"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ର +ର )
୨୮ କ ଧାଡ଼ି:
 
== ପ୍ରଶିକ୍ଷଣ ==
ମା'ଙ୍କ ପ୍ରେରଣା ବଳରେ ସଂଯୁକ୍ତା ୪ ବର୍ଷ ବୟସରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ | ୧୯୫୦-୧୯୫୩ ମସିହା ମଧ୍ୟରେ ତାଙ୍କୁ ତିନି ତିନି ଥର ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ଅଭିହୀତ କରାଯାଇଥିଲା | ୬ ବର୍ଷ ବୟସରେ ସେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ସେଠାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଇଥିଲେ | ୯ ବର୍ଷରେ ସେ କଲିକତାଠାରେ ଏକ ଲିଟିଲ୍ ଥିଏଟରରେ ନୃତ୍ୟ ପରିବେଷଣ କରିଥିଲେ | ୧୯୫୨ ମସିହାରେ ସେ ଅନ୍ତରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ସମାରୋହରେ ପ୍ରଥମ ପୁରସ୍କାର ଜିତିଥିଲେ | <ref>http://www.narthaki.com/info/profiles/profil48.html</ref>ନୃତ୍ୟରେ ଭଲ ପ୍ରଶିଁକ୍ଷଣ ପାଇଁ ତାଙ୍କ ପିତା-ମାତା ତାଙ୍କୁ ଚେନ୍ନାଇରେ କଳାକ୍ଷତ୍ରକୁ ପଠାଇଥିଲେ | ସେଠାରେ ରୁକ୍ମଣୀ ଦେବୀ ଆଡ୍ୟାରଙ୍କ ଅଧିନରେ ସେ ୬ ବର୍ଷ ପର୍ଯ୍ୟନ୍ତ ଭାରତ ନାଟ୍ୟମ୍ ଓ କଥକରେ ଶିକ୍ଷା ଲାଭ କରିଥିଲେ | ଏହାପରେ ନୃତ୍ୟ ପ୍ରବିଣ ଡିପ୍ଲୋମା ସହ ସେ ଉର୍ତ୍ତୀଣ୍ଣ ହୋଇ ସେଠାରେ କଳାକ୍ଷେତ୍ର ବ୍ୟାଲେଟ୍ ଟ୍ରୁପ୍ ରଟ୍ରୁପ୍ର ସଦସ୍ୟ ଭାବେ ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟକୁ ଆଦୃତ କରିଥିଲେ | ୧୪ ବର୍ଷ ବୟସରେ ସେ ଓଡ଼ିଶା ଫେରିଆସି ଓଡିଶୀ ନୃତ୍ୟର ବିକାଶ ଦିଗରେ ଧ୍ୟାନ ଦେଇଥିଲେ | <ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
== ବୃତ୍ତି ଜୀବନୀ ==
ସଂଯୁକ୍ତା ଓ ତାଙ୍କ ସ୍ବାମୀ ରଘୁନାଥ ପାଣିଗ୍ରାହୀ ଏକାଠି ଓଡିଶୀ ନୃତ୍ୟର ଉନ୍ନତି ଦିଗରେ କାର୍ଯ କରିଥିଲେ | କ୍ୟାରିଅର୍ ରକ୍ୟାରିଅର୍ର ପ୍ରାରମ୍ଭିକ ସମୟରେ ସେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | ୧୯୬୬ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସଂଗୀତ ଏକାଡେମୀ ପୁରସ୍କାର ମିଳିବା ପରେ ସେମାନଙ୍କ ସ୍ଥିତିରେ ସ୍ବାଭାବିକ ହେବାରେ ଲାଗିଥିଲା | ସେ ସମୟରେ ସେ ଦିଲ୍ଲୀରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ପ୍ରଂଶସିତ ହୋଇଥିଲେ | ଏହି ସମୟ ମଧ୍ୟରେ ତାଙ୍କ ସ୍ବାମୀ ରଘୁନାଥ ଜଣେ ଶାସ୍ତ୍ରୀୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ | ସଂଯୁକ୍ତାଙ୍କ ନୃତ୍ୟ ପରିବେଷଣ ପାଇଁ ମଧ୍ୟ ରଘୁନାଥ ସଙ୍ଗୀତ ପ୍ରସ୍ତୁତ କରୁଥିଲେ | ପରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡି ପ୍ରସିଦ୍ଧ ହେବାରେ ଲାଗିଲା | ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଂଯୁକ୍ତାଙ୍କ ଅବଦାନ ସ୍ବରୂପ ୧୯୭୫ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା | ଏହାପରେ ୧୯୭୬ ମସିହାରେ ତାଙ୍କୁ ଓ ରଘୁନାଥଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା | <ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
== ବ୍ୟକ୍ତିଗତ ଜୀବନୀ ==