"ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 4 interwiki links, now provided by Wikidata on d:q3526620 (translate me)
ଟିକେ Bot: Automated text replacement (- ରେ +ରେ )
୩୧ କ ଧାଡ଼ି:
'''ଗୋପାଳସ୍ଵାମୀ ଦୋରାଇସ୍ଵାମୀ ନାଇଡୁ (ଜି.ଡି.ନାଇଡୁ) '''ଥିଲେ [[ଭାରତ]]ର ଜଣେ ଖ୍ୟାତନାମା ଉଦ୍ଭାବକ ତଥା ଇଞ୍ଜିନିୟର । [[ଭାରତ]]ରେ ସେ ପ୍ରଥମ କରି ବୈଦ୍ୟୁତିକ ମୋଟର ଉଦ୍ଭାବନ କରିଥିଲେ । ବୈଦ୍ୟୁତିକ, ଯାନ୍ତ୍ରିକ, କୃଷି ଓ ଅଟୋମୋବାଇଲ ଉପକରଣ ମଧ୍ୟ ସେ ନିର୍ମାଣ କରିଥିଲେ ı କମପାଠ ପଢି ମଧ୍ୟ ନାଇଡୁ ଜଣେ ପ୍ରତିଭାର ଅଧିକରୀ ହେଇପାରିଥିଲେ ।
 
[[ତାମିଲନାଡୁ]]ର [[କୋଏମ୍ବାଟୁର]] ଅନ୍ତର୍ଗତ କଲଙ୍ଗଲ ଠାରେ ୧୮୯୩ ମାର୍ଚ ୨୩ ରେ୨୩ରେ ସେ ଜନ୍ମ ଗ୍ରହଣ କରିଥିଲେ । ପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ । ତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା । ତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଚି ପଳେଇଥିଲେ । କୋଏମ୍ବାଟୁର ଠାରେ ଏକ ହୋଟେଲରେ ଜଣେ ୱେଟର ଭାବେ ସେ କାମ କରିଥିଲେ । ଦୀର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ । ସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ । ଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ । ବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲ କୁ ନେଇଆସି ପରବର୍ତ୍ତି ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı
୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୧୯୩୭ରେ ସେ ପ୍ରଥମ ସ୍ଵଦେଶୀ ମୋଟର ନିର୍ମାଣ କଲେ । ଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ।