"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ର +ର )
୮ କ ଧାଡ଼ି:
ନିମ୍ନ ଲିଖିତ ପ୍ରଭାବଗୁଡିକୁ ବୁଝିବା ପାଇଁ ଆମେ କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତିର ଅବଲୋକନ କରିବା । ମନେ କରାଯାଉ ଯେ ଦୁଇ ଜଣ ଦେଖଣାହାରୀ ଅଛନ୍ତି । କାଳିଆ ଭାଈ ପୃଥିବୀ ଉପରେ ଓ ବଳିଆ ଭାଈ ଏକ ମହାକାଶ ଯାନରେ ଥାଇ ଯାହା ଘଟଣା ଘଟୁଛି ତା'ର ନିରୀକ୍ଷଣ କରୁଛନ୍ତି । ବଳିଆ ଭାଈର ଯାନ ଆଲୋକର ବେଗ ସହ ତୁଳନୀୟ ବେଗରେ ଗତି କରୁଛି । ଏପରି ଅବସ୍ଥାରେ ଉଭୟ ନିଜ ସ୍ଥାନରେ ରହି କହିବେ ଯେ "ମୁଁ ଯାହା କହୁଛି ତାହା ଠିକ୍" ।
 
'''<u>୧. ସମୟ ପ୍ରସାରିତ ହେବା</u>''' - ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ସମୟ ଗଣନା ସବୁଠାରେ ସମାନ । ବସ୍ତୁର ବେଗ ଯେତେ ବଢୁ ବା କମୁ, ସମୟ ଗଣନା ତା ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ ଚାଲେ । କିନ୍ତୁ ଆପେକ୍ଷିକତା ଅନୁସାରେ ସମୟ ଆପେକ୍ଷିକ । ପାରମ୍ପରିକ ସମୟ ଗଣନାର ଚିନ୍ତାଧାରା ଅଳ୍ପ ବେଗରେ ଗତିଶୀଳ ବସ୍ତୁ ବା ନିରୀକ୍ଷକ ପାଇଁ ସତ । କିନ୍ତୁ ଯଦି କୌଣସି ବସ୍ତୁ ଆଲୋକର ବେଗ (୩ ଲକ୍ଷ କି.ମି. ପ୍ରତି ସେକେଣ୍ଡ) ସହ ତୁଳନୀୟ ବେଗରେ ଗତି କରେ, ତେବେ ସମୟ ଧୀରେ ଧୀରେ ଅତିବାହିତ ହୁଏ । ଯଦି କୌଣସି ବସ୍ତୁ ଆଲୋକର ବେଗରେ ଗତି କରେ ତାହା ପାଇଁ ସମୟ ଅଟକିଯିବ । ଉଦାହରଣ ସ୍ଵରୂପ: ଦୁଇ ଜଣ ଜାଆଁଳା ଭାଈ ପୃଥିବୀ ପୃଷ୍ଠରେ ଅଛନ୍ତି ଓ ଦୁଇ ଜଣଙ୍କ ପାଖରେ ସମାନ ସମୟ ଦେଖାଉଥିବା ଦୁଇଟି ଘଡି ଅଛି । ସେମାନଙ୍କ ମଧ୍ୟରୁ ଜଣେ ଯଦି ଆଲୋକ ସହ ତୁଳନୀୟ ବେଗରେ ଯାଇ ବର୍ଷେ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିବ, ସେ ଜାଣିବାକୁ ପାଇବ ଯେ ସେ ନିଜେ ବର୍ଷେ ବଡ ହୋଇଥିବା ବେଳେ ତା' ଭାଈ ବୁଢ଼ା ହୋଇଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ବସ୍ତୁ ଆବିଶ୍କାର ବା ଉଦ୍ଭାବନ କରାଯାଇନାହିଁ ଯାହା ଆଲୋକଠାରୁ ଅଧିକ ବେଗରେ ଯାଇ ପାରିବ । "'''ଜାଆଁଳାଙ୍କ ବୟସ ପ୍ରହେଳିକା'''" ଭଳି ଅନ୍ୟ ଉଦାହରଣ ହେଉଛି ମ୍ୟୁଓନ୍ ମାନଙ୍କର ଆୟୁ । ଜାଗତିକ ପ୍ରକ୍ରିୟା ଦ୍ଵାରା ସୃଷ୍ଟ ଓ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରୁଥିବା ମ୍ୟୁଓନ୍ ରମ୍ୟୁଓନ୍ର ଆୟୁ ଗବେଷଣାଗାରରେ ପ୍ରସ୍ତୁତ ମ୍ୟୁଓନ୍ ରମ୍ୟୁଓନ୍ର ଆୟୁଠାରୁ ଅଧିକ ।
 
 
୧୮ କ ଧାଡ଼ି:
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ଯଦି ବଳିଆ ଭାଈ ନିଜ ଗତିପଥରେ ଥିବା ଓ ତା' ସହିତ ସମାନ ବେଗରେ ଗତି କରୁଥିବା ଅନ୍ୟ ଏକ ଯାନର ଦୂରତା ନିରୂପଣ କରିବା ପାଇଁ ଏକ ଲେଜର୍ କିରଣ ଛାଡେ, ତାକୁ ଲାଗିବ ଯେ ତା'ର ଘଡିରେ ଅତିବାହିତ ସମୟ ଓ ଆଲୋକର ବେଗର ଗୁଣନଫଳ ଦର୍ପଣର ଦୂରତା ସହ ସମାନ । ତା'କୁ ଲାଗିବ ନାହିଁ ଯେ ତା'ର ଯାନର ଆକାରରେ କୌଣସି ପରିବର୍ତ୍ତନ ହୋଇଛି । କିନ୍ତୁ କାଳିଆ ଭାଈ ଦେଖିବ ଯେ ଅଜଣା ଯାନର ଘଡି ବଳିଆ ଭାଈର ଘଡିଠାରୁ ଧିରେ ଚାଲୁଛି । ଯେହେତୁ ଆଲୋକର ବେଗ ବଦଳି ନାହିଁ ତେଣୁ ବଳିଆ ଭାଈ ଓ ଅଜଣା ଯାନ ମଧ୍ୟରେ ଦୂରତା କମ୍ ହୋଇଯାଇଛି । ବଳିଆ ଭାଈର ଯାନ ଗତିପଥ ଦିଗରେ ସଂକୁଚିତ ହେଲାପରି ମଧ୍ୟ ଦିଶିବ ।
 
'''<u>୩. ବସ୍ତୁତ୍ଵ ଶକ୍ତି ସମୀକରଣ</u>''' - ଆଇନ୍ ଷ୍ଟାଇନଙ୍କ ଦ୍ଵାରା ପ୍ରଣୀତ ଓ ଖୁବ୍ ଜଣାଶୁଣା ସମୀକରଣ ହେଉଛି ବସ୍ତୁତ୍ଵ ଶକ୍ତି ସମୀକରଣ E = m*c^୨ । E ହେଲା ଶକ୍ତି (Energy), m ହେଲା ବସ୍ତୁତ୍ଵ (Mass), c ହେଲା ଆଲୋକର ବେଗ, c ରcର ମାପ = ୩୦୦,୦୦୦,୦୦୦ ମିଟର୍ ପ୍ରତି ସେକେଣ୍ଡ୍ । ଯଦି କୌଣସି ବସ୍ତୁର ଶକ୍ତି ବଢ଼େ ତେବେ ତାହାର ବସ୍ତୁତ୍ଵ ବଢ଼ିଥିଲା ପରି ମନେ ହେବ । ଆଲୋକର ବେଗରେ ଗତି କରୁଥିବା ବସ୍ତୁର ବସ୍ତୁତ୍ଵ ଏତେ ଅଧିକ ହୋଇଯିବ ଯେ ସେହି ବେଗରେ ଆଗକୁ ବଢ଼ିବା ପାଇଁ ବସ୍ତୁକୁ ଅସୀମ (infinite) ଶକ୍ତି ଦରକାର ।