"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
୭ କ ଧାଡ଼ି:
== ପୁଷ୍ପ ଚୟନ ==
ପୁଷ୍ପଟିଏ ଚୟନ ବେଳେ ଅତି ସତର୍କତା ସହିତ ତୋଳିବାର ନିୟମ ରହିଛି । ସୂକ୍ଷ୍ମ ଓ କୋମଳାଙ୍ଗକୁ ଖିନଭିନ୍ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ । ଯାହା ବିଭୁପଦରେ ସମର୍ପିତ ହେବ ତାହାର ଡେମ୍ଫକୁ ବୃଦ୍ଧାଙ୍ଗୁଳି , ମଧ୍ୟମାଙ୍ଗୁଳି ଓ ମଧ୍ୟମାଙ୍ଗୁଳିର ପରବର୍ତ୍ତି ଆଙ୍ଗୁଳି - ଏହି ତିନି ଆଙ୍ଗୁଳି ସ୍ପର୍ଶରେ ଅତି ଧୀରେ ପୁଷ୍ପଚୟନ କରାଯାଏ । ଖୁସି ମନରେ ପୁଷ୍ପଚୟନ କଲେ ତାହା ଦେବଯୋଗ୍ୟ ହୋଇଥାଏ । ଅନ୍ୟବଗିଚାରୁ ପୁଷ୍ପ ଚୋରିକରି ମାଳା ତିଆରି ପୂର୍ବକ ବେବ/ଦେବୀଙ୍କୁ ଅର୍ପଣ କଲେ କିଛି ଫଳ ମିଳେନାହିଁ ।
ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି । ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର । 'ଲଳିତଶାସ୍ତ୍ରମ୍' ରେ କୁହାଯାଇଛି - '''ଓଁ ଚମ୍ପକାଶୋକ ପୁନ୍ନାଗ ସୌର୍ଗନ୍ଧିକ ଲସତ୍କଚାୟୈ ନମଃ ''' । ଚମ୍ପା, ଅଶୋକ ପୁନ୍ନାଗ, ସୌଗନ୍ଧିକା ଆଦି ପୁଷ୍ପ ଦେବୀ ଲଳିତା ପିନ୍ଧନ୍ତି ଲଳିତ ସହସ୍ର ନାମରେ କୁହାଗଲା - ''ଓଁ ନବଚମ୍ପକ ପୁଷ୍ପାଭ ନାସାଦଣ୍ଡଃ ବିରାଜିତାୟୈ ନମଃ , ଓଁ କଦମ୍ବମଞ୍ଜରୀ କ୍ଳ୍ଳୁପ୍ତ କର୍ଣ୍ଣପୂର ମନୋହରାୟୈ ନମଃ '' ।
ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ ଚମ୍ପକ ପୁଷ୍ପ ଭଳି । କର୍ଣ୍ଣରେ ଦେବୀ କଦମ୍ବ ପୁଷ୍ପ ଧାରଣ କରନ୍ତି । ପୁଣି ମା’ ଙ୍କ ଅଧିଷ୍ଠାନ ଘଞ୍ଚ ପଦ୍ମବନରେ । ପୁଷ୍ପ ଜଗତରେ ମା’ଙ୍କ ବିଚରଣ ପ୍ରକୃତିକୁ ସୌନ୍ଦର୍ଯ୍ୟମୟ କରି ଗଢି଼ତୋଳେ ।
== ଶାସ୍ତ୍ର ==
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି