"ବିଦ୍ୟୁତ୍,ଚୁମ୍ବକତ୍ବ," ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
 
୧୮୦୨ ମସିହାରେ ଜିଆନ୍ ଡୋମେନିକୋ ରୋମାଗ୍ନୋସି ନାମକ ଜଣେ ଈଟାଲୀୟ ନ୍ୟାୟଶାସ୍ତ୍ରବିତ୍ ଓରଷ୍ଟେଡଙ୍କ ଭଳି ପରୀକ୍ଷଣ କରି  ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହେବା କଥା ପ୍ରକାଶ କରିଥିଲେ ଓ ଏକ ଈଟାଲୀୟ ସମ୍ବାଦ ପତ୍ର ଏହାକୁ ପ୍ରକାଶ କରିଥିଲା । କିନ୍ତୁ ରୋମାଗ୍ନୋସି ବିଜ୍ଞାନ ସହ ଜଡିତ ନ ଥିବାରୁ ତାଙ୍କର ଏହି ପରୀକ୍ଷା ପ୍ରତି କେହି ବିଶେଷ ଧ୍ୟାନ ଦେଇନଥିଲେ । 
 
== ମୌଳିକ ବଳସମୂହ ==
ଆଧୁନିକ ଭୌତିକ ବିଜ୍ଞାନରେ ପାରମାଣବିକ ବସ୍ତୁମାନଙ୍କ ପ୍ରକୃତି ନିରୂପଣ କରିବା ପାଇଁ ଆଦର୍ଶ ମାନଦଣ୍ଡ (ଈଂରାଜୀରେ Standard Model) ଗଠନ କରାଯାଇଛି । ଏହି ମାନଦଣ୍ଡ ଅନୁସାରେ ବିଦ୍ୟୁତ୍-ଚୁମ୍ଵକୀୟ ବଳ ଚାରୋଟି ମୌଳିକ ବଳମାନଙ୍କ ମଧ୍ୟରୁ ଏକ । ଅନ୍ୟ ସବୁ ପ୍ରକାରର ବଳ ଏହି ବଳମାନଙ୍କଠାରୁ ହିଁ ଜାତ । ଏହି ଚାରି ପ୍ରକାରର ମୌଳିକ ବଳ ହେଲା: 
 
'''<u>୧. ଶକ୍ତିହୀନ ନାଭିକୀୟ ବଳ</u>''' (ଈଂରାଜୀରେ Weak Nuclear Forces): ଏହି ବଳ ସମସ୍ତ ପରମାଣୁ ମଧ୍ୟରେ ଥିବା ସମସ୍ତ ଅତିକ୍ଷୁଦ୍ର ବସ୍ତୁମାନଙ୍କୁ ବାନ୍ଧି ରଖିଥାଏ । ଅତିକ୍ଷୁଦ୍ର ବସ୍ତୁବିଜ୍ଞାନରେ ଏହି ବଳ ଓ ବିଦ୍ୟୁତ୍-ଚୁମ୍ଵକୀୟ ବଳର ଏକକ ସ୍ଵରୂପ ଶକ୍ତିହୀନ-ବିଦ୍ୟୁତ୍ ବଳ (ଈଂରାଜୀରେ Electroweak Interaction) ଭାବେ ଜଣାଯାଏ । 
 
'''<u>୨. ଶକ୍ତିଶାଳୀ ନାଭିକୀୟ ବଳ</u>''' (ଈଂରାଜୀରେ Strong Nuclear Forces): ଏହି ବଳର ପ୍ରଭାବରେ କ୍ଵାର୍କ୍ (ଈଂରାଜୀରେ Quark)ମାନେ ସମ୍ମିଳିତ ହୋଇ ନ୍ୟୁକ୍ଳିୟନ୍ (ଈଂରାଜୀରେ Nucleon) ଗଠିତ ହୁଏ ଓ ପୁଣି ନ୍ୟୁକ୍ଳିୟନ୍ ସମ୍ମିଳିତ ହୋଇ ପାରମାଣବିକ ନାଭି (ଈଂରାଜୀରେ Nucleus)ର ଗଠନ ହୁଏ ।  
 
'''<u>୩. ମହାକର୍ଷଣୀୟ ବଳ</u>''' (ଈଂରାଜୀରେ gravitational force)
 
'''<u>୪. ବିଦ୍ୟୁତ୍-ଚୁମ୍ଵକୀୟ ବଳ</u>''': ଦୈନନ୍ଦିନ ଜୀବନର ଅନେକ ଘଟଣା ପାଇଁ ଏହି ବଳର ଭୂମିକା ରହିଛି । ସରଳ ଭାଷାରେ କହିବାକୁ ଗଲେ, ପାରମାଣବିକ ନାଭିର ଯୁକ୍ତ ଚାର୍ଜ୍ ଓ ଇଲେକ୍ଟ୍ରନ୍ ମାନଙ୍କ ବିଯୁକ୍ତ ଚାର୍ଜ୍ ଯୋଗୁଁ ଯେଉଁ ବିଦ୍ୟୁତ୍-ଚୁମ୍ଵକୀୟ ବଳ ସୃଷ୍ଟି ହୁଏ, ତାହା ଅଣୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପରସ୍ପର କ୍ରିୟା ପାଇଁ ଦାୟୀ । ଏହି ବଳ ଅତିକ୍ଷୁଦ୍ର ବସ୍ତୁମାନଙ୍କର ସଂବେଗର କାରଣ ମଧ୍ୟ ଦର୍ଶାଇଥାଆନ୍ତି । ଆମ ଦେହର ଅଣୁ ଓ କୌଣସି ବସ୍ତୁର ଅଣୁମାନଙ୍କ ମଧ୍ୟରେ କ୍ରିୟା-ପ୍ରତିକ୍ରିୟା ଯୋଗୁଁ ଆମେ ସେମାନଙ୍କ ପ୍ରକୃତ ସ୍ଵରୂପ ଅନୁଭବ କରିପାରୁ । ସମସ୍ତ ରାସାୟନିକ କ୍ରିୟା ପଛରେ ମଧ୍ୟ ଏହି ବଳର ଭୂମିକା ରହିଛି । 
 
ଇଲେକ୍ଟ୍ରନ୍ ମାନେ ଯେତେବେଳେ ପରସ୍ପରର ପ୍ରଭାବ କ୍ଷେତ୍ରରେ ଥିବା ପରମାଣୁମାନଙ୍କ ମଧ୍ୟରେ ଅଦଳ ବଦଳ ହୁଅନ୍ତି, ସେତେବେଳେ ସେମାନଙ୍କଠାରେ ସଂବେଗର ସୃଷ୍ଟି ହୁଏ । ଇଲେକ୍ଟ୍ରନ୍ ମାନଙ୍କ ଗତି ଯୋଗୁଁ ଜାତ ହେଉଥିବା ସଂବେଗ ପାରମାଣବିକ ଓ ଆଣବିକ ବଳର ଉତ୍ସ । ପଲିଙ୍କ ବହିଷ୍କରଣ ସିଦ୍ଧାନ୍ତ (ଈଂରାଜୀରେ Pauli’s Exclusion Principle) ଅନୁଯାୟୀ ଏକ ସୀମିତ ସ୍ଥାନରେ ଏକତ୍ରିତ ଇଲେକ୍ଟ୍ରନ୍ ମାନଙ୍କ ସଂବେଗରେ ବୃଦ୍ଧି ଘଟିଥାଏ ।  ଏପରିକି ବସ୍ତୁର ଘନତ୍ଵ ମଧ୍ୟ ଇଲେକ୍ଟ୍ରନ୍ ମାନଙ୍କ ସଂବେଗର ଅଦଳବଦଳରେ ସୃଷ୍ଟ ବଳ ଓ ସେମାନଙ୍କ ମଧ୍ୟରେ ଥିବା ବିଦ୍ୟୁତ୍-ଚୁମ୍ଵକୀୟ ବଳର ସନ୍ତୁଳନ ଉପରେ ନିର୍ଭର କରେ ।
୨,୪୪୨

ଗୋଟି ସମ୍ପାଦନା