"ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୯ କ ଧାଡ଼ି:
 
ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵର ପାରମ୍ପରିକ ଯାନ୍ତିକ ବିଜ୍ଞାନ ସହିତ ମତାନ୍ତର ରହିଛି । କିନ୍ତୁ ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ବିଶେଷ ଆପେକ୍ଷିକ ତତ୍ତ୍ଵକୁ ସମର୍ଥନ କରେ । ମାକ୍ସୱେଲଙ୍କ ସମୀକରଣ ଅନୁସାରେ ଶୂନ୍ୟରେ ଆଲୋକର ବେଗ ସ୍ଥିର ଓ ଅପରିବର୍ତ୍ତନୀୟ । ଏହା କେବଳ ଶୂନ୍ୟର ବୈଦୁତିକ ଅନୁଜ୍ଞତା ଓ ବିଶିଷ୍ଟ ଚୁମ୍ଵକଶୀଳତା ଉପରେ ନିର୍ଭରଶୀଳ । କିନ୍ତୁ ସେ ସମୟରେ ଅନେକ ଦିନରୁ ଭୌତିକ ବିଜ୍ଞାନର ଭିତ୍ତିଭୂମି ସାଜିଥିବା ଗାଲିଲିଓଙ୍କ ନିଶ୍ଚରତା ନିୟମକୁ ଏହା ବିରୋଧ କରୁଥିଲା ।  ଉଦାହରଣ ସ୍ଵରୂପ: ପାରମ୍ପରିକ ବିଜ୍ଞାନ ଅନୁସାରେ ଏକ ସ୍ଥିର ବା ଗତିଶୀଳ ଉତ୍ସରୁ ବାହାରୁଥିବା ଆଲୋକର ବେଗ ସମାନ ହୋଇପାରିବ ନାହିଁ । ତେଣୁ ପାରମ୍ପରିକ ବିଜ୍ଞାନର ସହମତି ପାଇଁ ଶୂନ୍ୟରେ ଇଥର୍ ନାମକ ଏକ ମାଧ୍ୟମ ରହିଛି ଏବଂ ଆଲୋକ ଇଥର୍ ମାଧ୍ୟମରେ ଗତି କରେ ବୋଲି କୁହାଗଲା । କିନ୍ତୁ ସେତେବେଳେ ହୋଇଥିବା ସମସ୍ତ ପରୀକ୍ଷାରୁ ଏହା ସତ୍ୟ ବୋଲି ପ୍ରମାଣିତ ହୋଇପାରିଲା ନାହିଁ । ହେନ୍ଡେରିକ୍ ଲୋରେଞ୍ଜ୍ ଓ ହେନେରି ପୋଇନକେର୍ ଙ୍କ ସହାୟତାରେ ୧୯୦୫ ମସିହାରେ ଆଇନ୍ ଷ୍ଟାଇନ୍ ବିଶେଷ ଆପେକ୍ଷିକ ତତ୍ତ୍ଵର ଆବିଷ୍କାର କଲେ ଓ ଏହି କାଳ୍ପନିକ ମାଧ୍ୟମର ପ୍ରହେଳିକାର ଅନ୍ତ ହେଲା । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ପାରମ୍ପରିକ ଯାନ୍ତ୍ରିକ ବିଜ୍ଞାନର ସମର୍ଥନ କଲାନାହିଁ କିନ୍ତୁ ବିଶେଷ ଆପେକ୍ଷିକ ତତ୍ତ୍ଵର ପରିଧୀରେ ଗୃହିତ ହେଲା ।  
 
ଆପେକ୍ଷିକ ତତ୍ତ୍ଵର ଏକ ସିଦ୍ଧାନ୍ତ ଅନୁସାରେ ଗତିଶୀଳ ପରିବେଶରେ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହୋଇ ସେଥିରେ ଏକ ବୈଦୁତିକ ଅଂଶର ଉଦ୍ଭବ ହୁଏ । ସେହିପରି ଗତିଶୀଳ ବୈଦୁତିକ କ୍ଷେତ୍ରରେ ଚୁମ୍ଵକୀୟ ପ୍ରକୃତି ଦେଖାଦିଏ । ତେଣୁ ବୈଦୁତିକ କ୍ଷେତ୍ର ଓ ଚୁମ୍ଵକୀୟ କ୍ଷେତ୍ର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ନୁହେଁ, ବରଂ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । 
 
== ଆଧୁନିକ ପରିଭାଷା ==
୧୯୦୫ ମସିହାରେ ଆଇନ୍ ଷ୍ଟାଇନଙ୍କ ଦ୍ଵାରା ଲିଖିତ ଦ୍ଵିତୀୟ ନିବନ୍ଧରେ ସେ ପାରମ୍ପରିକ ବିଦ୍ୟୁତ୍-ଚୁମ୍ଵକତ୍ଵର ସତ୍ୟତା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଥିଲେ । ଆଇନ୍ ଷ୍ଟାଇନଙ୍କ ଦ୍ଵାରା ପ୍ରସ୍ତାବିତ ତତ୍ତ୍ଵରେ କୁହାଗଲା ଯେ ଆଲୋକ କେବଳ ଏକ ତରଙ୍ଗ ନୁହେଁ । ଏହାକୁ ଏକ କ୍ଷୁଦ୍ରକଣ ଭଳି ମଧ୍ୟ ଦେଖାଯାଇପାରେ । ଅର୍ଥାତ୍ ଆଲୋକରେ ସାଧାରଣ ପଦାର୍ଥ ପରି କେତେକ ଗୁଣ ରହିଛି । ଏହି କ୍ଷୁଦ୍ରକଣକୁ ପରବର୍ତ୍ତୀ ସମୟରେ ଫୋଟୋନ୍ କୁହାଗଲା । ଆଇନ୍ ଷ୍ଟାଇନଙ୍କ ଏହି ଆବିଷ୍କାର ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା । ୧୯୦୦ ମସିହାରେ ମ୍ୟାକ୍ସ୍ ପ୍ଲାଙ୍କ୍ ଅତି-ବାଇଗଣି ରଶ୍ମୀର ପରୀକ୍ଷା କରି “ପ୍ରମାତ୍ର” (ଈଂରାଜୀରେ Quanta/Quantum) ଶବ୍ଦର ପ୍ରଚଳନ କଲେ । ତାପଯୁକ୍ତ ବସ୍ତୁରୁ ଭିନ୍ନ ଭିନ୍ନ କ୍ଷୁଦ୍ରାଂଶରେ ବିଦ୍ୟୁତ୍-ଚୁମ୍ଵକୀୟ ବିକୀରଣ ହୁଏ ବୋଲି ପ୍ଲାଙ୍କ୍ ପରୀକ୍ଷା ଦ୍ଵାରା ଦର୍ଶାଇଲେ । ପାରମ୍ପରିକ ବିଜ୍ଞାନରେ କେବଳ ଏକ ପ୍ରକାରର ତରଙ୍ଗ ବୋଲି କୁହାଯାଉଥିବା ଆଲୋକର ଏକ ନୂଆ ରୂପ ସମ୍ପର୍କରେ ବିଶ୍ଵବାସୀ ଜାଣିପାରିଲେ ।  ଏହି ଦୁଇ ବୈଜ୍ଞାନିକଙ୍କ ତତ୍ତ୍ଵକୁ ଆଧାର କରି ୧୯୨୫ ମସିହାରେ ପ୍ରମାତ୍ର ଯାନ୍ତ୍ରିକୀ  (ଈଂରାଜୀରେ Quantum Mechanics) ଓ ପରବର୍ତ୍ତୀ ସମୟରେ ବିଦ୍ୟୁତ୍-ଚୁମ୍ଵକୀୟତାର ପ୍ରମାତ୍ର ତତ୍ତ୍ଵ (ଈଂରାଜୀରେ Quantum Theory of Electromagnetism) ଗଠିତ ହେଲା ।  
 
== ବିଦ୍ୟୁତ୍-ଚୁମ୍ବକୀୟ ମାତ୍ରକ ==