"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୮ କ ଧାଡ଼ି:
[[File:Chera-paharaa.png|thumb|240px|[[ଛେରାପହଁରା]] ଦୃଶ୍ୟ]]
 
[[ପୁରୁଷୋତ୍ତମ ଦେବ]]ଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ, [[ପୁରୀ]]ରେ [[ରଥଯାତ୍ରା]] ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ [[ପୁରୁଷୋତ୍ତମ ଦେବ]]ଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ [[ରଥଯାତ୍ରା]] ଦର୍ଶନ କରିବା ପାଇଁ [[ପୁରୀ]] ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରା ରରଥଯାତ୍ରାର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜାଙ୍କ ମନ୍ତ୍ରୀ ମହୋଦୟ [[ପୁରୀ]]ରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ଵାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ [[ରଥଯାତ୍ରା]] ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । [[ରଥଯାତ୍ରା]] ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି [[ଛେରାପହଁରା]] ନୀତିକୁ ଦେଖିବା ଲାଗି ଉଭୟ [[ସିଂହଦ୍ଵାର]] ଓ [[ଗୁଣ୍ଡିଚା ମନ୍ଦିର]]ଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ [[ପହଣ୍ଡି]] ହୋଇ ଆସୁଥିବା ରାସ୍ତାକୁ ଏବଂ [[ରଥ]] ଟଣାଯିବା ପୂର୍ବରୁ [[ରଥ]] ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ [[ଛେରା ପହଁରା]] କରି ଭକ୍ତିଭାବର ପରିଚୟ ଦେଉଥିଲେ । ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ କହାକୁ ନଜଣାଇ [[କାଞ୍ଚି]] ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ଵୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ସ୍ଵୟଂ ରାଗିଯାଇଥିଲେ ଏବଂ କିଛି ନବୁଝି ସ୍ଵୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।<ref name=Manikapatana>{{cite web|title=ମାଣିକପାଟଣା|url=http://www.shreekhetra.com/manikapatna.html|publisher=Shreekhetra.com|accessdate=30 August 2015}}</ref>
 
ତଦ୍ଦନୁଯାୟୀ,କାଞ୍ଚି ରାଜାଙ୍କ ଦରବାରରେ [[ସ୍ଵୟମ୍ବର]]ର ଆୟୋଜନ କରାଗଲା କିନ୍ତୁ ଉକ୍ତ [[ସ୍ଵୟମ୍ବର]]ରେ [[ପୁରୁଷୋତ୍ତମ ଦେବ]]ଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଅତିଥି ତଥା କାଞ୍ଚିରାଜ୍ୟ ମନ୍ତ୍ରୀଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା [[ପୁରୁଷୋତ୍ତମ ଦେବ]] ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ । <ref name=Prataparudra>{{cite web|title=ଗୌଡ୍ୟ ଇତିହାସ|url=http://gaudiyahistory.com/prataparudra/|publisher=ISKCON|accessdate=30 August 2015}}</ref> ଗୁପ୍ତଚରଙ୍କ ଠାରୁ ସ୍ଵୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ । ଏବଂ ସେହି ସମୟରେ ପଦ୍ମାବତୀଙ୍କୁ ବାହାହେବା ପାଇଁ ପ୍ରତିଜ୍ଞା କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ । <ref name=Manikapatna>{{cite web|title=ପୁରୀ ପୋଲିସ ପର୍ଯ୍ୟଟନ ସେବା|url=http://www.puripolice.nic.in/?q=node/140|publisher=Puri police|accessdate=30 August 2015}}</ref> ପରେ ଯୁଦ୍ଧ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିଥିଲେ ।