍ଵର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ । ଲଙ୍କା ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ –
୨୭ କ ଧାଡ଼ି:
ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ଵର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।
କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ବନ୍ଧ ଥିଲା, ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ । ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ [[ଲକ୍ଷ୍ମଣ]]ଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ । ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ । ଖରାସୁର ସ୍ଵଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ । ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ । ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ । [[ରାମ]] ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ଵେଷଣ କରୁକରୁ ବାଳୀ ନଗର (ବଲାଙ୍ଗୀର)ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ । ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ (ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ । ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ, ପୋଢ଼, ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି । କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ । ଧନୁଶର ଦ୍ଵାରା ବିଶାଳ ତରୁ, ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ । ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି । କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି । ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ (କାଳ୍ପନିକ ବାନର ସେନା) ପ୍ରଭୃତିଙ୍କ ଦ୍ଵାରା ଲଙ୍କା (ସ୍ଵର୍ଣ୍ଣପୁର) ଜୟ କରିଥିବେ । ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ । ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ । ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ । ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି । ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ନୃସିଂହ
== ଆହୁରି ଦେଖନ୍ତୁ ==
* [[ରାମାୟଣ]]
|