"ଅହିରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (6) using AWB
ଟିକେ Bot: Automated text replacement (- ର +ର )
୨୯ କ ଧାଡ଼ି:
'''ଅହିରାଜ''' ([[ଇଂରାଜୀ ଭାଷା|ଇଂରାଜୀ]]: King Cobra, ''Ophiophagus hannah'') ମୁଖ୍ୟତଃ [[ଭାରତ|ଦକ୍ଷିଣ ଭାରତ]]ର ଜଙ୍ଗଲମାନଙ୍କରେ ଦେଖାଯାଉଥିବା ବୃହତ ବିଷଧର ସର୍ପ ପ୍ରଜାତି । ଏହାର ଲମ୍ବ ୫.୬-୫.୭ ମିଟର । ସାଧାରଣରେ ନାଗ ନାମରେ ନାମିତ କିନ୍ତୁ ଏହା ପ୍ରକୃତ ନାଗ (Naja Genus)ପ୍ରଜାତିର ନୁହେଁ ଅହିରାଜ ନିଜ ପ୍ରଜାତି ରେ ଏକ ମାତ୍ର ଜୀବ ଯିଏକି ଅନ୍ୟ ସାପ,ଝିଟିପିଟି ଓ ମୂଷାମାନଙ୍କୁ ଆହାର ରୂପେ ଗ୍ରହଣ କରେ । ଅହିରାଜ ନିଜ ଅଞ୍ଚଳରେ ଭୟଙ୍କର ଓ ବିପଦ ଜଣକ ବୋଲି ନିଜ ସମ୍ମାନ ବଜାୟ ରଖିଛି । ମନୁଷ୍ୟ ସହ ମୁକାବିଲା କରିବାରେ ନିଜକୁ ବହୁତ ଦୂର ରଖେ ତଥାପି କିଛି ଗୁରୁତ୍ଵପୂର୍ଣ ସଂସ୍କୃତି ଓ ଅନ୍ଧବିଶ୍ଵାସରେ ଘେରି ରହିଛି ।
===ଗଠନ===
ଅହିରାଜ ହାରାହାରି ୩-୪ ମିଟର ଲମ୍ବା ଓ ହାରାହାରି ୬ କିଗ୍ରା ଓଜନ । ପରୁଷ ଓ ସ୍ତ୍ରୀ ଅହିରାଜ ମଧ୍ୟରେ ପୁରୁଷ ଅହିରାଜ ସ୍ତ୍ରୀ ଠାରୁ ବଡ । ଏହାର ଚର୍ମ ଈଷତ ସବୁଜ,ବାଦାମି ବା ସ୍ୱଳ୍ପ କଳା ଓ ଦେହରେ ଈଷତ ହଳଦୀ ରଙ୍ଗ ବନ୍ଧନୀ ଥିବା ସହ ପେଟଟି ଈଷତ ହଳଦୀ ରଙ୍ଗ ହେଇଥାଏ । କିଶୋର ଅହିରାଜମାନଙ୍କ ଦେହ ପତଳା ହଳଦୀ ରଙ୍ଗ ରରଙ୍ଗର ବନ୍ଧନୀ ସହ ଚର୍ମ ଉଜ୍ବଳ କଳା ରଙ୍ଗ ରେ ରଙ୍ଗିତ ହୋଇଥାଏ,ଏମାନେ ରଣାସାପ ପରି ଦେଖାଯାନ୍ତି କିନ୍ତୁ ଏମାନଙ୍କ ରଏମାନଙ୍କର ଫଣୀ ଥାଏ ।
 
==ବର୍ଗୀକରଣ==
୪୦ କ ଧାଡ଼ି:
 
==ବ୍ୟବହାର==
ଅହିରାଜ ଅନ୍ୟ ସର୍ପମାନଙ୍କ ପରି ନିଜ ଜିହ୍ଵା ଦ୍ଵାରା ତଥ୍ୟ ସଂଗ୍ରହ କରେ । ଜିହ୍ଵା ଗନ୍ଧର କ୍ଷୁଦ୍ର କଣିକା କୁ ଧରି ଏକ ସଂବେଦନଶୀଳ ଅଙ୍ଗକୁ ପଠାଏ ଯାହାକି ପାଟିର ଉପରି ଅଂଶ(ତାଳୁ)ରେ ଥାଏ । ଯଦି କୌଣସି ଖାଦ୍ୟର ସୁବାସ ଆସେ ନିଜର ଜିଭକୁ ଲହରାଇ ଖାଦ୍ୟର ଉପସ୍ଥିତି ନିର୍ନୟକରେ । ତା’ସହ ଅହିରାଜ ୧୦୦ ମିଟର ଦୂରରେ ପ୍ରଚଳିତ ଜୀବକୁ ଦେଖିପାରେ ,ଜୀବ ଦ୍ଵାରା ପୃଥିବୀର କମ୍ପନ କୁ ମଧ୍ୟ ଅନୁଭବ କରିପାରେ । ଅହିରାଜ ଯେବେ କୌଣସି ଜୀବକୁ ଗିଳିବାରେ ଲାଗିଥାଏ ତେବେ ତା’ର ମୁହଁରେ ଥିବା ଜହର ଖାଦ୍ୟକୁ ପରିପାକ ଆରମ୍ଭ କରିଦେଇଥାଏ । ଅନ୍ୟ ସର୍ପମାନଙ୍କ ପରି ନମାନଶୀଳ ମୁହଁ ହୋଇଥାଏ । ଅହିରାଜଅହିରାଜର ର ତଳପାଟି ରତଳପାଟିର ଅସ୍ଥି ଦ୍ୱୟ ସ୍ଵାଧୀନ ଭାବେ କାର୍ଯ୍ୟ କରନ୍ତି ଯାହାର ଫଳସ୍ୱରୂପ ଖାଦ୍ୟକୁ ସମ୍ପୂର୍ଣ ଗିଳିବାରେ ସହାୟକ ହୁଏ । ନିଜର ମୁଣ୍ଡ ତୁଳନାରେ ଅହିରାଜ ବଡ ଜୀବ କୁ ଗିଳିପାରେ । ଏମାନେ ଦିନରେ ଶିକାର କରନ୍ତି ରାତ୍ରିକାଳରେ ଶିକାର କରିବା ଖୁବ କମ ଦେଖା ଯାଇଛି
==ପ୍ରଜନନ==
ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ ସର୍ପମାନଙ୍କ ଅପେକ୍ଷା । ସେ ଅଣ୍ଡା ଦେବା ପାଇଁ ବସା ବନାଏ,ପତ୍ର ଓ ଅନ୍ୟାନ୍ୟ ବସ୍ତୁ(କାଠି,ଛୋଟ ଛୋଟ ଡାଳ ଯାହା ଭୂମିଉପରେ ପଡିଥାଏ ) ଗୋଟେ ଜାଗାରେ ରଖି ବସା ପ୍ରସ୍ତୁତ କରେ । ବସା ପିଲାଙ୍କ ଜନ୍ମ ହେବା ପର୍ଯ୍ୟନ୍ତ ଥାଏ । ସ୍ତ୍ରୀ ଅହିରାଜ ୨୦-୪୦ ଟି ଅଣ୍ଡା ଦେଇଥାଏ,୬୦-୯୦ ପରେ ଅଣ୍ଡା ରୁ ପିଲାମାନେ ଜନ୍ମ ନିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ମାଁ ବସାକୁ ଜଗିରହିଥାଏ । ବସା ରବସାର ତାପମାତ୍ରା ୨୮॰c ରକ୍ଷା କରିବା ଓ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ମାଁ ଅହିରାଜ ରଅହିରାଜର ପ୍ରମୁଖ କର୍ମ । ଅଣ୍ଡାରୁ ପିଲା ଜନ୍ମନେବା ପୂର୍ବରୁ ମାଁ ବହୁଦୂର ଚାଲିଯାଏ କାରଣ ଅହିରାଜ ସର୍ପ ଭକ୍ଷୀ ହେଇଥିବାରୁ ନିଜ ଜନ୍ମିତ ପିଲାମାନଙ୍କୁ ନ ଖାଇଯାଏ ସେ ଦୂରକୁ ଚାଲିଯାଏ ।
 
==ପ୍ରତିରକ୍ଷା ଓ ବିଷ==
କୌଣସି ପ୍ରକାର ବିପଦ ପରିଲକ୍ଷିତ ହୁଏ ଅହିରାଜ ଯଥାଶୀଘ୍ର ପଳାୟନ କରିବାକୁ ଚେଷ୍ଟା କରେ ନଚେତ ନିଜ ଶରୀରକୁ ଏକ-ତୃତୀୟାଂଶ ଭୂମି ଉପରକୁ ଉଠାଇ ଫଣା ଖୋଲି ଗର୍ଜନ କରେ । ଯେତେବେଳେ ଅହିରାଜ ନିଜ ଶରୀରକୁ ଭୂମି ଉପରେ ରଖିଥାଏ ସେତେବେଳେ ମଧ୍ୟ ଆଗକୁ ବଢିବାରେ ସକ୍ଷମ ଥାଏ ଓ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିଥାଏ । ଅହିରାଜ ଥରେ ମାତ୍ର ଆକ୍ରମଣ ରେ ଲଗାତର କାମୁଡି ଚାଲିଥାଏ । ମୁଖ୍ୟତଃ କିଶୋର ସାପମାନେ ଯଥା ଶୀଘ୍ର ବିଷ ସ୍ଖଳନ କରନ୍ତି କିନ୍ତୁ ବୟସ୍କ ମାନେ ଅତି ସଂଯମ ସହ ବିଷ ସ୍ଖଳନ କରନ୍ତି କାରଣ ସେମାନେ ନିଜ ବିଷ ରବିଷର ମୂଲ୍ୟ ଜାଣନ୍ତି ।
ଅହିରାଜ ରଅହିରାଜର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ । ଯେପରିକି ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.୬୪୪ମିଲିଗ୍ରାମ ରୁ Subcutaneous ୧.୭ -୧.୯୩ ମିଲିଗ୍ରାମ କୁ ପରିବର୍ତନ ହେଇଥାଏ । ଅହିରାଜ ନିଜ ଶିକାରର ଶରୀରରେ ୨୦୦-୩୦୦ ମିଲିଗ୍ରାମ କିମ୍ବା ୭ ମିଲିଲିଟର ବିଷ ପ୍ରବାହିତ କରିଥାଏ ।
ଅହିରାଜ ରଅହିରାଜର ଶିକାର/ପୀଡିତ ଶରୀରର ସ୍ନାୟୁତନ୍ତ୍ର ରେ ଯଥେଷ୍ଟ ଖ୍ୟତିଗ୍ରସ୍ତ ରଖ୍ୟତିଗ୍ରସ୍ତର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ଵାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟ ରେ ପୀଡିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକ ରପ୍ରତିରୋଧକର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡ ଦ୍ଵାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟ ରଆଶ୍ଚର୍ଯ୍ୟର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ ପ୍ରାଣିମାନଙ୍କ ଠାରେ Hypolocomotion, Hyperalgesia ପରିଲକ୍ଷିତ ହୁଏ ଏବଂ ଅନ୍ୟ ପଦାର୍ଥ Cardiotoxic,Cytotoxic ଓ Neurotoxic ମଧ୍ୟ ଥାଏ । ଥାଇଲାଣ୍ଡ ରେ ଏଲକହଲ,ହଳଦୀ ଓ ଚେରମୂଳି ରେ ପ୍ରସ୍ତୁତ ପଦାର୍ଥ କୁ ଶେବନ କରାଇଲେ ଅପେକ୍ଷାକୃତ ଫଳମିଳିଥାଏ ଉଚିତ ସମୟରେ ଉପଚାର କରାଇଲେ ପୀଡିତ ସମ୍ପୂର୍ଣ ସୁସ୍ଥ ହୋଇଯାଏ । ଏହା ଉଭୟ ଅହିରାଜ ଓ ଅନ୍ୟ ନାଗ ଦଂଶନ ରୁ ମଧ୍ୟ ଉପଚାର କରାଇଥାଏ । ଥାଇଲାଣ୍ଡ ରଥାଇଲାଣ୍ଡର ସର୍ବେକ୍ଷଣ ରୁ ଜଣାଯାଏ ଯେ ୧୦ ଜଣ ଲୋକ ମୃତ୍ୟୁ ବରଣ କରନ୍ତି ୩୫ ଜଣଙ୍କ ମଧ୍ୟରେ ଓ ଭାରତର ଦକ୍ଷିଣାଞ୍ଚଳରେ ଏକ ଡାକ୍ତରଖାନାର ୬ବର୍ଷର ବିବରଣୀ ରୁ ଜଣାଯାଏ ଯେ ଦୁଇ-ତୃତୀୟାଂସ ଲୋକ ଯିଏକି ଅହିରାଜ ଦଂଶନ ରଦଂଶନର ଶିକାର ହୋଇଥିଲେ ଉଚିତ ଉପଚାର ଯୋଗୁଁ ଗୋଟାଏବି ପୀଡିତ ମୃତ୍ୟୁ ବରଣ କରିନାହାନ୍ତି । ଏହି ସର୍ପର ଦଂଶନର ଶିକାର ମୁଖ୍ୟ ରୂପରେ ସର୍ପ ପ୍ରତି ଆକ୍ରୁଷ୍ଟ ବ୍ୟକ୍ତି ମାନେହିଁ ହୁଅନ୍ତି ।
 
===ଫୁତ୍କାର===
ସର୍ପମାନଙ୍କର ଆବୃତି(Frequency) ୩୦୦୦Hz ରୁ ୧୩୦୦୦Hz ଯାହାର ପ୍ରଖରତା ୭୫୦୦ Hz ହେଇଥାଏ ତେବେ ଅହିରାଜ ରଅହିରାଜର କମ ଅନ୍ତରାଳ ହୋଇଥାଏ ୨୫୦୦Hz ଯାହାର ପ୍ରଖରତା ୬୦୦ Hz ଯାହା ମନୁଷ୍ୟ ରମନୁଷ୍ୟର ଆବୃତି ସହ ପ୍ରାୟ ସମାନ ।
 
==ସଂରକ୍ଷଣ==
ଭାରତରେ ଅହିରାଜ Wildlife Protection Act,1972 Schedule ର ଅନ୍ତର୍ଭୁକ୍ତ । ସର୍ପହତ୍ୟାର ଆରୋହିକୁ ୬ବର୍ଷ ଜେଲ ଦଣ୍ଡ ଦେଶ ରହିଛି ।
 
==ଆଧାର==
"https://or.wikipedia.org/wiki/ଅହିରାଜ"ରୁ ଅଣାଯାଇଅଛି