"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୩ କ ଧାଡ଼ି:
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ମନେ କରାଯାଉ ବଳିଆ ଭାଈ ଏକ ଟେନିସ୍ ବଲ୍ ପୃଥିବୀ ପୃଷ୍ଠରେ କାଳିଆ ଭାଈ ଫୋପାଡିଥିବା ଆଉ ଏକ ବଲ୍ ଆଡକୁ ଫିଙ୍ଗେ ଓ ବଲ୍ ଦୁଇଟି ପୁଣି ନିଜନିଜ ଉତ୍ସକୁ ଫେରିଯାନ୍ତି । କାଳିଆ ଭାଈକୁ ଲାଗିବ ଯେ ବଳିଆ ଭାଈ ଦ୍ଵାରା ବଲଟି ଧୀରେ ଧୀରେ ଫିଙ୍ଗାହେଲା । ଯେହେତୁ ପଡୁଥିବା ବଲର ବେଗ କମ୍ ଜଣାପଡେ, ବଲର ବସ୍ତୁତ୍ଵ ନିଶ୍ଚୟ ଅଧିକ ହୋଇଥିବ । ପ୍କୃତରେ କାଳିଆ ଭାଇକୁ ବଳିଆ ଭାଈର ପୁରା ଯାନର ବସ୍ତୁତ୍ଵ ବଢ଼ିଗଲା ପରି ଲାଗିବ ।
 
'''<u>୪. ପୃଥିବୀଠାରୁ କେତେ ଦୂରଯାଏଁ ମହାକାଶରେ ଯାତ୍ରା କରିହେବ</u>''' - ଯେ କୌଣସି ବ୍ୟକ୍ତିବିଶେଷ ଆଲୋକର ବେଗରୁ ଅଧିକ ବେଗରେ ଗତି କରି ପାରିବ ନାହିଁ । ତେଣୁ ଯଦି ଜଣେ ବ୍ୟକ୍ତି ୨୦ ରୁ ୬୦ ବର୍ଷ ମଧ୍ୟରେ ସକ୍ରିୟ ରହେ ଓ କୌଣସି ଏକ ଦୈବୀଶକ୍ତି ପ୍ରଭାବରେ ଆଲୋକର ବେଗରେ ଗତି କଲେ ମଧ୍ୟ ସେ ୪୦ ଆଲୋକବର୍ଷରୁ ଅଧିକ ଦୂରତା ଅତିକ୍ରମ କରିବା ଅସମ୍ଭବ । ସେ ସର୍ବାଧିକ ୪୦ ଆଲୋକବର୍ଷ ମଧ୍ୟରେ ଥିବା ସୌରମଣ୍ଡଳ ହିଁ ଅତିକ୍ରମ କରି ପାରିବ । କିନ୍ତୁ ଏହା ସତ୍ୟ ହୋଇପାରେ କି? କାରଣ, ଯଦି ବ୍ୟକ୍ତି ସ୍ଥିତାବସ୍ଥାରୁ ୯.୮ ମି. / ସେ^୨ ତ୍ଵରଣରେ ଯାତ୍ରା ଆରମ୍ଭ କରେ ସେ ପ୍ରାୟ ୧ ବର୍ଷ ମଧ୍ୟରେ ଆଲୋକର ବେଗ ପାଖାପାଖି ପହଞ୍ଚି ଯିବ । ମହାକାଶଚାରୀର ଘଡିରେ ୧ ବର୍ଷ ହୋଇଥିବା ବେଳେ ପୃଥିବୀରେ ଥିବା ଘଡିରେ ପାଖାପାଖି ୩ ବର୍ଷ ହୋଇଯାଇଥିବ । ୧୦.୭୮ ମି/ସେ^୨ ତ୍ଵରଣ ସହିତ ଜଣକ ବର୍ଷରେ ୧୪୦,୦୦୦ ଆଲୋକବର୍ଷ ଦୂରତା ଅତିକ୍ରମ କଲା ବେଳକୁ ପୃଥିବୀରେ ୧୪୮,୦୦୦ ବର୍ଷ ଅତିବାହିତ ହୋଇ ସାରିଥିବ ।
'''<u>୪. ପୃଥିବୀଠାରୁ କେତେ ଦୂରଯାଏଁ ମହାକାଶରେ ଯାତ୍ରା କରିହେବ</u>''' -
 
== ସ୍ଥାନ-କାଳର ସଂରଚନା କଣ? ==
 
ଭୌତିକ ବିଜ୍ଞାନରେ ସ୍ଥାନ-କାଳ ଏକ ଗାଣିତିକ ପରିଭାଷା । ବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ସ୍ଥାନକୁ ୩ଟି ଆୟାମ ବିଶିଷ୍ଟ ବୋଲି କୁହାଯାଉଥିଲା, ଯାହା ଆମେ ସ୍ଵଚକ୍ଷୁରେ ଦେଖିପାରୁ । ଉଦାହରଣ ସ୍ଵରୂପ ଏକ ଆୟତଘନାକାର ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଏବଂ ଉଚ୍ଚତା ତିନୋଟି ଆୟାମ ବିଶିଷ୍ଟ (ଈଂରାଜୀରେ 3 Dimensional) । ସମୟ/କାଳକୁ ପାରମ୍ପରିକ ଭୌତିକ ବିଜ୍ଞାନରେ ଏକ ଆୟାମ ଭାବେ ଗଣନା କରାଯାଉ ନଥିଲା । କିନ୍ତୁ ଆଧୁନିକ ବିଜ୍ଞାନରେ ସ୍ଥାନର ୩ ଆୟାମ ଓ କାଳକୁ ମିଶାଇ ଏକ ୪ ଆୟାମ ବିଶିଷ୍ଟ ସାତତ୍ୟ ବୋଲି ବିବେଚନା କରାଯାଏ । ତେଣୁ ସ୍ଥାନ ଓ କାଳ ଏକ ନିରବଛିନ୍ନ ସାତତ୍ୟ ଯାହା ମଧ୍ୟରେ ସମସ୍ତ ଘଟଣା ଘଟିଥାଏ । ସ୍ଥାନ-କାଳର ଜ୍ୟାମିତିକ ଚିତ୍ର ଦ୍ଵାରା ଆପେକ୍ଷିକତାର ପ୍ରଭାବ ଭିନ୍ନ ଭିନ୍ନ ଦେଖଣାହାରୀଙ୍କ ଉପରେ କିପରି ପଡିଥାଏ ତାହା ଜାଣିହୁଏ । ଆଇନ୍ ଷ୍ଟାଇନଙ୍କ ଏହି ତତ୍ତ୍ଵରେ ଆଲୋକର ବେଗକୁ ଏକ ସ୍ଥିରାଙ୍କ ଭାବେ ପରିଗଣିତ କରାଗଲା । ଆହୁରି ମଧ୍ୟ ଗୋଟିଏ ଘଟଣା ଯେତେ ସ୍ଥାନ ଓ ସମୟ ମଧ୍ୟରେ ଘଟେ ତାହାର ଗଣନା ଭିନ୍ନ ଭିନ୍ନ ନିରୀକ୍ଷଣ ସ୍ଥଳରୁ ଭିନ୍ନ ଭିନ୍ନ ହେବାର ସତ୍ୟତା ପ୍ରମାଣିତ ହେଲା ।