"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ବିଶେଷ ଆପେକ୍ଷିକ ତତ୍ତ୍ଵ ‍‍(ଈଂରାଜୀରେ Special Theory of Relativity) ଭୌତିକ ବିଜ୍ଞାନର ସର୍ବଜନାଦୃତ ଓ ସୁପରୀକ୍ଷିତ ଏକ ତତ୍ତ୍ଵ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ୍ ଆଇନଷ୍ଟାଇନ]] ୧୯୦୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଅନେକ ପରୀକ୍ଷା ଓ ଅନୁଶୀଳନ ପରେ ଏହି ତତ୍ତ୍ଵର ସତ୍ୟତା ପ୍ରମାଣ ହୋଇଅଛି । ଏହି ତତ୍ତ୍ଵରେ ସ୍ଥାନ ଓ କାଳ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ତତ୍ତ୍ଵର ମୌଳିକ ସ୍ଵୀକାର୍ଯ୍ୟମାନ ହେଲା׃
 
୧‌‌. ଭୌତିକ ବିଜ୍ଞାନର ନିୟମ ସମସ୍ତ ଜଡତ୍ଵୀୟ ପରିବେଶରେ ସମାନ ଓ ଅପରିବର୍ତ୍ତିତ ରହିଥାନ୍ତି । ଜଡତ୍ଵୀୟ ପରିବେଶର ଅର୍ଥ ଯାହା ସ୍ଥିରାବସ୍ଥାରେ ଥାଏ ଅଥବା ସମାନ ଗତିରେ ସର୍ବଦା ଗତି କରୁଥାଏ । ସମସ୍ତ ଦେଖଣାହାରୀ ନିଜ ନିଜ ଦୃଷ୍ଟିରୁ ଏହା ଦେଖନ୍ତି ଯେ ସେ ନିଜେ ସ୍ଥିର ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ତା' ଚାରିପଟେ ଗତି କରୁଛି । ତେଣୁ କିଏ ଗତି କରୁଛି ଓ କିଏ ଗତି କରୁନି ତାହା କହିବା କଷ୍ଟକର ।
୨୧ କ ଧାଡ଼ି:
 
 
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ମନେ କରାଯାଉ ବଳିଆ ଭାଈ ଏକ ଟେନିସ୍ ବଲ୍ ପୃଥିବୀ ପୃଷ୍ଠରେ କାଳିଆ ଭାଈ ଫୋପାଡିଥିବା ଆଉ ଏକ ବଲ୍ ଆଡକୁ ଫିଙ୍ଗେ ଓ ବଲ୍ ଦୁଇଟି ପୁଣି ନିଜନିଜ ଉତ୍ସକୁ ଫେରିଯାନ୍ତି । କାଳିଆ ଭାଈକୁ ଲାଗିବ ଯେ ବଳିଆ ଭାଈ ଦ୍ଵାରା ବଲଟି ଧୀରେ ଧୀରେ ଫିଙ୍ଗାହେଲା । ଯେହେତୁ ପଡୁଥିବା ବଲର ବେଗ କମ୍ ଜଣାପଡେ, ବଲର ବସ୍ତୁତ୍ଵ ନିଶ୍ଚୟ ଅଧିକ ହୋଇଥିବ । ପ୍କୃତରେପ୍ରକୃତରେ କାଳିଆ ଭାଇକୁ ବଳିଆ ଭାଈର ପୁରା ଯାନର ବସ୍ତୁତ୍ଵ ବଢ଼ିଗଲା ପରି ଲାଗିବ ।
 
'''<u>୪. ପୃଥିବୀଠାରୁ କେତେ ଦୂରଯାଏଁ ମହାକାଶରେ ଯାତ୍ରା କରିହେବ</u>''' - ଯେ କୌଣସି ବ୍ୟକ୍ତିବିଶେଷ ଆଲୋକର ବେଗରୁ ଅଧିକ ବେଗରେ ଗତି କରି ପାରିବ ନାହିଁ । ତେଣୁ ଯଦି ଜଣେ ବ୍ୟକ୍ତି ୨୦ ରୁ ୬୦ ବର୍ଷ ମଧ୍ୟରେ ସକ୍ରିୟ ରହେ ଓ କୌଣସି ଏକ ଦୈବୀଶକ୍ତି ପ୍ରଭାବରେ ଆଲୋକର ବେଗରେ ଗତି କଲେ ମଧ୍ୟ ସେ ୪୦ ଆଲୋକବର୍ଷରୁ ଅଧିକ ଦୂରତା ଅତିକ୍ରମ କରିବା ଅସମ୍ଭବ । ସେ ସର୍ବାଧିକ ୪୦ ଆଲୋକବର୍ଷ ମଧ୍ୟରେ ଥିବା ସୌରମଣ୍ଡଳ ହିଁ ଅତିକ୍ରମ କରି ପାରିବ । କିନ୍ତୁ ଏହା ସତ୍ୟ ହୋଇପାରେ କି? କାରଣ, ଯଦି ବ୍ୟକ୍ତି ସ୍ଥିତାବସ୍ଥାରୁ ୯.୮ ମି. / ସେ^୨ ତ୍ଵରଣରେ ଯାତ୍ରା ଆରମ୍ଭ କରେ ସେ ପ୍ରାୟ ୧ ବର୍ଷ ମଧ୍ୟରେ ଆଲୋକର ବେଗ ପାଖାପାଖି ପହଞ୍ଚି ଯିବ । ମହାକାଶଚାରୀର ଘଡିରେ ୧ ବର୍ଷ ହୋଇଥିବା ବେଳେ ପୃଥିବୀରେ ଥିବା ଘଡିରେ ପାଖାପାଖି ୩ ବର୍ଷ ହୋଇଯାଇଥିବ । ୧୦.୭୮ ମି/ସେ^୨ ତ୍ଵରଣ ସହିତ ଜଣକ ବର୍ଷରେ ୧୪୦,୦୦୦ ଆଲୋକବର୍ଷ ଦୂରତା ଅତିକ୍ରମ କଲା ବେଳକୁ ପୃଥିବୀରେ ୧୪୮,୦୦୦ ବର୍ଷ ଅତିବାହିତ ହୋଇ ସାରିଥିବ ।