"ଆର୍କମିଡ଼ିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଅଧିକ ତଥ୍ୟ: ଏଇଟା ଇଂରାଜୀରେ -
ଟିକେ Bot: Automated text replacement (- ର +ର )
୧୮ କ ଧାଡ଼ି:
 
== ଇତିହାସ ପୃଷ୍ଠାରେ ==
ଅନ୍ୟାନ୍ୟ ଉଦ୍ଭାବନ ଭଳି ତାଙ୍କର ଗାଣିତିକ ଲେଖାଗୁଡ଼ିକ ପ୍ରାଚୀନ କାଳରେ ସେଭଳି ପ୍ରସିଦ୍ଧି ଲାଭ କରି ନଥିଲା । ଆଲେକଜାଣ୍ଡ୍ରିଆର ଗଣିତଜ୍ଞମାନେ ତାକୁ ପଢ଼ିଥିଲେ ଏବଂ ଆର୍କ୍‌ମିଡ଼ିସ୍‌ଙ୍କ ଲେଖାକୁ ପ୍ରମାଣ ସ୍ଵରୂପ ଉଲ୍ଲେଖ କରିଥିଲେ; କିନ୍ତୁ ପ୍ରଥମ ବ୍ୟାପକ ସଙ୍କଳନ ୫୩୦ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ କରିଥିଲେ । ମିଲିଟସ ଇସିଡୋର ପ୍ରଥମଥର ପାଇଁ ଆର୍କ୍‌ମିଡ଼ିସ୍‌ଙ୍କ କାମର ବିଶେଷ ଆଲୋଚନା କଲେ ଇଉଟୋସିୟସ (Eutocius) ୬୦୦ ଖ୍ରୀଷ୍ଟାବ୍ଦରେ । ଏହାଦ୍ଵାରା ଆର୍କ୍‌ମିଡ଼ିସ୍‌ ବହୁଳ ଭାବରେ ପାଠକମାନଙ୍କ ପାଖରେ ପହଞ୍ଚି ପାରିଲେ । ତାଙ୍କର କେତେକ ଲେଖା ଯାହା ମଧ୍ୟଯୁଗରେ ତିଷ୍ଠି ରହି ପାରିଥିଲା ତାହା ରେନାସାଁର ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରଭାବଶାଳୀ ଉତ୍ସ ହୋଇପାରିଥିଲା । ୧୯୦୬ ସାଲରେ ଆବିଷ୍କୃତ ତାଙ୍କ ଏକ ପାଣ୍ଡୁଲିପିରୁ ତାଙ୍କର ଗାଣିତିକ ଫଳ ନିର୍ଦ୍ଧାରଣ କରିବାର କୌଶଳ ଜଣା ପଡ଼ିଥିଲା । ତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ବର୍ଲିନର ଆର୍ଚନହୋଲଡ ମାନମନ୍ଦିର (Archenhold Observatory) ଠାରେ ଅବସ୍ଥିତ । ଏହା ଗେରହାର୍ଡ ଥିଏମକ ଦ୍ଵାରା ଖୋଦିତ ହୋଇଥିଲା ଏବଂ ଏହାର ଉନେ୍ମାଚନ ୧୯୭୨ ମସିହାରେ ହୋଇଥିଲା । ସେଥିରେ ଲେଖାଥିଲା ଯେ ଖ୍ରୀଷ୍ଟପୂର୍ବ ୨୮୭ରେ ସମୁଦ୍ର ବନ୍ଦର ସହର "ସିରାକସ, ସିସିଲି" (Syracuse, Sicily) ଠାରେ ତାଙ୍କ ରତାଙ୍କର ଜନ୍ମ ହୋଇଥିଲା । ଏହି ବନ୍ଦର ସହରଟି ସେହି ସମୟରେ ମାଗ୍ନାଗ୍ରାସିଆ (Magna Graecia)ର ଏକ ଉପନିବେଶ ଥିଲା । ସେ ୭୫ ବର୍ଷ ବଞ୍ଚିଥିଲେ ବୋଲି ବାଇଜାଣ୍ଟାଇନ ଗ୍ରୀକ (Byzantine Greek)ର ଐତିହାସିକ ଜନ ଟିଜଟଜେସଙ୍କ (John Tzetzes) ଲେଖାରୁ ସୂଚନା ମିଳେ । ଆର୍କ୍‌ମିଡ଼ିସ୍‌ଙ୍କ ପିତାଙ୍କ ନାମ ଫିଡ଼ିଆସ (Phidias)। ସେ ଜଣେ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ତାଙ୍କ ବିଷୟରେ ବିଶେଷ କିଛି ଜଣାନାହିଁ । ପ୍ଲୁଟାରଚ (Plutarch) ତାଙ୍କ "ପାରାଲେଲ ଲାଇଭସ"ରେ (Parallel Lives) ଲେଖିଥିଲେ ଯେ ସିରାକସର ଶାସନ କର୍ତ୍ତା ରାଜା ହାଇରୋ ଦ୍ଵିତୀୟ ଆର୍କ୍‌ମିଡ଼ିସ୍‌ଙ୍କ ସମ୍ପର୍କୀୟ ଥିଲେ । ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀ ତାଙ୍କ ସାଙ୍ଗ ହିରାକ୍ଲେଇଡ (Heracleides) ଲେଖିଥିଲେ । କିନ୍ତୁ ତାଙ୍କର ଏହି କାମ ହଜି ଯାଇଥିଲା । ଆର୍କ୍‌ମିଡ଼ିସ୍‌ ବିବାହ କରିଥିଲେ କି ନାହିଁ କିମ୍ବା ତାଙ୍କ ରତାଙ୍କର ସନ୍ତାନ ସନ୍ତତି ଥିଲେ କି ନାହିଁ ଜଣା ନାହିଁ । ସେ ଯୁବକ ଅବସ୍ଥାରେ ବୋଧେ ମିଶର (Egypt)ର ଆଲେକଜାଣ୍ଡ୍ରିଆ (Alexandria) ଠାରେ ପଢ଼ିଥିଲେ । ସେଠାରେ କୋନୋନର ସାମୋସ ( Samos ) ଏବଂ ସାଇରେନେ (Cyrene )ର ଇରାଟୋସ୍ଥେନେସ (Eratosthenes) ତାଙ୍କ ସମସାମୟିକ ଥିଲେ । ସେ କୋନୋନର ସମୋସଙ୍କୁ ବନ୍ଧୁ ଭାବରେ ପରିଚିତ କରିଥିଲେ । ତାଙ୍କର ଦୁଇଟି ଲେଖାର ମୁଖବନ୍ଧ ଇରାଟୋସଥେନେସଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ।
 
ଯେତେବେଳେ ଦ୍ଵିତୀୟ ପୂନିକୀ ଯୁଦ୍ଧରେ ରୋମାନମାନେ ଜେନେରାଲ ମାରକସ କ୍ଲଡିଅସ ମାରସେଲସଙ୍କ ( Marcus Claudius Marcellus) ଅଧୀନରେ ସିରାକସ ସହରକୁ ଦୁଇ ବର୍ଷ ଅବରୋଧ କରିବା ପରେ ଅଧିକାର କଲେ ସେତେବେଳେ ଖ୍ରୀଷ୍ଟପୂର୍ବ ୨୧୨ ରେ ଆର୍କ୍‌ମିଡ଼ିସ୍‌ଙ୍କ ମୃତ୍ୟୁ ହୋଇଥିଲା। ପ୍ଲୁଟାରଚ (Plutarch)ଙ୍କ ବିବରଣୀ ଅନୁସାରେ ଯେତେବେଳେ ଆର୍କ୍‌ମିଡ଼ିସ୍‌ ଏକ ଗାଣିତିକ ନକ୍ସାର ଚିନନ୍ତରେ ମଗ୍ନଥିଲେ ସେତେବେଳେ ସହରଟି ଦଖଲ ହୋଇଥିଲା । ଏକ ରୋମାନ ସୈନ୍ୟ ଆର୍କ୍‌ମିଡ଼ିସ୍‌ଙ୍କୁ ଜେନେରାଲ ମାରସିଲସଙ୍କୁ ଦେଖାକରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ସେ ଗାଣିତିକ ସମସ୍ୟାଟିର ସମାଧାନରେ ବ୍ୟସ୍ତ ଥିବାରୁ ଦେଖାକରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ସୈନ୍ୟ ଜଣକ ରାଗିଯାଇ ଥିଲେ ଏବଂ ତାଙ୍କୁ ଖଣ୍ଡାରେ ମାରି ଦେଇଥିଲେ । ତାଙ୍କର ଅନ୍ୟ ଏକ ବିବରଣୀ ଅନୁସାରେ ଆର୍କ୍‌ମିଡ଼ିସ୍‌ ଯେତେବେଳେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ ସେତେ ବେଳେ ରୋମାନ ସୈନ୍ୟ ଜଣକ ତାଙ୍କୁ ମାରିଦେଇଥିଲେ । ଏହି ବିବରଣୀ ଅନୁସାରେ ସେ ସାଙ୍ଗ ରେ ନେଉଥିବା ଗାଣିତିକ ଯନ୍ତ୍ରପାତି ଗୁଡ଼ିକ ଖୁବ ଦାମିକା ଜିନିଷ ଭାବି ସୈନ୍ୟ ଜଣଙ୍କ ତାଙ୍କୁ ମାରି ଦେଇଥିଲେ । ଜେନେରାଲ ମାରସେଲସ ତାଙ୍କର କୌଣସି ପ୍ରକାରେ କ୍ଷତି ନ କରିବାକୁ ନିର୍ଦେଶ ଦେଇଥିଲେ, ତେଣୁ ତାଙ୍କର ହତ୍ୟା ଜେନେରାଲଙ୍କୁ କ୍ରୋଧାନ୍ଵିତ କରିଥିଲା । ତାଙ୍କ କବର ଉପରେ ଶୋଭା ପାଉଥିଲା ଏକ ଭାସ୍କର୍ଯ୍ୟ ଯାହା ତାଙ୍କର ଗାଣିତିକ ପ୍ରତିଭାର ସଙ୍କେତ ଥିଲା; ଏହାଥିଲା ଅନୁରୂପ ସମାନ ଉଚ୍ଚତା ଓ ସମାନ ବ୍ୟାସର ଏକ ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ । ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ ଉଭୟ ତାଙ୍କ ଇଚ୍ଛା ଅନୁସାରେ ତାଙ୍କର କବର ଉପରେ ରଖାଯାଇଥିଲା । ଗୋଲକର ୨/୩ ଆୟତନର ପୃଷ୍ଠର କ୍ଷେତ୍ରଫଳ ଏବଂ ସ୍ତମ୍ଭାକାର ବସ୍ତୁକୁ ଏକ ରେଖାଦ୍ଵାରା ଚତୁର୍ଦ୍ଦିଗ ସୀମାବଦ୍ଧ କରାଯାଇଛି । ଖ୍ରୀଷ୍ଟପୂର୍ବ ୭୫, ଅର୍ଥାତ୍ ତାଙ୍କ ମୃତ୍ୟୁର ୧୩୭ ବର୍ଷ ପରେ "ସିସେରୋ" ସିସିଲୀରେ ଚାକିରି କରିଥିଲେ । ଆର୍କମେଡିସ୍‌ଙ୍କ କବର ବିଷୟରେ ଶୁଣିଥିଲେ । କିନ୍ତୁ କେହି ସ୍ଥାନୀୟ ଲୋକ କହି ପାରିଲେ ନାହିଁ, ତାଙ୍କର କବର କେଉଁଠାରେ ଅଛି । ଘଟଣା କ୍ରମେ ସେ କବରର ସ୍ଥାନଟି ସାଇରକୁ୍ୟଜ ଆଗ୍ରିଜେନଟାଇନ (Agrigentine) ଗେଟ୍ ଠାରେ ପାଇଲେ । ତାହା ଅବହେଳିତ ଅବସ୍ଥାରେ ପଡ଼ିଥିଲା ଏବଂ ତାହା ଉପରେ ଛୋଟ ଛୋଟ ବୁଦା ମାଡ଼ି ରହିଥିଲା । ସିସେରୋ କବର ସ୍ଥାନଟି ସଫା କଲେ ଏବଂ ଖୋଦିତ ହୋଇଥିବା କାର୍ଯ୍ୟ ସହିତ କେତେକ କବିତାର ଖୋଦନ ମଧ୍ୟ ସେଠାରେ ପାଇଲେ । ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀର ପ୍ରାମାଣିକ ବିବରଣ ତାଙ୍କର ମୃତ୍ୟୁର ବହୁଦିନ ପରେ ପୁରାତନ ରୋମର ଐତିହାସିକମାନଙ୍କ ଦ୍ଵାରା ଲେଖା ହୋଇଥିଲା । ତାଙ୍କ ମୃତ୍ୟୁର ପାଖାପାଖି ସତୁରୀ ବର୍ଷ ପରେ "ପଲିବିଅସ" ତାଙ୍କର ଲିଖିତ "ବିଶ୍ଵ ଇତିହାସ" ପୁସ୍ତକରେ ସିରାକସ ଅବରୋଧ ବିଷୟରେ ବିବରଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ପ୍ଲୁଟାରଚ ଏବଂ ଲିଭି (Livy) ଏହି ବିବରଣୀ ବ୍ୟବହାର କରୁଥିଲେ । ଏହା ଆର୍କ୍‌ମିଡ଼ିସ୍‌ କିପରି ଲୋକ ଥିଲେ ତାହାର କିଞ୍ଚିତ ଆଭାସ ପ୍ରଦାନ କରେ ଏବଂ ସହରକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଯୁଦ୍ଧ ସମ୍ବନ୍ଧୀୟ ଯେଉଁ ଯନ୍ତ୍ର ସେ ନିର୍ମାଣ କରିଥିଲେ ତାହାର ସୂଚନା ଦିଏ ।
୪୦ କ ଧାଡ଼ି:
 
=== ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ ===
ଖ୍ରୀଷ୍ଟପୂର୍ବ ୨୧୨ ରେ ସିରାକସ ଦଖଲ ହେଲାପରେ ଜେନେରାଲ ମାର୍ସେଲସ ରୋମକୁ ଦୁଇଟି ଯନ୍ତ୍ରର ଗଠନ କୌଶଳ ଦେଇଯାଇଥିଲେ ଯାହା [[ସୂର୍ଯ୍ୟ]], [[ଚନ୍ଦ୍ର]] ଏବଂ ପାଞ୍ଚଟି [[ଗ୍ରହ]]ର ଗତିବିଧି ଅନୁଶୀଳନରେ ସାହାଯ୍ୟ କଲା । ସିସେରୋଙ୍କ ସୂଚନା ଅନୁସାରେ ମିଲେଟସର ଥେଲସ (Thales of Miletus) ଏବଂ ନିଡସର ଇଣ୍ଡୋସ୍କସ (Endoxus of Cnidus) ସେହିପରି ଯନ୍ତ୍ରପାତି ପ୍ରସ୍ତୁତ କରିଥିଲେ । ଜନଶ୍ରୁତି ଅନୁଯାୟୀ ମାର୍ସେଲସ ସିରାକସରୁ ଲୁଟି ଆଣିଥିବା ଦୁଇଟି ଯନ୍ତ୍ରଶୈଳୀ ମଧ୍ୟରୁ ନିଜପାଇଁ ଗୋଟିଏ ରଖି ଅନ୍ୟଟିକୁ ରୋମର ଏକ ଧର୍ମ ମନ୍ଦିରକୁ ଦାନ କରିଦେଲେ । ସିସେରୋଙ୍କ କହିବା ଅନୁସାରେ ଗାୟଙ୍କ ସଲପିସିଅସ ଗ୍ୟାଲୁସ ମାର୍ସେଲସଙ୍କ ଯନ୍ତ୍ରଶୈଳୀଟିକୁ ଲୁସିଅସ ଫିଉରିୟସ ଫିଲିସଙ୍କୁ ପ୍ରଦର୍ଶନ କରାଇଥିଲେ । ଏହା ଏକ ପ୍ଲାନେଟୋରିୟମର ବର୍ଣ୍ଣନା । 'ଆଲେକଜାଣ୍ଡ୍ରି ଆର ପାପସ' ସୂଚାଇଛନ୍ତି ଯେ ଆର୍କ୍‌ମିଡ଼ିସ୍‌ଙ୍କ ହାତଲେଖାରେ (ବର୍ତ୍ତମାନ ହଜି ଯାଇଛି) ଗୋଲକ ତିଆରି କରିବା ପ୍ରଣାଳୀ ସମ୍ବନ୍ଧରେ ଲେଖିଥିଲେ । ଏହି ଆଧୁନିକ ଗବେଷଣା ପ୍ରଣାଳୀ ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ (Antikythera mechanism) ଯାହା ସମ୍ଭବତଃ ଅନ୍ୟ ଏକ ପୁରାତନ ପ୍ରଣାଳୀ । ଏହିପରି ଯନ୍ତ୍ରପାତି ପ୍ରସ୍ତୁତ କରିବା ପାଇଁ ବ୍ୟାବହାରିକ ଜ୍ଞାନସମ୍ପନ୍ନ ବିଭେଦକ ଗିୟରର ଜ୍ଞାନ ଦରକାର ପଡେ଼ । ପୁରାତନ କାଳରେ ମିଳୁଥିବା ପ୍ରଯୁକ୍ତି ବିଦ୍ୟାରେ ଏହା କଳନା କରିବା ସମ୍ଭବ ନଥିଲା । କିନ୍ତୁ୧୯୦୨ ସାଲରେ ଆବିଷ୍କୃତ ଆଣ୍ଟିକାୟାଥେରା ଯନ୍ତ୍ରର ଗଠନରୁ ସ୍ପଷ୍ଟ ହୋଇଥିଲା ଯେ ସେପ୍ରକାରର ଯନ୍ତ୍ରଶୈଳୀ ପୁରୁଣା ଗ୍ରୀକମାନଙ୍କୁ ଜଣାଥିଲା ଆର୍କ୍‌ମିଡ଼ିସ୍‌ ବୋଧହୁଏ ପାରାବୋଲିକ ଦର୍ପଣ ବ୍ୟବହାର କରି ସିରାକସ ଆକ୍ରମଣ କରୁଥିବା ଜାହାଜ ସବୁକୁ ଜାଳିଦେଇ ନଷ୍ଟ କରି ଦେଉଥିଲେ । ଲୁସିୟାନ (Lucian) ଲେଖିଥିଲେ ସିରାକସ ଦଖଲ ବେଳେ (ଖ୍ରୀଷ୍ଟପୂର୍ବ ୨୧୪-୨୧୨ରେ), ଆର୍କ୍‌ମିଡ଼ିସ୍‌ ଏକ ଜଳନ୍ତା କାଚ ଦ୍ଵାରା ରୋମାନ ସୈନ୍ୟମାନଙ୍କ ରସୈନ୍ୟମାନଙ୍କର ଆକ୍ରମଣକୁ ପ୍ରତିହତ କରିଥିଲେ । ଏହି ଶୈଳୀ ଦ୍ଵାରା ବହୁତ ଗୁଡ଼ିଏ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବା ଖଣ୍ଡ ଦର୍ପଣ ରୂପେ ବ୍ୟବହାର କରାଯାଇ ଜାହାଜ ଉପରେ ସୂର୍ଯ୍ୟରଶ୍ମିକୁ କେନ୍ଦ୍ରିତ କରି ପକାଯାଏ । ଫଳରେ ଜାହାଜରେ ନିଆଁ ଲାଗିଯାଏ । ଏହା ଏକ ପ୍ରକାର ପରବଳୟିକ/ପାରାବୋଲିୟ ( parabolic) ପ୍ରତିଫଳନ ପ୍ରକ୍ରିୟାଭିତ୍ତିକ ଚୁଲା । ସେ ବିଷୟରେ ବିଶେଷତର୍କ ଏବଂ ଆଲୋଚନା ରେନେସାଁ ସମୟରୁ ହୋଇ ଆସୁଅଛି । ରେନି ଦେର୍କାତ (Rene Descartes) ଏହାକୁ ଅସମ୍ଭବ କହି ପ୍ରତ୍ୟାଖ୍ୟାନ କରିଦେଲେ । କିନ୍ତୁ ଆଧୁନିକ ଯୁଗର ଗବେଷକମାନେ ଆର୍କ୍‌ମିଡ଼ିସ୍‌ଙ୍କ ସମୟର ତତ୍ତ୍ଵକୁ ବ୍ୟବହାର କରି ସେ ତତ୍ତ୍ଵର ପୁନରୁଦ୍ଧାରରେ ଲାଗିପଡ଼ିଲେ । ଏହି ଅନୁସାରେ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବାର ଦର୍ପଣ ଦ୍ଵାରା ସୂର୍ଯ୍ୟକିରଣ ଏକ ଜାହାଜ ଉପରେ କେନ୍ଦ୍ରୀଭୂତ କରାଯାଏ । ଏହା ପାରାବୋଲିକ ଦର୍ପଣର ନିୟମ ପ୍ରୟୋଗ କରେ ଯାହାକି ସୂର୍ଯ୍ୟଚୁଲା ଭଳି ମଧ୍ୟ ପ୍ରତିଫଳନ କରିପାରିବ।
 
୧୯୭୩ ସାଲରେ ଗ୍ରୀକର ବୈଜ୍ଞାନିକ 'ଆଓନାଇଜ ସାକାସ' (Ioannis Sakkas) ସ୍କାରାମାଗସ (Skaramagas) ସାମୁଦ୍ରିକ ଅଞ୍ଚଳ ବାହାରେ [[ଏଥେନସ]] ନଗରୀରେ ଆର୍କ୍‌ମିଡ଼ିସ୍‌ଙ୍କ ତାପ ରଶ୍ମିର ପରୀକ୍ଷା କରିଥିଲେ । ସେହି ସମୁଦ୍ର ଉପରେ ୭୦ଟି ଦର୍ପଣ ବ୍ୟବହାର କରିଥିଲେ, ପ୍ରତ୍ୟେକ ଦର୍ପଣ ସହିତ ଗୋଟିଏ ଲେଖାଏ ତମ୍ବାର ଆବରଣ ଥିଲା । ପ୍ରତ୍ୟେକର ଆକାର ୩ ଫୁଟ ରୁ ୫ ଫୁଟ ମଧ୍ୟରେ ଥିଲା । ୧୬୦ ଫୁଟ ଦୂରରେ ଥିବା ପ୍ଲାଇକାଠ ନିର୍ମିତ ଏକ ରୋମାନ ଯୁଦ୍ଧ ଜାହାଜ ଆଡକୁ ଦର୍ପଣ ଗୁଡ଼ିକ ମୁହାଁଇ ରହିଥିଲା । ଯେତେବେଳେ ଦର୍ପଣରୁ ପ୍ରତିଫଳିତ ରଶ୍ମି ଠିକ ଭାବରେ କେନ୍ଦ୍ରୀଭୂତ ହୋଇପଡୁଥିଲା, ମାତ୍ର କେତେ ସେକେଣ୍ଡରେ ସେହି ନିଆଁର ଶିଖାରେ ଜାହାଜଟି ଜଳି ଯାଉଥିଲା । ସେହି ପ୍ଲାଇକାଠ ଜାହାଜଟିରେ ଆଲକାତରାର ଆବରଣ ଦିଆଯାଇଥିଲା, ଯାହା ଜ୍ଵଳନରେ ସାହାଯ୍ୟ କରୁଥିଲା ।
୪୭ କ ଧାଡ଼ି:
 
== ଗଣିତ ==
ଆର୍କ୍‌ମିଡ଼ିସ୍‌ଙ୍କୁ ଅନେକ ଯାନ୍ତ୍ରିକ କୌଶଳର ନିର୍ମାତା ଭାବେ ଗଣା ଯାଉଥିଲେ ମଧ୍ୟ ଗଣିତଶାସ୍ତ୍ରରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା । ପ୍ଲୁଟାରଚ ଲେଖିଛନ୍ତି : ସେ ତାଙ୍କ ରତାଙ୍କର ସମସ୍ତ ଉଚ୍ଚାଭିଳାଷ ଏବଂ ଭାବରାଜିକୁ ଇତର ଶ୍ରେଣୀୟ ଚିନ୍ତାରେ ବ୍ୟସ୍ତ ନରଖି ଉଚ୍ଚ କଳ୍ପନା ବିଳାସରେ ମଗ୍ନକରି ରଖୁଥିଲେ । ଆର୍କ୍‌ମିଡ଼ିସ୍‌ ନିଃଶେଷୀକରଣ (exhaustion) ପ୍ରଣାଳୀ ପ୍ରୟୋଗ କରି πର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏକ ପ୍ରସ୍ତାବନାକୁ ଠିକ ଧରି ନେଇ ଏବଂ ଅନେକ ବିରୋଧାଭାସ ଥିବା ଜାଣି ମଧ୍ୟ ଆର୍କ୍‌ମିଡ଼ିସ୍‌ ଅନେକ ସମସ୍ୟାର ଉତ୍ତର ପ୍ରାୟ ନିର୍ଭୁଲ ଭାବରେ ଦେଉଥିଲେ, ଯେଉଁ ଉତ୍ତରଗୁଡ଼ିକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହୁଛି। ସେହି ପ୍ରଣାଳୀକୁ ନିଃଶେଷୀକରଣ ପ୍ରଣାଳୀ ବୋଲି କୁହାଯାଏ । ସେ ହିସାବ କରି ଦେଖାଇଥିଲେ ଯେ π ରπର ପରିମାଣ ପ୍ରାୟ ୩.୧୪୨୯ ଠାରୁ ୩.୧୪୦୮ ମଧ୍ୟରେ ରହେ । ସେ ମଧ୍ୟ ପ୍ରମାଣ କରିଥିଲେ ଯେ ବୃତ୍ତର କ୍ଷେତ୍ରଫଳ π ଗୁଣନ ବ୍ୟାସାର୍ଦ୍ଧର ବର୍ଗ । ସେ ପ୍ରମାଣ କରିଥିଲେ ଯେ ପାରାବୋଲାର କ୍ଷେତ୍ରଫଳ, ସରଳରେଖା ଦ୍ଵାରା ୪/୩ରେ ଗୁଣନ କରାଯାଏ ତେବେ ସମାନ ବେସ ଏବଂ ଉଚ୍ଚତାର ତ୍ରିଭୁଜର କ୍ଷେତ୍ରଫଳ ସହିତ ସମାନ ।
 
ଆର୍କ୍‌ମିଡ଼ିସ୍‌ ବିଶ୍ଵବ୍ରହ୍ମାଣ୍ଡର ଧୂଳିକଣାର ସଂଖ୍ୟା କେତେ ଏହାକୁ ଗଣନା କରିବାକୁ ଆଗେଇ ଆସିଲେ । ସେ କହିଲେ ଧୂଳିକଣାର ସଂଖ୍ୟା ଅନନ୍ତ ଯାହାକି ଗଣି ହେବନାହିଁ । ତେବେ ଏହି କଠିନ ପ୍ରଶ୍ନକୁ ସମାଧାନ କରିବାକୁ ଯାଇ ଆର୍କ୍‌ମିଡ଼ିସ୍‌, ମିରିଆଡ଼ (myriad) ତଥ୍ୟ ଉପରେ ଆଧାରିତ ଗଣନା ପ୍ରଣାଳୀ ବାହାର କଲେ । ଏହା ଏକ ଗ୍ରୀକ ଶବ୍ଦ "ମୁ୍ୟରିଅସ"ରୁ ଆନୀତ । ସେ ଅନ୍ୟ ଏକ ଗଣନା ପ୍ରଣାଳୀ ସଂଖ୍ୟା ୧୦,୦୦୦ ମଧ୍ୟ ପ୍ରସ୍ତାବିତ କରିଥିଲେ। ସେ ଅନୁସାରେ ସମଗ୍ର ବିଶ୍ଵକୁ ଯେଉଁ ଧୂଳିକଣାରେ ପୂର୍ଣ୍ଣ କରିହେବ ତାର ସଂଖ୍ୟା ୮×୧୦<sup>୬୩</sup> । ଏହା ପ୍ରାୟ ଆଠ ଭିଜିନଟିଲିୟନସ (vigintillions)।