"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୧୩ କ ଧାଡ଼ି:
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କହାଯାଏ । <ref>http://wals.info/chapter/138</ref> ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’ କୁ '''ସା''' କହାଯାଏ।<ref>ପୌରୁଷ ପତ୍ରିକା</ref>
== ଗଛ ଓ ପରିବେଶ ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବା ଦ୍ଵାରା ଚା’ ଖୁବ ସ୍ଵାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref> ଗୋଟିଏ ପରିପକ୍ଵ ଚା’ ଗଛର ଅଗରୁ ୧ ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ । ଏହାର କଢ଼ ଓ ପତ୍ରକୁ '''ଫ୍ଲସ''' ବୋଲି କହାଯାଏ । ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୋଇଥାଏ । <ref>{{cite book |author=Elizabeth S. Hayes |title=Spices and Herbs: Lore and Cookery |url=http://books.google.com/?id=htsIVCwRsEcC&dq= |publisher=Courier Dover Publications |year=1980 |isbn=0-486-24026-6|accessdate=2008-09-20 |page=74}}</ref> ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ, ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ଵ ପ୍ରଦାନ କରାଯାଏ । ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ ରଚା’ର ମୂଲ୍ୟ ଅଧିକ ହୋଇଥାଏ । କାରଣ ଧୀରେ ଧୀରେ ବଢୁଥିବା ଚା’ ରଚା’ର ସ୍ଵାଦ ଅଧିକ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ଓ ଏହା ବହୁ ପରୀକ୍ଷିତ ମଧ୍ୟ । ଗୋଟିଏ ଚା’ ଗଛକୁ ଯଦି ଆଦୌ କଟାନଯାଏ ବା ଏଥିରୁ କଢ଼ ବା ପତ୍ର କୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢିବାକୁ ସୁଯୋଗ ଦିଆଯାଏ । ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢିବାକୁ ଛଡାଯାଏ । ଫଳରେ ଚା’ ଗଛରୁ ଉତ୍ପାଦନ ଖୁବ ଦୃତଗତିରେ କରାଯାଇଥାଏ । <ref name="Tea Cultivation">[http://www.britannica.com/EBchecked/topic/585098/tea Britannica Tea Cultivation]. Retrieved June 2007.</ref>
 
== କିମ୍ବଦନ୍ତୀ ==
୨୨ କ ଧାଡ଼ି:
== ଇତିହାସ ==
=== ଭାରତ ===
କହାଯାଏ [[ଭାରତ|ଭାରତରେ]] ଚା' ଏକ ଅତିପୁରୁଣା ପାନୀୟ । ପ୍ରାଚୀନ କାଳରେ ମୁନିଋଷି ତଥା ବଇଦ ମାନେ ଚା’ କୁ ଏକ ଔଷଧ ରୂପେ ବ୍ୟବହାର କରୁଥିଲେ । ଅବଶ୍ୟ ସେତେ ବେଳେ ଏହା ସମସ୍ତଙ୍କ ଲାଗି ଉଦ୍ଦିଷ୍ଟ ଏକ ବିଳାସ ଅଥବା ଅତ୍ୟାବଶ୍ୟକ ପାନୀୟ ନ ଥିଲା । କେହି କେହି ଚା' କୁ ଭାରତର ପ୍ରାଚୀଅନ୍ ପୌରାଣିକ ଗ୍ରନ୍ଥ [[ରାମାୟଣ]] ସହିତ ଯୋଡି ଦେଇଥାନ୍ତି । ସେମାନଙ୍କ ମତରେ ଆଜିର ଚା' ହିଁ ରାମାୟଣ ଯୁଅଗରେ ଥିଲା ଦୂର୍ମୁଲ୍ୟ '''ବିଷଲ୍ୟକରଣୀ''', ଯାହାକୁ ନେବାକୁ ଆସି [[ହନୁମାନ]] ସମଗ୍ର ପର୍ବତକୁ ଟେକି ନେଇ ପଳେଇଥିଲେ [[ଲଙ୍କା]] । ଅବଶ୍ୟ ଏହି ଭଳି କହିବା ପଛରେ କୈଣସି ତଥ୍ୟସିଦ୍ଧ ଯୁକ୍ତି ମିଳିନାହିଁ । ସେଭଳି ଚା' ସହିତ ବିଷଲ୍ୟକରଣୀର କୈଣସି ସମ୍ପର୍କ ନାହିଁ ବୋଲି ଗବେଷକଙ୍କ ସ୍ପଷ୍ଟମତ । ତେବେ ବିଧିବଦ୍ଧ ଭାବରେ ଚା’କେବେ ହେଲା ତାହାର କୈଣସି ପ୍ରମାଣ ମିଳେନାହିଁ । <ref name="sanjeevani">{{citation|first=K. N. |last=Ganeshaiah |first2=R. |first2=Vasudeva and |first3=R. Uma |first3=Shaanker |url=http://www.ias.ac.in/currsci/aug252009/484.pdf |title=In search of Sanjeevani |date=2009-08 |volume=97 |number=4 |journal=Current Science |accessdate=2010-11-17}}</ref> ଭାରତ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଯିବାପରେ ଏଠାରେ ଚା’ ରଚା’ର ଆଦର ବଢିଲା ଓ ଚା’ [[ବିଶ୍ଵ]] ବ୍ୟବସାୟରେ ସାମିଲ ହେଲା ବୋଲି କେତେଙ୍କ ମତ । ଆଜିର ଭାରତୀୟଙ୍କ ପାଇଁ ଚା’ ଏକ ଆବଶ୍ୟକ ପାନୀୟରେ ପରିଣତ ହୋଇଛି । ବିଶ୍ଵର ଚା’ ସସ୍କୃତିକୁ ଭାରତର ଅବଦାନ କିଛି କମ ନୁହେଁ । ବିଶ୍ଵର ଯେତେଲୋକ ଚା’ ପାନ କରନ୍ତି ସେମାନକ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ ହେଉଛନ୍ତି ଭାରତୀୟ । <ref>http://goindia.about.com/od/topdestinations/tp/5-Best-India-Tea-Gardens.htm</ref> ଭାରତରେ [[ଦାର୍ଜିଲିଂ]] ଓ [[ଆସାମ]]କୁ ଚା’ର [[ରାଜଧାନୀ]] ବୋଲି କହାଯାଏ ।
 
୧୮୨୦ଦଶକର ଆରମ୍ଭରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସାମରେ ପ୍ରଥମେ ଚା' ଚାଷ ଆରମ୍ଭ କରିଥିବା ଇତିହାସ କହେ । ୧୮୨୬ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଅଞ୍ଚଳକୁ ଅହୋମ୍ ରାଜବଂଶ ରାଜାମାନଙ୍କୁ ଠାରୁ ହାତକୁ ନେଲା । ୧୮୩୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅପର ଆସାମର [[ବାବୁଆ]]ଠାରେ ପ୍ରଥମେ ଚ' ବଗିଚା ତିଆରି କଲା । ୧୮୪୦ରେ ଆରମ୍ଭ ହେଲା କମ୍ପାନୀର ଚା' ବ୍ୟବସାୟ । ୧୮୫୦ବେଳକୁ ଆସାମ ସହିତ ଆଉ କେତେକ ଅଞ୍ଚଳକୁ ଚା' ଚାଷ ବେଶ ଦ୍ରୁତଗତିରେ ବ୍ୟାପିଯାଇଥିଲା । ତଥ୍ୟ ଅନୁଯାୟୀ , ଭାରତ ହେଉଛି ଚା' ଉତ୍ପାଦନ କ୍ଷେତ୍ରରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ରାଷ୍ଟ୍ର । <ref>http://www.toptenofcity.com/commerce/top-10-largest-tea-producing-countries-2011.html</ref><ref>http://www.top5ofanything.com/index.php?h=d0fb35cf</ref><ref>Adivasis in Assam http://www.indiatogether.org/2008/may/soc-assamadi.htm</ref>
୨୯ କ ଧାଡ଼ି:
ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା [[ଜାପାନ]] ରେ। ବୌଦ୍ଧ ଭିକ୍ଷୁ ମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ। ଅତିଥିମାନଙ୍କୁ ଗୃହକୁ ଆମନ୍ତ୍ରଣ କରାଯାଇ ଏକ ଚା’ ଉତ୍ସବ ପାଳନ କରାଯାଏ। ଗୃହକୁ ଅତିଥି ଆସିଲେ ପ୍ରଥମେ ଚା’ ଦିଆଯାଏ ଏବଂ ତାହା ହେଉଛି ଗରମ ପାଣିରେ ପଡ଼ିଥିବା ଏକ ସବୁଜ ପତ୍ର ,ଯାହା ବେଶ ଆରାମଦାୟକ ଓ ବାସନାଯୁକ୍ତ ପାନୀୟ ହୋଇଥାଏ।<ref>http://www.gojapango.com/culture/japanese_tea_ceremony.html</ref><ref>http://www.samovarlife.com/in-the-field-japan/</ref>
=== ଆସାମ ===
ଆସାମ ଚା’ ରଚା’ର ଦେଶ ହେଇଥିଲେ ମଧ୍ୟ ସେଠାରେ ଚା’ ରଚା’ର ପ୍ରକୃତ ଆବିଷ୍କାର ହେଲା ୧୮୨୩ ମସିହାରେ। [[ସ୍କଟଲାଣ୍ଡ]]ର ରବର୍ଟ ବ୍ରୁସ୍ ନାମରେ ଜଣେ ବ୍ୟକ୍ତି ଆସାମର [[ଦିବ୍ରୁଗଡ଼ ଜିଲ୍ଲା|ଦିବ୍ରୁଗଡ଼]] ଜିଲ୍ଲାର ଏକ ଅଞ୍ଚଳରେ ବହୁ ସଂଖ୍ୟାରେ ଦିବ୍ରୁଗଡ଼ ଗଛ ଦେଖି ସ୍ତମ୍ଭୀଭୁତ ହୋଇଯାଇଥିଲେ।<ref>http://www.kew.org/plant-cultures/plants/tea_history_assam_tea.html</ref> ତାଙ୍କର ସନ୍ଦେହ ମୋଚନ ପାଇଁ ସେ କଲିକତାର [[ଇଷ୍ଟ ଇଣ୍ଡିଆ କମ୍ପାନୀ]]କୁ ଗଛ ପତ୍ରକୁ ପରୀକ୍ଷା ପାଇଁ ପଠେଇଲେ ଏବଂ ତାହା ଚା’ ବୋଲି ପ୍ରମାଣିତ ହେଲା। କିନ୍ତୁ ପ୍ରକୃତରେ ଆସାମର ସିଙ୍ଗ ପୋ ଜନଜାତିର ଲୋକ ବହୁକାଳ ଧରି ଚା’ କୁ ଏକପାନୀୟ ଏବଂ ଔଷଧ ରୂପେ ବ୍ୟବହାର କରୁଥିଲେ। ହୁଏତ ହଜାର ହଜାର ବର୍ଷ ଧରି। କିନ୍ତୁ ତାହା ଲୋକଲୋଚନକୁ ଆସି ପାରିନ ଥିଲା। ପ୍ରକୃତରେ ଏହାକୁ ଲୋକଲୋଚନକୁ ଆଣିବାର ବ୍ୟକ୍ତିହେଲେ ଆସାମର ଜଣେ ପ୍ରସିଦ୍ଧ ଦେଶପ୍ରେମୀ [[ମଣିରାମ ଦତ୍ତବରୁଆ]], ଯିଏ କି ମଣିରାମ ଦିୱ୍ଆନ ରୂପେ ପ୍ରସିଦ୍ଧ ଥିଲେ। <ref>http://www.teafestivalassam.com/history.html</ref> ମଣିରାମ ଥିଲେ ବ୍ରିଟିଶ ଶାସକ ଓ ଜନଜାତି ମଧ୍ୟରେ ଏକ ମାଧ୍ୟମ ବା ସମ୍ପର୍କ ରକ୍ଷକ। କମ୍ପାନୀ ଚୀନ ଦେଶରୁ ଚା’ ମଗାଉଥିବା ଦେଖି ଆସାମରେ ହେଉଥିବା ଚା’ ପ୍ରତି ସେ ରବର୍ଟ ବ୍ରୁସ୍ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କୁ ସିଙ୍ଗ ପୋ ଜନଜାତିର ମୂଖ୍ୟଙ୍କ ସହ ପରିଚିତ କରାଇ କିପରି ସେ ଅଞ୍ଚଳରେ ଜଙ୍ଗଲ ପରି ଚା’ ଗଛ ବଢୁଚି ତାହା ଦେଖାଇଥିଲେ।
 
== ତିଆରି ପଦ୍ଧତି ==
୪୧ କ ଧାଡ଼ି:
 
==ଗୁଣ==
ଚା’ ରଚା’ର ଅନେକ ଔଷଧୀୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନ ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।<ref>http://www.ivillage.com/top-10-health-benefits-drinking-tea/4-a-108301</ref> କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ ରଚା’ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।
 
ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ଵାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ଵାରା ଶରୀରର ରକ୍ତଚାପ ସ୍ଵାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’ କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କହାଯାଏ । <ref>http://en.wikipedia.org/wiki/Tea_processing</ref>
୪୮ କ ଧାଡ଼ି:
 
== ଶିଳ୍ପ ==
ଚା’ ଶିଳ୍ପ ଏପରି ଲାଭ ଦାୟକ ଯେ ଟାଟା, ବିର୍ଲା ଆଦି ଭାରତ ବର୍ଷର ବଡ଼ ବଡ଼ କମ୍ପାନୀ ମାନେ ଚା’ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏବେ ଅନେକ ଅସମୀୟଙ୍କର ମଧ୍ୟ ଚା’ ବଗିଚା ରହିଛି । ଓଡ଼ିଶା ହାଇକୋର୍ଟ ରହାଇକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ଫୁଜନ ଏମାନଙ୍କ ମଧ୍ୟରେ ଜଣେ । ବଡ଼ ବଡ଼ ଚା’ ବଗିଚା ଛଡା ବହୁ ଛୋଟ ଛୋଟ ଚା’ ବଗିଚା ଆସାମରେ ଗଢି ଉଠିଛି । ରାଜ୍ୟର ଶିଳ୍ପ ବିଭାଗର ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ଛୋଟ ଛୋଟ ଚା’ ମାଲିକଙ୍କ ସଂଖ୍ୟା ହେଉଛି ୬୮୪୬୫ ଏବଂ ସେମାନେ ଆସାମ ରଆସାମର ମୋଟ ଚା’ର ଶତକଡା ୨୫ ଭାଗ ଉତ୍ପାଦନ କରନ୍ତି ।
 
== ଗ୍ୟାଲେରୀ ==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି