"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ପରମାଣୁ ଇଲେକ୍ଟ୍ରନ୍, ନିଉଟ୍ରନ୍ ଓ ପ୍ରୋଟୋନ୍ ଆଦିଙ୍କ ଦ୍ଵାରା ଗଠିତ ବୋଲି କୁହାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷା ଦ୍ଵାରା ଜଣାପଡିଲା ଯେ ପରମାଣୁର ଏହି ତିନୋଟି ଅଂଶଙ୍କୁ ମୌଳିକ କ୍ଷୁଦ୍ରତମ କଣ ବୋଲି କୁହାଯାଇପାରିବ ନାହିଁ । ସେଥିପାଇଁ ଭୌତିକ ବିଜ୍ଞାନରେ ଏକ ଆଦର୍ଶ ମାନଦଣ୍ଡ ‍(ଈଂରାଜୀରେ Standard Model) ପ୍ରସ୍ତୁତ କରାଗଲା । ଏହି ଆଦର୍ଶ ମାନଦଣ୍ଡର ବ୍ୟବହାର କରି ଅଦ୍ୟାବଧି ଆବିଷ୍କୃତ ବିଭିନ୍ନ ପ୍ରକାରର ମୌଳିକ କ୍ଷୁଦ୍ରକଣ ଓ ୩ ପ୍ରକାରର ମୌଳିକ ବଳଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଦ୍ଵାବିଂଶ ଶତାବ୍ଦୀର ଦ୍ୟିତୀୟାର୍ଦ୍ଧରେ ଏହି ମାନଦଣ୍ଡର ସଂକଳ୍ପନା ଓ ବିକାଶ ଘଟିଛି । ସମଗ୍ର ବିଶ୍ଵରେ ଗବେଷଣାରତ ବୈଜ୍ଞାନିକମାନେ କ୍ରମାଗତ ଭାବେ ଏହି ମାନଦଣ୍ଡର ବିକାଶରେ ସହଯୋଗ କରିଛନ୍ତି । ୧୯୭୦ର ଦଶନ୍ଧିରେ ପ୍ରଥମେ କ୍ଵାର୍କ୍, ୧୯୯୫ ମସିହାରେ ଉର୍ଦ୍ଧ୍ଵ କ୍ଵାର୍କ୍, ୨୦୦୦ ମସିହାରେ ଟାଉ ନ୍ୟୁଟ୍ରିନୋ ଓ ୨୦୧୨୨୦୧୩ ମସିହାରେ ହିଗ୍ସ୍ ବୋଜୋନ୍ ଭଳି କ୍ଷୁଦ୍ରକଣମାନଙ୍କ ଆବିଷ୍କାର ଏହି ମାନଦଣ୍ଡକୁ ବଳିଷ୍ଠ କରିଛି । 
 
== ଆଦର୍ଶ ମାନଦଣ୍ଡର କ୍ଷୁଦ୍ରକଣ ସମୂହ ==
୧୮ କ ଧାଡ଼ି:
 
=== ବୋଜୋନ୍ ===
ଏହି ଶ୍ରେଣୀର କ୍ଷୁଦ୍ରକଣ "ବୋଷ୍-ଆଇନ୍ ଷ୍ଟାଇନ୍ ସିଦ୍ଧାନ୍ତ" ଅନୁସରଣ କରନ୍ତି । ବୋଷ୍-ଆଇନ୍ ଷ୍ଟାଇନ୍ ସିଦ୍ଧାନ୍ତର ଅନ୍ୟତମ ପ୍ରବର୍ତ୍ତକ ସତ୍ୟେନ୍ଦ୍ର ନାଥ ବୋଷଙ୍କ ସମ୍ମାନରେ ବୈଜ୍ଞାନିକ ପଲ୍ ଡିରାକ୍ ଏହି କ୍ଷୁଦ୍ରକଣର ନାମ "ବୋଜୋନ୍" ରଖିଥିଲେ । ବୋଜୋନର କେତେକ ଉଦାହରଣ ହେଲେ: ଫୋଟୋନ୍, ଗ୍ଲୁଅନ୍, W ବୋଜୋନ୍, Z ବୋଜୋନ୍, ହିଗ୍ସ୍ ବୋଜୋନ୍,  ମେସନ୍ ଓ କାଳ୍ପନିକ କ୍ଷୁଦ୍ରକଣ ଗ୍ରାଭିଟନ୍ ଇତ୍ୟାଦି । ମୌଳିକ ଫର୍ମିଅନ୍ ମାନେ ପଦାର୍ଥର ଗଠନ/ବିନ୍ୟାସ ପାଇଁ ଦାୟୀ । କିନ୍ତୁ ମୌଳିକ ବୋଜୋନ୍ ଗୁଡିକ ପଦାର୍ଥକୁ ବାନ୍ଧି ରଖୁଥିବା ବଳର ବାହକ ।
 
ଆଦର୍ଶ ମାନଦଣ୍ଡରେ ମହାକର୍ଷଣ ବଳର ସଂଜ୍ଞା ନାହିଁ । କିନ୍ତୁ ସର୍ବସାଧାରଣ ମହାକର୍ଷଣ ବଳ ବିଷୟରେ ଅବଗତ । ଯଦି ମହାକର୍ଷଣ ବଳ କୌଣସି କ୍ଷୁଦ୍ରକଣ ଯୋଗୁଁ ସୃଷ୍ଟ ତେବେ ତାହା ବୋଜୋନ୍ ଛଡା ଅନ୍ୟ କିଛି ହୋଇପାରିବ ନାହିଁ । ତେଣୁ ଆଦର୍ଶ ମାନଦଣ୍ଡରେ ଏକ କାଳ୍ପନିକ ବୋଜୋନକୁ ସ୍ଥାନ ଦିଆଯାଇଛି । ଏହାର ନାମ ଗ୍ରାଭିଟନ୍ ।
 
==== ଗେଜ୍ ବୋଜୋନ୍ ====
ଗେଜ୍ ବୋଜୋନର ଆଭ୍ୟନ୍ତରୀଣ ଆବର୍ତ୍ତନର ମାତ୍ରା ୧ । ମୌଳିକ କ୍ଷୁଦ୍ରକଣମାନେ ପରସ୍ପର ମଧ୍ୟରେ ଗେଜ୍ ବୋଜୋନ୍ ବିନିମୟ ଦ୍ଵାରା ପରସ୍ପର ଉପରେ ବଳ ପ୍ରୟୋଗ କରିଥାନ୍ତି । ବିଦ୍ୟୁତ୍-ଚୁମ୍ବକୀୟ ବଳର ବାହକ/କାରଣ ହେଲା ଫୋଟୋନ୍ । W ବୋଜୋନ୍ ଓ Z ବୋଜୋନ୍ ଶକ୍ତିହୀନ ନାଭିକୀୟ ବଳର ବାହକ । ଶକ୍ତିଶାଳୀ ନାଭିକୀୟ ବଳର କାରଣ ହେଲା ଗ୍ଲୁଅନ୍ ।
 
==== ସ୍କେଲାର୍ ବୋଜୋନ୍ ====
ସ୍କେଲାର୍ ବୋଜୋନର ଆଭ୍ୟନ୍ତରୀଣ ଆବର୍ତ୍ତନର ମାତ୍ରା ୦ ।  ଏକମାତ୍ର ପ୍ରକାରର ସ୍କେଲାର୍ ବୋଜୋନ୍ ଅଦ୍ୟାବଧି ଆବିଷ୍କୃତ ହୋଇଅଛି । ହିଗ୍ସ୍ ବୋଜୋନ୍ ଯୋଗୁଁ W ବୋଜୋନ୍ ଓ Z ବୋଜୋନଙ୍କୁ ବସ୍ତୁତ୍ଵ ମିଳେ । ମାର୍ଚ୍ଚ୍ ୧୪, ୨୦୧୩ ରେ ହିଗ୍ସ୍ ବୋଜୋନର ସ୍ଥିତି ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ।  ଏହାର ଆବିଷ୍କାର ପାଇଁ ଦୁଇ ବୈଜ୍ଞାନିକ: ପିଟର୍ ହିଗ୍ସ୍ ଓ ଫ୍ରାଙ୍କୋଇ ଏଙ୍ଗଲର୍ଟ୍ ୨୦୧୩ ମସିହାରେ ନୋବେଲ୍ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଥିଲେ । ହିଗ୍ସ୍ ବୋଜୋନକୁ God Particle ବୋଲି ଅଭିହିତ କରାଯାଇଥିଲା । 
 
== ଆଦର୍ଶ ମାନଦଣ୍ଡର ବଳସମୂହ ==