"ଆପାଟୋସରସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୮ କ ଧାଡ଼ି:
|Elosaurus|Peterson & Gilmore, 1902}}
}}
'''''ଆପାଟୋସରସ୍''''' (ଅର୍ଥ ଧୂର୍ତ୍ତ ସରୀସୃପ) ଏକ ବିଲୁପ୍ତ ସରୋପଡ୍ ଡାଇନୋସର ପ୍ରଜାତି ଯାହା ଜୁରାସିକ ଯୁଗର ଅନ୍ତ ଆଡକୁ ଉତ୍ତର ଆମେରିକାରେ ବସବାସ କରୁଥିଲା । ୧୮୭୭ ରେ୧୮୭୭ରେ ପ୍ରଥମ କରି ଅଥ୍‌ନିଏଲ ଚାର୍ଲ୍ସ୍ ମାର୍ଶ ଏହାର ପ୍ରଥମ ଜାତି Apatosaurus ajaxର ବର୍ଣ୍ଣନା ଦେଇଥିଲେ । ଅନ୍ୟ ଏକ ଜାତି Apatosaurus louisae ୧୯୧୬ ରେ୧୯୧୬ରେ ଆବିଷ୍କୃତ ହୋ‍ଇଥିଲା । ୧୫.୨ ରୁ ୧୫.୧ କୋଟି ବର୍ଷ ପୂର୍ବେ ବଞ୍ଚିଥିଲେ । ବ୍ରଣ୍ଟୋସରସ କୁ ଆପାଟୋସରସ୍ର ଏକ ପ୍ରଜାତି ରୂପେ ଗଣନା କରାଯାଏ ଓ ଏହାର ଏକମାତ୍ର ଜାତିକୁ ୧୯୦୩ ରେ୧୯୦୩ରେ A. excelsus ବୋଲି ପୁନଃନାମକରଣ କରାଯାଇଥିଲା ।
 
ଏହି ଜୀବ ହାରାହାରି ୨୨.୮ ମିଟର ଲମ୍ୱା ଓ ପ୍ରାୟ ୧୬.୪ ଟନ ଓଜନିଆ ଥିଲା । କିଛି ନମୁନାର ଓଜନ ୩୩-୭୦ ଟନ ମଧ୍ୟ । ଚାଲବୁଲ ବେଳେ ଏହାର ଲାଙ୍ଗୁଡ ଟେକି ହୋ‍ଇ ରହୁଥିଲା । ଅନ୍ୟ ସରୋପଡ୍ ଙ୍କ ଭଳି ଏହାର ମଧ୍ୟ ଆଗଗୋଡରେ ଗୋଟିଏ ଓ ପଛରେ ତିନିଟି ଲେଖାଏଁ ଆଙ୍ଗୁଠି ଥିଲା । ଏହାର ଖପୁରୀ ୭୦ ବର୍ଷ ହେବା ଯାଏଁ ବର୍ଷପିଛା ୫୨୦ କି.ଗ୍ରା ହିସାବରେ ବଢୁଥିଲା । ଡାଳପତ୍ର ଖାଇବା ଲାଗି ସବୁବେଳେ ମୁଣ୍ଡ ଟେକି ରଖିବା ଲାଗି ହାଡ ଗୁଡିକ ହାଲୁକା ହେବା ଆବଶ୍ୟକ ଥିଲା । ଏଥିପାଇଁ ଆପାଟୋସରସ୍ର ବାୟୁକୋଷ ଥିଲା ଯାହା ହାଡଗୁଡିକୁ ସ୍ପଞ୍ଜ ପରି ଛିଦ୍ରଯୁକ୍ତ କରୁଥିଲା । ଅନ୍ୟ ଡିପ୍ଲୋଡୋସିଡ ଙ୍କ ପରି ଆପାଟୋସରସ୍ ନିଜ ଲାଞ୍ଜକୁ ଚାବୁକ ପରି ବ୍ୟବହାର କରି ଉଚ୍ଚ ସ୍ୱର ସୃଷ୍ଟି କରୁଥିଲା ।