"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଏ ନିଜାମ, ସେ ନିଜାମ ନୁହଁ
ଟିକେ Bot: Automated text replacement (- ର +ର )
୭୩ କ ଧାଡ଼ି:
 
== ପାଠପଢ଼ା ==
ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ ରକଲେଜ୍ର ଅଧ୍ୟକ୍ଷ ଥିଲେ।ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ।ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ।କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ।ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା।ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା।ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ଵବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ତେରବର୍ଷ ବୟସରେ ପ୍ରାୟ ୬ ଦିନ ମଧ୍ୟରେ ସେ ୧୩୦୦ ପଦରେ [[ଲେଡି ଅଫ ଦି ଲେକ୍]] ନାମକ ଦୀର୍ଘ କବିତା ରଚନା କରିଥିଲେ।ଏହାଛଡା ଏକ ୨୦୦୦ ଧାଡ଼ିର ନାଟକ ମଧ୍ୟ ଲେଖିଥିଲେ।<ref>http://www.poemhunter.com/sarojini-naidu/biography/</ref> <ref>ଦିବ୍ୟଭାସ୍କର- ଗୁଜରାଟୀ ଖବର କାଗଜ ତା. ୧୦ ଜୁନ ୨୦୧୨, ପୃଷ୍ଠ୍ ଆ: ୧୧</ref>
 
== ବିଦେଶଯାତ୍ରା ==
ସେ ପାର୍ସି ଭାଷାରେ [[ମେହେର୍ ମୁନିର୍]] ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।ଏହି ସମୟରେ [[ଆନିବେସାନ୍ତ]] ଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା।[[ଇଂଲଣ୍ଡ]] ରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ [[ଏଡ଼ମଣ୍ଡ ଗସ୍]] ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ।ଏହାଦ୍ୱାରା ତାଙ୍କର ଲେଖା ସ୍ଵଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା।ସେ [[ଲଣ୍ଡନ]] ର [[କିଂଗ୍ସ କଲେଜ୍]] , [[କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ]] ଓ [[ଗର୍ଟନ କଲେଜ୍]] ଆଦିରେ ଅଧ୍ୟୟନ କରିଥିଲେ।ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ଵସ୍ଥ୍ୟହାନୀ ଘଟିଥିଲା।ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ସେ [[ଇଟାଲୀ]] ଓ [[ସୁଇଜରଲ୍ୟାଣ୍ଡ]] ଯାତ୍ରା କରିଥିଲେ। [[ଇଟାଲୀ]] ତାଙ୍କୁ ଖୁବ୍ ଅଭିଭୂତ କରିଥିଲା।ଏହାପରେ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି ସରୋଜିନୀ କେବଳ ବିପୁଳ ଅଭିଜ୍ଞତା ଓ ନୂତନ ଚିନ୍ତାଧାରାକୁ ସାଙ୍ଗରେ ଧରି ୧୮୮୯ ରେ ଭାରତକୁ ଫେରିଆସିଥିଲେ।
 
== ବୈବାହିକ ଜୀବନ ==
୯୫ କ ଧାଡ଼ି:
<ref>http://www.culturalindia.net/leaders/sarojini-naidu.html</ref>
* ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର ସ୍ଵାଧୀନତା ଅନ୍ଦୋଳନରେ ଯୋଗଦେଲେ । [[ଅସହଯୋଗ ଆନ୍ଦୋଳନ]] ଓ ସତ୍ୟାଗ୍ରହରେ [[ଗାନ୍ଧିଜୀ]]ଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ ।
* ୧୯୧୯ ର୧୯୧୯ର [[ଜାଲିଆଁୱାଲାବାଗ ହତ୍ୟାକାଣ୍ଡ]]ର ପରେ ପରେ ସେ ହୃଦ୍‌ରୋଗରେ ପିଡ଼ିତ ହେବାରୁ ସେ [[ଇଂଲଣ୍ଡ]] ଯାଇଥିଲେ ।
* ୧୯୨୪ ମସିହାରେ ସେ ପୂର୍ବ ଓ [[ଦକ୍ଷିଣ ଆଫ୍ରିକା]]ଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ ।
* ୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର [[କଂଗ୍ରେସ]] ସମ୍ମିଳନୀର ସଭାପତିତ୍ଵ କରିଥିଲେ ।