"ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
"'''ବିଦ୍ୟୁତ୍-ଚୁମ୍ଵକତ୍ଵ''' ବା '''ବିଦ୍ୟୁତ୍-ଚୁମ୍ଵକୀୟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
ଟିକେNo edit summary |
||
୧ କ ଧାଡ଼ି:
'''ବିଦ୍ୟୁତ୍-ଚୁମ୍ଵକତ୍ଵ''' ବା '''ବିଦ୍ୟୁତ୍-ଚୁମ୍ଵକୀୟ ପ୍ରଭାବ''' ଭୌତିକ ବିଜ୍ଞାନର ଏକ ପ୍ରମୁଖ ଶାଖା । ବିଦ୍ୟୁତ୍-ଚୁମ୍ଵକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି । ବୈଦୁତିକ ଚାର୍ଜ୍ ବହନ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବଳ ସୃଷ୍ଟି ହୁଏ, ତାହାକୁ ବିଦ୍ୟୁତ୍-ଚୁମ୍ଵକୀୟ ବଳ ବୋଲି କୁହାଯାଏ । ବିଦ୍ୟୁତ୍-ଚୁମ୍ଵକୀୟ ବଳ
ପାରମ୍ପରିକ ଭୌତିକ ବିଜ୍ଞାନର ଅନୁସାରେ ବିଦ୍ୟୁତ୍ ଚାର୍ଜ୍ ଓ ବିଦ୍ୟୁତ୍ ବିଭବ ଯୋଗୁଁ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୋଇଥାଏ । ମାଇକେଲ୍ ଫାରାଡ଼େଙ୍କ ନିୟମାନୁସାରେ ଚୁମ୍ଵକୀୟ କ୍ଷେତ୍ର, ବିଦ୍ୟୁତ୍-ଚୁମ୍ଵକୀୟ ଉପପାଦନ (ଈଂରାଜୀରେ Electromagnetic Induction) ଓ ଚୁମ୍ଵକତ୍ଵ ସହିତ ସମ୍ପୃକ୍ତ । ବୈଦୁତିକ କ୍ଷେତ୍ରରେ ଚାର୍ଜ୍ ଓ ପ୍ରବାହ, ଚୁମ୍ଵକୀୟ କ୍ଷେତ୍ର ପରସ୍ପରକୁ କିପରି ଭାବେ ପ୍ରଭାବିତ କରନ୍ତି ମାକ୍ସୱେଲଙ୍କ ସମୀକରଣରେ ଦର୍ଶିତ ହୋଇଛି । ବିଦ୍ୟୁତ୍-ଚୁମ୍ଵକତ୍ଵର ପରୀକ୍ଷଣ ଦ୍ଵାରା ଶୂନ୍ୟରେ ଆଲୋକର ବେଗ ନିରୂପିତ ହୋଇପାରିଲା ଓ ଏହା ଆଇନ୍ ଷ୍ଟାଇନଙ୍କ ବିଶେଷ ଆପେକ୍ଷିକ ତତ୍ତ୍ଵର ଭିତ୍ତିଭୂମି ।
୧୨ କ ଧାଡ଼ି:
୩. ଏକ ତାରରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ନିଜ ଚାରିପଟେ ଏକ ଚୁମ୍ଵକୀୟ କ୍ଷେତ୍ର ସୃଷ୍ଟି କରିଥାଏ । ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ନିରୂପଣ କରିଥାଏ (ଏହାକୁ “ଡାହାଣ ହାତ ପାପୁଲି ନିୟମ” ମଧ୍ୟ କୁହନ୍ତି । ଡାହାଣ ହାତର ପାପୁଲିକୁ ଖୋଲାକରି ରଖାଯାଉ ଯେପରିକି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଚାରି ଆଙ୍ଗୁଠି ପରସ୍ପର ପ୍ରତି ୯୦ ଡିଗ୍ରୀରେ ରହିବେ । ଯଦି ବୁଢ଼ା ଆଙ୍ଗୁଠି ତାରରେ ବିଦ୍ୟୁତ୍ ପ୍ରବାହର ଦିଗ ଦର୍ଶାଏ, ତେବେ ବାକି ଚାରି ଆଙ୍ଗୁଠି ମୁଠେଇ ଆଣିଲେ ଯେଉଁ ଦିଗ ନିରୂପଣ ହୁଏ ତାହା ଚୁମ୍ଵକୀୟ କ୍ଷେତ୍ରର ଦିଗ) ।
୪. ଏକ ତାର କୁଣ୍ଡଳୀକୁ ଚୁମ୍ଵକୀୟ କ୍ଷେତ୍ର ପାଖକୁ ବା ତା’ଠାରୁ ଦୂରକୁ ନେଲେ ସେଥିରେ ବିଦ୍ୟୁତ୍ ପ୍ରବାହ ହୋଇଥାଏ । ବିଦ୍ୟୁତ୍ ପ୍ରବାହର ଦିଗ
୧୮୨୦ ମସିହାରେ '''ହାନ୍ସ୍ ଖ୍ରୀଷ୍ଟିୟାନ୍ ଓରଷ୍ଟେଡ୍''' ପରୀକ୍ଷା କରି ଦେଖିଥିଲେ ଯେ ସ୍ଵିଚ୍ ଖୋଲି ବା ବନ୍ଦ କରି, ଏକ ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ତାହା ପାଖରେ ଥିବା ଏକ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । ବିଦ୍ୟୁତ୍ ପ୍ରବାହ ହେଲେ ତା’ ଚାରିପଟେ ସୃଷ୍ଟି ହୋଇଥିବା ଚୁମ୍ଵକୀୟ କ୍ଷେତ୍ରର ପ୍ରଭାବରେ ଏପରି ହୋଇଥାଏ କିନ୍ତୁ ସେ ଏହି ବିକ୍ଷୟରେ ଆଉ ଅଧିକ ବିବରଣୀ ଦେଇପାରିଲେ ନାହିଁ । ପରେ ଅଧିକ ପରୀକ୍ଷା କରି ସେ ବୈଦ୍ୟୁତିକ କ୍ଷେତ୍ର ଓ ଚୁମ୍ଵକୀୟ କ୍ଷେତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା କଥା ପ୍ରକାଶ କରିଥିଲେ । ବିଦ୍ୟୁତ୍-ଚୁମ୍ଵକତ୍ଵ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କରି ନାମରେ ବିଦ୍ୟୁତ୍-ଚୁମ୍ଵକୀୟ ଉପପାଦନର ମାତ୍ରକକୁ ନାମିତ କରାଯାଇଛି । ଆହୁରି ମଧ୍ୟ ତାଙ୍କ ଗବେଷଣାକୁ ବ୍ୟବହାର କରି '''ଆଣ୍ଡ୍ରେ ମେରି ଆମ୍ପିୟର୍''' ବିଦ୍ୟୁତ୍ ପରିବାହକ ଓ ଚୁମ୍ଵକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ । ଆମ୍ପିୟରଙ୍କ ନାମରେ ବିଦ୍ୟୁତ୍ ସ୍ରୋତର ମାତ୍ରକ ନାମିତ ହୋଇଅଛି ।
|