"ଚନ୍ଦ୍ରାସ୍ୱାମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଜ୍ୟୋତିଷୀ using HotCat
ଟିକେ Bot: Automated text replacement (- ର +ର )
୩ କ ଧାଡ଼ି:
ଚନ୍ଦ୍ରାସ୍ୱାମୀ [[ରାଜସ୍ଥାନ]]ର [[ଅଲୱାର]]ରେ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ।<ref>https://khabar.ndtv.com/news/india/biography-of-controversial-chandraswami-1697286</ref> ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ [[ବିହାର]] - [[ନେପାଳ]] ସୀମାରେ ତନ୍ତ୍ର ସାଧନା କରି ସିଦ୍ଧି ଅର୍ଜନ କରିଥିଲେ । ମା’ [[କାଳୀ]]ଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ [[ପିଭି ନରସିଂହ ରାଓ]]ଙ୍କର ସେ ଥିଲେ ଅତି ନିକଟତମ ।<ref>https://timesofindia.com/india/controversial-godman-chandraswami-dies/amp_articleshow/58809762.cms</ref> ରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ [[ଦିଲ୍ଲୀ]]ଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ [[ଇନ୍ଦିରା ଗାନ୍ଧୀ]] ତାଙ୍କୁ ପ୍ରଦାନ କରିଥିଲେ ।<ref>https://indianexpress.com/article/india/controversial-godman-chandraswami-dead-4669939/lite/</ref> [[ବ୍ରିଟେନ]]ର ପୂର୍ବ ପ୍ରଧାନମନ୍ତ୍ରୀ [[ମାର୍ଗରେଟ ଥାଚର]] ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା ।
==ବିବାଦୀୟ==
ଭାରତରେ [[ଗଣେଶ]] ମୂର୍ତ୍ତି [[କ୍ଷୀର]] ପିଉଥିବାର ଭ୍ରମ ଖେଳାଇ ଚର୍ଚ୍ଚିତ ହୋଇଥିଲେ । [[ଜୈନ କମିଶନ]]ଙ୍କ ରିପୋର୍ଟ ଅନୁଯାୟୀ ଚନ୍ଦ୍ରାସ୍ୱାମୀ [[ରାଜୀବ ଗାନ୍ଧୀ]] ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ, ଅଣ୍ଡର ୱାର୍ଲଡ ଡନ [[ଦାଉଦ ଇବ୍ରାହିମ]] ସହ ସମ୍ପର୍କ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିଲେ । ତାଙ୍କ ଦ୍ୱାରା [[ଲଣ୍ଡନ]]ର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା) ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା ।<ref>
https://khabar.ndtv.com/news/india/tantrik-chandraswami-dead-1697274/amp/1%3fakamai-rum=off</ref>
ଆୟକର ବିଭାଗ ତାଙ୍କ ଆଶ୍ରମରେ ଚଢ଼ାଉ କରି ୧୧ଅୟୁତ ଡଲାର ମୂଲ୍ୟର ଅରିଜିନାଲ ପେମେଣ୍ଟ ଡ୍ରାଫ୍ଟ ଜବତ କରିଥିଲେ । ୨୦୦୯ ମସିହାରେ ତାଙ୍କ ଉପରୁ ନିଷେଧାଜ୍ଞା ଉଠିଥିଲା ଏବଂ ସେ ବିଦେଶ ଭ୍ରମଣ କରିବାକୁ ଅନୁମତି ପାଇଥିଲେ । ଜୁନ ୨୦୧୧ରେ ଫେରା (FERA) ଉଲଙ୍ଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୯ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ।<ref>https://business-standard.com/article-amp/current-affairs/controversial-godman-chandraswami-dies-at-age-of-66-117052301266_1.html</ref>