"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ଯଦି ବଳିଆ ଭାଈ ନିଜ ଗତିପଥରେ ଥିବା ଓ ତା' ସହିତ ସମାନ ବେଗରେ ଗତି କରୁଥିବା ଅନ୍ୟ ଏକ ଯାନର ଦୂରତା ନିରୂପଣ କରିବା ପାଇଁ ଏକ ଲେଜର୍ କିରଣ ଛାଡେ, ତାକୁ ଲାଗିବ ଯେ ତା'ର ଘଡିରେ ଅତିବାହିତ ସମୟ ଓ ଆଲୋକର ବେଗର ଗୁଣନଫଳ ଦର୍ପଣର ଦୂରତା ସହ ସମାନ । ତା'କୁ ଲାଗିବ ନାହିଁ ଯେ ତା'ର ଯାନର ଆକାରରେ କୌଣସି ପରିବର୍ତ୍ତନ ହୋଇଛି । କିନ୍ତୁ କାଳିଆ ଭାଈ ଦେଖିବ ଯେ ଅଜଣା ଯାନର ଘଡି ବଳିଆ ଭାଈର ଘଡିଠାରୁ ଧିରେ ଚାଲୁଛି । ଯେହେତୁ ଆଲୋକର ବେଗ ବଦଳି ନାହିଁ ତେଣୁ ବଳିଆ ଭାଈ ଓ ଅଜଣା ଯାନ ମଧ୍ୟରେ ଦୂରତା କମ୍ ହୋଇଯାଇଛି । ବଳିଆ ଭାଈର ଯାନ ଗତିପଥ ଦିଗରେ ସଂକୁଚିତ ହେଲାପରି ମଧ୍ୟ ଦିଶିବ ।
 
'''<u>୩. ବସ୍ତୁତ୍ଵ ଶକ୍ତି ସମୀକରଣ</u>''' - ଆଇନ୍ ଷ୍ଟାଇନଙ୍କ ଦ୍ଵାରା ପ୍ରଣୀତ ଓ ଖୁବ୍ ଜଣାଶୁଣା ସମୀକରଣ ହେଉଛି ବସ୍ତୁତ୍ଵ ଶକ୍ତି ସମୀକରଣ E = m*c^୨ । E ହେଲା ଶକ୍ତି (Energy), m ହେଲା ବସ୍ତୁତ୍ଵ (Mass), c ହେଲା ଆଲୋକର ବେଗ, c ର ମାପ = ୩୦୦,୦୦୦,୦୦୦ ମିଟର୍ ପ୍ରତି ସେକେଣ୍ଡ୍ । ଯଦି କୌଣସି ବସ୍ତୁର ଶକ୍ତି ବଢ଼େ ତେବେ ତାହାର ବସ୍ତୁତ୍ଵ ବଢ଼ିଥିଲା ପରି ମନେ ହେବ । ଆଲୋକର ବେଗରେ ଗତି କରୁଥିବା ବସ୍ତୁର ବସ୍ତୁତ୍ଵ ଏତେ ଅଧିକ ହୋଇଯିବ ଯେ ସେହି ବେଗରେ ଆଗକୁ ବଢ଼ିବା ପାଇଁ ବସ୍ତୁକୁ ଅସୀମ (infinite) ଶକ୍ତି ଦରକାର ।
 
'''<u>୪. ପୃଥିବୀଠାରୁ କେତେ ଦୂରଯାଏଁ ମହାକାଶରେ ଯାତ୍ରା କରିହେବ</u>''' -