"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୬୩ କ ଧାଡ଼ି:
 
== ଭୌଗଳିକ ଅବସ୍ତିତି ==
ଏହି ସ୍ଥାନଟି ୨୦.୧୬° ଉ. ଓ ୮୬.୪୦° ପୂ. ରେ ଅବସ୍ଥିତ । ଏଠାରେ ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ସମୁଦ୍ରରେ ମିଶିଅଛି । ଜିଲ୍ଲା ବିଭାଜନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ସଡ଼କ ପଥ ଦ୍ୱାରା କଟକ ଓ ଭୁବନେଶ୍ୱର ସହ ସଂଯୁକ୍ତ । ରାଜ୍ୟ ରାଜପଥ ବ୍ୟତୀତ ଏକ ଦ୍ରୁତଗାମୀ ଜାତୀୟ ରାଜପଥ ଦ୍ୱାରା ଏହା ଚଣ୍ଡିଖୋଲ, ଦୈତାରୀ, ଡୁବୁରୀ ଆଦି ସ୍ଥାନ ସହ ସଂଯୁକ୍ତ । କଟକରୁ ଏଠାକୁ ରେଳପଥର ସଂଯୋଗ ରହିଛି । ଜିଲ୍ଲା ସଦରମହକୁମା ଜଗତସିଂହପୁର ସହର ଠାରୁ ଏହା ୬୦ କି.ମି. ଓ କଟକ ସହର ଠାରୁ ୯୦ କି.ମି. ଦୂର । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି ।
==ଇତିହାସ==
ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ''ମନ୍ନଦ''ର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।