"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉଇକିପାଠାଗାର ଲେଖକ ଛାଞ୍ଚ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୩ କ ଧାଡ଼ି:
 
=== ଶିକ୍ଷା ===
ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାସ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, କଣ୍ଣବୋଧବଣ୍ଣବୋଧ ଆଦି ଶେଷ କରିଥିଲେ । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଏହି ସମୟରେ ପିତା ଭଗବାନ ଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ । ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।
 
=== ଚୈତନ୍ୟ ଦେବଙ୍କ ସହ ସାକ୍ଷାତ ===