"ମନସୁର ଅଲୀ ଖାନ ପଟୌଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୬ କ ଧାଡ଼ି:
| birthname =
}}
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ ଜାନୁଆରୀ ୧୯୪୧ରେ [[ମଧ୍ୟ ପ୍ରଦେଶ]]ର [[ଭୋପାଳ]] ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ । ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନ ଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି । ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି । ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ ରେ୨୦୧୧ରେ [[ଦିଲ୍ଲୀ|ନୂଆଦିଲ୍ଲୀ]]ସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ<ref>{{cite news|title=Legendary cricketer Mansur Ali Khan Pataudi passes away|url=http://timesofindia.indiatimes.com/sports/cricket/top-stories/Mansoor-Ali-Khan-Pataudi-passes-away/articleshow/10079917.cms|accessdate=22 September 2011|newspaper=The Times of India|date=22 September 2011}}</ref> ।
 
== କ୍ରିକେଟ ଜୀବନ ==
କ୍ରିକେଟ ପଡ଼ିଆରେ ‘ଟାଇଗର’ ଭାବେ ପରିଚିତ ମନସୁର ଅଲୀ ଖାନ ପଟୌଡ଼ି ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ<ref>[http://content.cricinfo.com/india/content/player/32222.html Cricinfo – Nawab of Patudi]</ref> ଭାବେ ୧୯୬୧ରେ [[ଇଂଲଣ୍ଡ]] ବିପକ୍ଷ ଟେଷ୍ଟରେ କ୍ୟାରିଅର ଆରମ୍ଭ କରିଥିଲେ । ପଟୌଡ଼ି କ୍ୟାରିଅରରେ ୪୬ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟି ରେ୪୦ଟିରେ [[ଭାରତ]]ର ନେତୃତ୍ୱ ନେଇଥିଲେ । ୧୯୬୪ ମସିହାରେ ଭାରତୀୟ କ୍ରିକେଟ ଦଳର ନେତୃତ ନେଇଥିବା ପଟୌଡ଼ିଙ୍କ ନେତୃତରେ ଭାରତୀୟ ଦଳ ୯ଟି ଟେଷ୍ଟରେ ବିଜୟୀ ହୋଇଥିଲେ । ପଟୌଡ଼ି ପାଖାପାଖି ଏକ ଦଶନ୍ଧି ଧରି ଭାରତୀୟ ଦଳର ଅଧିନାୟକ ରହିଥିଲେ । ୧୯୬୭ରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ [[କ୍ରିକେଟ]] ଦଳ ୩-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ କ୍ରିକେଟ ଇତିହାସରେ ଏହାଥିଲା ବିଦେଶ ମାଟିରେ ସର୍ବପ୍ରଥମ ଟେଷ୍ଟ ଶୃଙ୍ଖଳା ବିଜୟ । ୪୬ଟି ଟେଷ୍ଟରୁ ସେ ୬ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୪.୯୧ହାରରେ ୨୭୯୩ ରନ ସଙ୍ଗ୍ରହ କରିଥିଲେ । ତାଙ୍କର ସର୍ବାଧିକ ବ୍ୟକ୍ତିଗର ସ୍କୋର ଥିଲା ଅପରାଜିତ ୨୦୩ ରନ ।
 
== ପୁରସ୍କାର ଓ ସମ୍ମାନ ==