"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୮ କ ଧାଡ଼ି:
 
=== ବୋଜୋନ୍ ===
ଏହି ଶ୍ରେଣୀର କ୍ଷୁଦ୍ରକଣ "ବୋଷ୍-ଆଇନ୍ ଷ୍ଟାଇନ୍ ସିଦ୍ଧାନ୍ତପରିସଂଖ୍ୟାନ" ଅନୁସରଣ କରନ୍ତି । ବୋଷ୍-ଆଇନ୍ ଷ୍ଟାଇନ୍ ସିଦ୍ଧାନ୍ତରପରିସଂଖ୍ୟାନର ଅନ୍ୟତମ ପ୍ରବର୍ତ୍ତକ ସତ୍ୟେନ୍ଦ୍ର ନାଥ ବୋଷଙ୍କ ସମ୍ମାନରେ ବୈଜ୍ଞାନିକ ପଲ୍ ଡିରାକ୍ ଏହି କ୍ଷୁଦ୍ରକଣର ନାମ "ବୋଜୋନ୍" ରଖିଥିଲେ । ବୋଜୋନର କେତେକ ଉଦାହରଣ ହେଲେ: ଫୋଟୋନ୍, ଗ୍ଲୁଅନ୍, W ବୋଜୋନ୍, Z ବୋଜୋନ୍, ହିଗ୍ସ୍ ବୋଜୋନ୍,  ମେସନ୍ ଓ କାଳ୍ପନିକ କ୍ଷୁଦ୍ରକଣ ଗ୍ରାଭିଟନ୍ ଇତ୍ୟାଦି । ମୌଳିକ ଫର୍ମିଅନ୍ ମାନେ ପଦାର୍ଥର ଗଠନ/ବିନ୍ୟାସ ପାଇଁ ଦାୟୀ । କିନ୍ତୁ ମୌଳିକ ବୋଜୋନ୍ ଗୁଡିକ ପଦାର୍ଥକୁ ବାନ୍ଧି ରଖୁଥିବା ବଳର ବାହକ ।
 
ଆଦର୍ଶ ମାନଦଣ୍ଡରେ ମହାକର୍ଷଣ ବଳର ସଂଜ୍ଞା ନାହିଁ । କିନ୍ତୁ ସର୍ବସାଧାରଣ ମହାକର୍ଷଣ ବଳ ବିଷୟରେ ଅବଗତ । ଯଦି ମହାକର୍ଷଣ ବଳ କୌଣସି କ୍ଷୁଦ୍ରକଣ ଯୋଗୁଁ ସୃଷ୍ଟ ତେବେ ତାହା ବୋଜୋନ୍ ଛଡା ଅନ୍ୟ କିଛି ହୋଇପାରିବ ନାହିଁ । ତେଣୁ ଆଦର୍ଶ ମାନଦଣ୍ଡରେ ଏକ କାଳ୍ପନିକ ବୋଜୋନକୁ ସ୍ଥାନ ଦିଆଯାଇଛି । ଏହାର ନାମ ଗ୍ରାଭିଟନ୍ ।