"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୬ କ ଧାଡ଼ି:
===କୁମାରୀ ଅଥୀନା===
 
ପ୍ରାୟ ଗ୍ରୀକ୍ ଦେବଦେବୀ ବିବାହିତ ଥିଲେ କିମ୍ୱା ସେମାନଙ୍କ ପ୍ରେମିକ ବା ପ୍ରେମିକା ଥିଲେ । କିନ୍ତୁ ଅଥୀନା ଏଥିରୁ ଭିନ୍ନ ଓ ଚିରକୁମାରୀ ଥିଲେ । ଏଥେନ୍ସ୍‍ର ଆକ୍ରୋପଲିସ୍ ରେଆକ୍ରୋପଲିସ୍ରେ ଥିବା ତାଙ୍କ ସର୍ବପ୍ରସିଦ୍ଧ ମନ୍ଦିର ପାର୍ଥେନନ‍ର ନାମକରଣ ତେଣୁକରି ଏପରି ହୋ‍ଇଛି (parthenos ଅର୍ଥ କୁମାରୀ) । ମନ୍ଦିରଟି କେବଳ ତାଙ୍କର କୁମାରୀତ୍ୱର ପ୍ରତୀକ ନଥିଲା ବରଂ ତାଙ୍କୁ ଯୌନ ସଂଯମ ଓ ସତୀତ୍ୱ ରକ୍ଷାର ଦେବୀ ରୂପେ ମଧ୍ୟ ଦର୍ଶାଉଥିଲା । ତତ୍କାଳୀନ ରକ୍ଷଣଶୀଳ ସମାଜରେ ଏହି କୁମାରୀତ୍ୱ ଶୁଦ୍ଧତାର ପ୍ରତୀକ ମଧ୍ୟ ଥିଲା ।
 
===ଏରିଖ୍‌ତୋନିଉସ୍===
୬୨ କ ଧାଡ଼ି:
===ପ୍ୟାରିସ୍‍ଙ୍କ ବିଚାର===
 
ଗୋଟିଏ କିମ୍ୱଦନ୍ତୀ ଅନୁସାରେ ପିଲିୟସ୍ ଓ ଥେଟିସ୍ ଙ୍କ ବିବାହକୁ ସବୁ ମନୁଷ୍ୟ ଓ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା କେବଳ କଳିର ଦେବୀ ଏରିସ୍‍ଙ୍କ ଛଡା । ଏଥିରେ ଈର୍ଷାନ୍ୱିତ ହୋ‍ଇ ଏରିସ୍ ଗୋଟିଏ ସୁନା ସେଓ ରେସେଓରେ ’ସବୁଠୁ ସୁନ୍ଦରୀଙ୍କ ପାଇଁ’ ଲେଖି ସେଇ ବିବାହ ଭୋଜିରେ ସବୁ ଦେବୀମାନଙ୍କ ଭିତରେ ଫିଙ୍ଗିଦେଲେ । ସେଉଟି ଲାଗି ଦେବୀ ଆଫ୍ରୋଡାଇଟି, ହେରା ଓ ଅଥୀନାଙ୍କ ଭିତରେ କଳି ଲାଗିଲା ।
 
ଝଗଡାର ସମାଧାନ ଲାଗି ସେମାନେ ଦେବରାଜ ଜିଉସ୍‍ଙ୍କ ପାଖକୁ ଗଲେ । ତେବେ ଏ କଥାରେ ମୁଣ୍ଡ ପୁରାଇବା ବିଷମ ହେବ ଜାଣି ଜିଉସ୍ ସେମାନଙ୍କୁ ଟ୍ରୟର ରାଜକୁମାର ପ୍ୟାରିସ୍‍ଙ୍କ ପାଖକୁ ପଠାଇଲେ । ତିନି ଦେବୀ ଟ୍ରୟ ନଗରୀ ଥିବା ଇଡା ପର୍ବତର ଝରଣାରେ ସ୍ନାନ କରି ପ୍ୟାରିସ୍‍ଙ୍କ ପାଖକୁ ଆସିଲେ । କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍‍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ । ତଥାପି ପ୍ୟାରିସ୍‍ ସ୍ଥିର କରି ପାରିଲେ ନାହିଁ । ତାଙ୍କୁ କରାୟତ୍ତ କରିବା ଲାଗି ତିନିଜଣ ଲାଞ୍ଚ ଦେବାର ଉପକ୍ରମ କଲେ । ହେରା ତଙ୍କୁ ସମଗ୍ର ଏସିଆ ଓ ଇଉରୋପର ଶାସନ ଯାଚିଲେ ତ ଅଥୀନା ତାଙ୍କୁ ବୁଦ୍ଧି, ଖ୍ୟାତି ଓ ଯୁଦ୍ଧରେ ବିଜୟ ଯାଚିଲେ । ତେବେ ଆଫ୍ରୋଡାଇଟି ତାଙ୍କୁ କହିଲେ ସେ ଯଦି ଜିତନ୍ତି ତା ହେଲେ ପ୍ୟାରିସ୍‍ଙ୍କୁ ପୃଥିବୀର ସବୁଠୁ ସୁନ୍ଦର ପତ୍ନୀ ମିଳିବ । ଏଥିରେ ଭଳିଯାଇ ପ୍ୟାରି ଆଫ୍ରୋଡାଇଟିଙ୍କୁ ବାଛିଲେ । ଦୁର୍ଭାଗ୍ୟବଶତଃ ପ୍ୟାରିସ୍‍ଙ୍କ ଭାଗ୍ୟରେ ଥିବା ସେ ସୁନ୍ଦରୀ ଜଣକ ଥିଲେ ହେଲେନ୍ ଯିଏ ପୂର୍ବରୁ ହିଁ ସ୍ପାର୍ଟାର ରାଜା ମେନେଲାଉସ୍‍ଙ୍କୁ ବିବାହ କରିଥିଲେ । ହେରା ଓ ଅଥୀନା ହାରିବା ରାଗରେ ପ୍ୟାରିସ୍‍ଙ୍କ ଦ୍ୱାରା ହେଲେନ୍‍ଙ୍କ ଅପହରଣ କରାଇ ଟ୍ରୋଜାନ୍ ଯୁଦ୍ଧ କରାଇଥିଲେ ।
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି