"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୪୨ କ ଧାଡ଼ି:
 
=== ରାଜନୈତିକ ଜୀବନ ===
୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ । ଆଲ୍‌ଜେରିଆ ଦେଶ ସ୍ଵାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ '''League of Nations' Committee for Intellectual Co-operation''' ର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ସନ ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ଵ ପୂର୍ଣ୍ଣ । ସେଇ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ । ଭାରତର ପ୍ରତିନିଧ ଭାବେ ସେ UNEscoର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥଲେ । ଆମ ଦେଶ ସ୍ଵାଧୀନ (୧୯୪୭) ହେବା ପରେ ବିଶ୍ଵବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।
 
== ଦର୍ଶନ ==