"ବିଦ୍ୟୁତ୍,ଚୁମ୍ବକତ୍ବ," ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
 
== ପାରମ୍ପରିକ ପରିଭାଷା ==
୧୬୦୦ ମସିହାରେ ୱିଲିୟମ୍ ଗିଲବର୍ଟ୍ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯେ ଉଭୟ ବୈଦୁତିକ ଶକ୍ତି ଓ ଚୁମ୍ଵକୀୟ ଶକ୍ତି ଯୋଗୁଁ ପଦାର୍ଥମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ହୋଇଥାଏ । କିନ୍ତୁ ଦୁହେଁ ଭିନ୍ନ ଭିନ୍ନ ବଳ । ସେ କାଳରେ ସମୁଦ୍ରରେ ଯାତ୍ରା କରୁଥିବା ନାବିକମାନେ ଅନୁଧ୍ୟାନ କରିଥିଲେ ଯେ ବଜ୍ରପାତ ସମୟରେ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । କିନ୍ତୁ ଏହାର କାରଣ କେହି ଜାଣି ନଥିଲେ । ୧୭୫୨ ମସିହାରେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଙ୍କ ପରୀକ୍ଷାପରେ ଜଣା ପଡ଼ିଲା ଯେ ବଜ୍ରପାତ ସମୟରେ ବିଦ୍ୟୁତ୍-ପ୍ରବାହ ହୋଇଥାଏ।  ୧୮୦୨ରେ ରୋମାଗ୍ନୋସି ପ୍ରଥମେ ଏହାର କାରଣ ଆକସ୍ମିକ ଭାବେ ଜାଣିପାରି ତାହା ପ୍ରକାଶ କଲେ । କିନ୍ତୁ ୧୮୨୦ରେ ଓରଷ୍ଟେଡ୍ ନିଜ ବୈଜ୍ଞାନିକ ପରୀକ୍ଷାଦ୍ଵାରା ଏହାକୁ ସର୍ବବିଦିତ କରାଇଲେ । ତାଙ୍କ ଗବେଷଣାକୁ ବ୍ୟବହାର କରି ଆମ୍ପିୟର୍ ବିଦ୍ୟୁତ୍ ପରିବାହକ ଓ ଚୁମ୍ଵକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ ।
 
୧୮୨୦ ରୁ ୧୮୭୩ ମସିହା ମଧ୍ୟରେ ଏହି ତତ୍ତ୍ଵର ବିକାଶରେ ଅନେକ ବୈଜ୍ଞାନିକ ଭାଗୀ ହେଲେ । ସେହି ସମୟରେ ଜେମସ୍ କ୍ଲାର୍କ୍ ମାକ୍ସୱେଲ ସମସ୍ତ ଗବେଷଣାକୁ ଏକ ସୂତ୍ରରେ ବାନ୍ଧିବାରେ ସମର୍ଥ ହେଲେ ଓ ଆଲୋକର ବିଦ୍ୟୁତ୍-ଚୁମ୍ବକୀୟ ପ୍ରକୃତିର ଆବିଷ୍କାର କରିଥିଲେ । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵରେ ବିଦ୍ୟୁତ୍-ଚୁମ୍ଵକୀୟ କ୍ଷେତ୍ରର ଗୁଣ ମାକ୍ସୱେଲଙ୍କ ସମୀକରଣ ଦ୍ଵାରା ଓ ବିଦ୍ୟୁତ୍-ଚୁମ୍ଵକୀୟ ବଳର ମାପ ଲୋରେଞ୍ଜ୍ ବଳ ନିୟମ ଦ୍ଵାରା ନିରୂପିତ ହୋଇଥାନ୍ତି । 
 
ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵର ପାରମ୍ପରିକ ଯାନ୍ତିକ ବିଜ୍ଞାନ ସହିତ ମତାନ୍ତର ରହିଛି । କିନ୍ତୁ ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ବିଶେଷ ଆପେକ୍ଷିକ ତତ୍ତ୍ଵକୁ ସମର୍ଥନ କରେ । ମାକ୍ସୱେଲଙ୍କ ସମୀକରଣ ଅନୁସାରେ ଶୂନ୍ୟରେ ଆଲୋକର ବେଗ ସ୍ଥିର ଓ ଅପରିବର୍ତ୍ତନୀୟ । ଏହା କେବଳ ଶୂନ୍ୟର ବୈଦୁତିକ ଅନୁଜ୍ଞତା ଓ ବିଶିଷ୍ଟ ଚୁମ୍ଵକଶୀଳତା ଉପରେ ନିର୍ଭରଶୀଳ । କିନ୍ତୁ ସେ ସମୟରେ ଅନେକ ଦିନରୁ ଭୌତିକ ବିଜ୍ଞାନର ଭିତ୍ତିଭୂମି ସାଜିଥିବା ଗାଲିଲିଓଙ୍କ ନିଶ୍ଚରତା ନିୟମକୁ ଏହା ବିରୋଧ କରୁଥିଲା ।  ଉଦାହରଣ ସ୍ଵରୂପ: ପାରମ୍ପରିକ ବିଜ୍ଞାନ ଅନୁସାରେ ଏକ ସ୍ଥିର ବା ଗତିଶୀଳ ଉତ୍ସରୁ ବାହାରୁଥିବା ଆଲୋକର ବେଗ ସମାନ ହୋଇପାରିବ ନାହିଁ । ତେଣୁ ପାରମ୍ପରିକ ବିଜ୍ଞାନର ସହମତି ପାଇଁ ଶୂନ୍ୟରେ ଇଥର୍ ନାମକ ଏକ ମାଧ୍ୟମ ରହିଛି ଏବଂ ଆଲୋକ ଇଥର୍ ମାଧ୍ୟମରେ ଗତି କରେ ବୋଲି କୁହାଗଲା । କିନ୍ତୁ ସେତେବେଳେ ହୋଇଥିବା ସମସ୍ତ ପରୀକ୍ଷାରୁ ଏହା ସତ୍ୟ ବୋଲି ପ୍ରମାଣିତ ହୋଇପାରିଲା ନାହିଁ । ହେନ୍ଡେରିକ୍ହେଣ୍ଡେରିକ୍ ଲୋରେଞ୍ଜ୍ ଓ ହେନେରି ପୋଇନକେର୍ ଙ୍କ ସହାୟତାରେ ୧୯୦୫ ମସିହାରେ ଆଇନ୍ ଷ୍ଟାଇନ୍ ବିଶେଷ ଆପେକ୍ଷିକ ତତ୍ତ୍ଵର ଆବିଷ୍କାର କଲେ ଓ ଏହି କାଳ୍ପନିକ ମାଧ୍ୟମରମାଧ୍ୟମ ଇଥର ସମ୍ଵନ୍ଧୀୟ ପ୍ରହେଳିକାର ଅନ୍ତ ହେଲା । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ପାରମ୍ପରିକ ଯାନ୍ତ୍ରିକ ବିଜ୍ଞାନର ସମର୍ଥନ କଲାନାହିଁ କିନ୍ତୁ ବିଶେଷ ଆପେକ୍ଷିକ ତତ୍ତ୍ଵର ପରିଧୀରେ ଗୃହିତ ହେଲା ।  
 
ଆପେକ୍ଷିକ ତତ୍ତ୍ଵର ଏକ ସିଦ୍ଧାନ୍ତ ଅନୁସାରେ ଗତିଶୀଳ ପରିବେଶରେ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହୋଇ ସେଥିରେ ଏକ ବୈଦୁତିକ ଅଂଶର ଉଦ୍ଭବ ହୁଏ । ସେହିପରି ଗତିଶୀଳ ବୈଦୁତିକ କ୍ଷେତ୍ରରେ ଚୁମ୍ଵକୀୟ ପ୍ରକୃତି ଦେଖାଦିଏ । ତେଣୁ ବୈଦୁତିକ କ୍ଷେତ୍ର ଓ ଚୁମ୍ଵକୀୟ କ୍ଷେତ୍ର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ନୁହେଁ, ବରଂ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । 
୨,୪୪୨

ଗୋଟି ସମ୍ପାଦନା