"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୮ କ ଧାଡ଼ି:
ନିମ୍ନ ଲିଖିତ ପ୍ରଭାବଗୁଡିକୁ ବୁଝିବା ପାଇଁ ଆମେ କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତିର ଅବଲୋକନ କରିବା । ମନେ କରାଯାଉ ଯେ ଦୁଇ ଜଣ ଦେଖଣାହାରୀ ଅଛନ୍ତି । କାଳିଆ ଭାଈ ପୃଥିବୀ ଉପରେ ଓ ବଳିଆ ଭାଈ ଏକ ମହାକାଶ ଯାନରେ ଥାଇ ଯାହା ଘଟଣା ଘଟୁଛି ତା'ର ନିରୀକ୍ଷଣ କରୁଛନ୍ତି । ବଳିଆ ଭାଈର ଯାନ ଆଲୋକର ବେଗ ସହ ତୁଳନୀୟ ବେଗରେ ଗତି କରୁଛି । ଏପରି ଅବସ୍ଥାରେ ଉଭୟ ନିଜ ସ୍ଥାନରେ ରହି କହିବେ ଯେ "ମୁଁ ଯାହା କହୁଛି ତାହା ଠିକ୍" ।
 
'''<u>୧. ସମୟ ପ୍ରସାରିତ ହେବା</u>''' - ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ସମୟ ଗଣନା ସବୁଠାରେ ସମାନ । ବସ୍ତୁର ବେଗ ଯେତେ ବଢୁ ବା କମୁ, ସମୟ ଗଣନା ତା ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ ଚାଲେ । କିନ୍ତୁ ଆପେକ୍ଷିକତା ଅନୁସାରେ ସମୟ ଆପେକ୍ଷିକ । ପାରମ୍ପରିକ ସମୟ ଗଣନାର ଚିନ୍ତାଧାରା ଅଳ୍ପ ବେଗରେ ଗତିଶୀଳ ବସ୍ତୁ ବା ନିରୀକ୍ଷକ ପାଇଁ ସତ । କିନ୍ତୁ ଯଦି କୌଣସି ବସ୍ତୁ ଆଲୋକର ବେଗ (୩ ଲକ୍ଷ କି.ମି. ପ୍ରତି ସେକେଣ୍ଡ) ସହ ତୁଳନୀୟ ବେଗରେ ଗତି କରେ, ତେବେ ସମୟ ଧୀରେ ଧୀରେ ଅତିବାହିତ ହୁଏ । ଯଦି କୌଣସି ବସ୍ତୁ ଆଲୋକର ବେଗରେ ଗତି କରେ ତାଟତାହା ପାଇଁ ସମୟ ଅଟକିଯିବ । ଉଦାହରଣ ସ୍ଵରୂପ: ଦୁଇ ଜଣ ଜାଆଁଳା ଭାଈ ପୃଥିବୀ ପୃଷ୍ଠରେ ଅଛନ୍ତି ଓ ଦୁଇ ଜଣଙ୍କ ପାଖରେ ସମାନ ସମୟ ଦେଖାଉଥିବା ଦୁଇଟି ଘଡି ଅଛି । ସେମାନଙ୍କ ମଧ୍ୟରୁ ଜଣେ ଯଦି ଆଲୋକ ସହ ତୁଳନୀୟ ବେଗରେ ଯାଇ ବର୍ଷେ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିବ, ସେ ଜାଣିବାକୁ ପାଇବ ଯେ ସେ ନିଜେ ବର୍ଷେ ବଡ ହୋଇଥିବା ବେଳେ ତା' ଭାଈ ବୁଢ଼ା ହୋଇଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ବସ୍ତୁ ଆବିଶ୍କାର ବା ଉଦ୍ଭାବନ କରାଯାଇନାହିଁ ଯାହା ଆଲୋକଠାରୁ ଅଧିକ ବେଗରେ ଯାଇ ପାରିବ । "'''ଜାଆଁଳାଙ୍କ ବୟସ ପ୍ରହେଳିକା'''" ଭଳି ଅନ୍ୟ ଉଦାହରଣ ହେଉଛି ମ୍ୟୁଓନ୍ ମାନଙ୍କର ଆୟୁ । ଜାଗତିକ ପ୍ରକ୍ରିୟା ଦ୍ଵାରା ସୃଷ୍ଟ ଓ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରୁଥିବା ମ୍ୟୁଓନ୍ ର ଆୟୁ ଗବେଷଣାଗାରରେ ପ୍ରସ୍ତୁତ ମ୍ୟୁଓନ୍ ର ଆୟୁଠାରୁ ଅଧିକ ।
 
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ଯଦି ବଳିଆ ଭାଈ ଏକ ଲେଜର୍ କିରଣ ପୃଥିବୀ ପୃଷ୍ଠରେ ଥିବା ଏକ ଦର୍ପଣ ଆଡକୁ ଛାଡେ ତାକୁ ଲାଗିବ ଯେ ଲେଜର୍ କିରଣଟି ଏକ ସରଳରେଖାରେ ଯାଇ ତା' ପାଖକୁ ଏକ ସରଳରେଖାରେ ଫେରିଛି । କିନ୍ତୁ କାଳିଆ ଭାଈକୁ ଲାଗିବ ଯେ କିରଣଟି V ଆକୃତିର ପଥରେ ଯାଇଛି । ତେଣୁ କାଳିଆ ଭାଈକୁ ଲାଗିବ ଯେ କିରଣଟି ଅପେକ୍ଷାକୃତ ଲମ୍ବା ପଥରେ ଆସିଛି ଓ ଯାଇଛି ମଧ୍ୟ । ଯେହେତୁ ଆଲୋକର ବେଗ ସମସ୍ତଙ୍କ ପାଇଁ ସମାନ, ତେଣୁ ବଳିଆ ଭାଈର ଘଡିରେ କାଳିଆ ଭାଈଠାରୁ କମ୍ ସମୟ ଦେଖାଉଥିବ ।
୧୬ କ ଧାଡ଼ି:
'''<u>୩. ବସ୍ତୁତ୍ଵ ଶକ୍ତି ସମୀକରଣ</u>''' -
 
'''<u>୪. ପୃଥିବୀଠାରୁ କେତେ ଦୂରଯାଏଁ ମହାକାଶରେ ଯାତ୍ରା କରିହେବ</u>''' -
 
== ସ୍ଥାନ-କାଳର ସଂରଚନା କଣ? ==