"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ removed Category:ଓଡ଼ିଆ ସାହିତ୍ୟ using HotCat |
ଟିକେ Bot: Automated text replacement (- ର +ର ) |
||
୨୭ କ ଧାଡ଼ି:
=== ଓଡ଼ିଆ ଭାଷା ଓ ସାହିତ୍ୟ ===
[[ଓଡ଼ିଆ ଭାଷା|ଓଡ଼ିଆ]] ଭାରତର ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମୁଖ୍ୟତଃ ଓଡ଼ିଶାର ଅଧିବାସୀମାନଙ୍କ ଦ୍ଵାରା ବ୍ୟବହୃତ । ଓଡ଼ିଶା [[ଭାରତ|ଭାରତର]] ପୂର୍ବାଭାଗରେ ଅଛି । ହେଲେ ତା ବାଦେ ଓଡ଼ିଶାକୁ ବେଢ଼ିରହିଥିବା [[ଆନ୍ଧ୍ର ପ୍ରଦେଶ]], [[ଛତିସଗଡ଼|ଛତିଶଗଡ଼]], [[ଝାଡ଼ଖଣ୍ଡ]] ଆଉ [[ପଶ୍ଚିମବଙ୍ଗ]] ଏହି ଚାରୋଟି
[[ଓଡ଼ିଆ ଭାଷା]] ଖ୍ରୀଷ୍ଟାବ୍ଦ ୧୨୦୦ ରୁ ଏହାର ଆଧୁନିକ ରୂପ ଧାରଣ କରିଛି । ଏହି ସମୟରୁ ବିଭିନ୍ନ ପଦ୍ୟ ଯଥା କୋଇଲି, ଚଉତିଶା ଇତ୍ୟାଦିର ରଚନା ଆରମ୍ଭ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ [[ସାରଳା ଦାସ]] [[ଓଡ଼ିଆ ଭାଷା|ଓଡ଼ିଆ]]ରେ [[ମହାଭାରତ]] ରଚନା କରିଥିଲେ । ଚତୁର୍ଦ୍ଦଶ ରୁ ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ କବିମାନେ ସଂସ୍କୃତରୁ ବିଭିନ୍ନ ପୁରାଣର ଓଡ଼ିଆ ଅନୁବାଦ କରିଥିଲେ । ସପ୍ତଦଶ ଶତାବ୍ଦୀରୁ କାବ୍ୟ କବିତାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସପ୍ତଦଶରୁ ଉନ୍ନବିଂଶ ଶତାବ୍ଦୀ ଯାଏଁ ଓଡ଼ିଶାର କବିବୃନ୍ଦ ବିଭିନ୍ନ ଛନ୍ଦ, ରାଗ ଓ ତାଳରେ ଭିନ୍ନ ଭିନ୍ନ କାବ୍ୟ, କବିତା, ଭଜନ, ଜଣାଣ, ଛାନ୍ଦ, ଚଉପଦୀ ଇତ୍ୟାଦି ରଚନା କରି [[ଓଡ଼ିଆ ଭାଷା]]କୁ ସମୃଦ୍ଧ କରିଥିଲେ । ଏହି ସମୟରେ [[ଓଡ଼ିଆ ଭାଷା]] ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଉନ୍ନବିଂଶ ଶତାବ୍ଦୀ ପରଠାରୁ [[ଓଡ଼ିଆ ଭାଷା]]ର କ୍ରମନ୍ଵୟ ପ୍ରଗତି ଘଟିଥିଲେ ମଧ୍ୟ ଏହା ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ପ୍ରଗତି ତୁଳନାରେ ଗୌଣ ।
|