"ସାଧାରଣ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଆଇନଷ୍ଟାଇନଙ୍କ ଏହି ତତ୍ତ୍ଵ ଖଗୋଳୀୟ ଭୌତିକ ବିଜ୍ଞାନରେ ଅନେକ ନୂତନ ପୃଷ୍ଠା ଉନ୍ମୋଚନ କରିଛି । ତନ୍ମଧ୍ୟରୁ "କୃଷ୍ଣ ଛିଦ୍ର" ଅନ୍ୟତମ । କୃଷ୍ଣ ଛିଦ୍ର ମହାକାଶର ଏକ ଜାଗତିକ ମହାବସ୍ତୁ, ଯାହାର ଉପସ୍ଥିତି ଯୋଗୁଁ ସ୍ଥାନ-କାଳର ସଂରଚନା ସମ୍ପୂର୍ଣଭାବେ ବିକୃତ ହୋଇଯାଏ । ଏହି ବିକୃତିର ମାତ୍ରା ଏତେ ଅଧିକ ଯେ, ଆଲୋକର ବେଗ ମଧ୍ୟ ଏହି ବିକୃତି (ମହାକର୍ଷଣ ଶକ୍ତି)କୁ ଅତିକ୍ରମ କରିପାରେ ନାହିଁ । ଆଲୋକ କୌଣସି ଏକ ବସ୍ତୁଠାରୁ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ସେହି ବସ୍ତୁକୁ ଦେଖିବାରେ ସମର୍ଥ ହେଉ । ଏହି କାରଣରୁ କୃଷ୍ଣ ଛିଦ୍ର ମହାକାଶରେ ଥିବା ଏକ ଅଦୃଶ୍ୟ ଛିଦ୍ର ଭଳି । ମହାକର୍ଷଣ ପ୍ରଭାବରେ ଆଲୋକର ଗତିପଥରେ ପରିବର୍ତ୍ତନ ହୋଇଥାଏ । ଏହାକୁ ଭୌତିକ ବୈଜ୍ଞାନିକ ଭାଷାରେ ମହାକର୍ଷଣୀୟ ଲେନ୍ସିଂ (Gravitational Lensing) କୁହାଯାଏ । ଏହି ପ୍ରଭାବରେ ଏକ ସୁଦୂର ମହାକାଶୀୟ ବସ୍ତୁର ଏକାଧିକ ପ୍ରତିବିମ୍ବ ପରିଲକ୍ଷିତ ହୋଇଥାଏ । ଆହୁରି ମଧ୍ୟ, ସାଧାରଣ ଆପେକ୍ଷିକ ତତ୍ତ୍ଵ, ମହାକର୍ଷଣୀୟ ତରଙ୍ଗର ଅବସ୍ଥିତି ସମ୍ପର୍କରେ ସୂଚନା ଦିଏ; ଯାହା ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହୋଇଛି । ତା' ସହିତ, ସାଧାରଣ ଆପେକ୍ଷିକ ତତ୍ତ୍ଵକୁ ଆଧାର କରି ନିରନ୍ତର ବୃଦ୍ଧିଶୀଳ ବ୍ରହ୍ମାଂଣ୍ଡର ପରିକଳ୍ପନା ମଧ୍ୟ ହୋଇଅଛି । ଆମ ବ୍ରହ୍ମାଣ୍ଡର ଏକ ନିର୍ଦ୍ଦିଷ୍ଟ ଆକାର ନାହିଁ ଓ ଏହା ପ୍ରତି ମୁହୂର୍ତ୍ତରେ ବଢି ବଢି ଚାଲିଛି । ଅର୍ଥାତ୍ ଗ୍ରହ ଓ ନକ୍ଷତ୍ର ମାନେ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ।
 
== '''<big>ମହାକର୍ଷଣ - ନିଉଟନ୍ ବନାମ ଆଇନ୍ ଷ୍ଟାଇନ୍</big>''' ==
 
=== ନିଉଟନଙ୍କ ସିଦ୍ଧାନ୍ତ ===
ନିଉଟନଙ୍କ ଅନୁସାରେ କୌଣସି ବସ୍ତୁର ଗତି ତା'ର ପାରିପାର୍ଶ୍ଵିକ ବଳ ଦ୍ଵାରା ପ୍ରଭାବିତ ହୋଇଥାଏ । ବଳର ପ୍ରଭାବରେ ବସ୍ତୁ ସ୍ଥିତାବସ୍ଥାରୁ ଗତିଶୀଳ ହୁଏ ଓ ଏହାର ଗତିପଥ ଏକ ସରଳରେଖା ହୋଇଥାଏ । ବସ୍ତୁର ତ୍ଵରଣ ଓ ବସ୍ତୁତ୍ଵର ଗୁଣନଫଳ ଏହି ବଳର ଆନୁମାନିକ ମାପ ସହିତ ସମାନ । ନିଉଟନଙ୍କ ଅନୁସାରେ ମୁକ୍ତ ଭାବେ ପତନ ହେଉଥିବା ବସ୍ତୁର ଗତିପଥ ତା'ର ସ୍ଥିତି ଓ ପ୍ରାରମ୍ଭିକ ବେଗ ଉପରେ ନିର୍ଭର କରେ । ବସ୍ତୁର ବସ୍ତୁତ୍ଵର ଏହା ଉପରେ କୌଣସି ପ୍ରଭାବ ନାହିଁ ।
 
 F =     G*m1*m2 / (d1*d1)       
 
ଏଠାରେ F ମହାକର୍ଷଣ ବଳକୁ ସୂଚାଏ । m1 ସୂର୍ଯ୍ୟର ବସ୍ତୁତ୍ଵ, m2 ପୃଥିବୀର ବସ୍ତୁତ୍ଵ, d1 ଦୁହିଁଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟବର୍ତ୍ତୀ ଦୂରତା. G ମହାକର୍ଷଣ ସ୍ଥିରାଙ୍କ ।
 
ପାରମ୍ପରିକ ବିଜ୍ଞାନ ଅନୁସାରେ ଆମେ ଏକ ଦଉଡିରେ ଏକ ଗୋଲାକୁ ବାନ୍ଧି ଆମ ଚାରିପଟେ ବୁଲାଇବା ତାହେଲେ ଦଉଡିରେ ସୃଷ୍ଟ ବଳ ଗୋଲାକୁ ଧରିରଖେ ଓ ଏକ ନିର୍ଦ୍ଦିଷ୍ଟ ଗତିପଥରେ ବୁଲାଉଥାଏ । ସେହି ବଳ ମହାକର୍ଷଣ ବଳ ସହିତ ତୁଳନୀୟ ।
 
=== ଆଇନ୍ ଷ୍ଟାଇନଙ୍କ ସିଦ୍ଧାନ୍ ===
ଆଇନ୍ ଷ୍ଟାଇନଙ୍କ ଅନୁସାରେ ସ୍ଥାନ-କାଳକୁ ଯଦି ଏକ ସମାନ୍ତରାଳ ଭାବେ ଧରିଥିବା କପଡା ସହ ତୁଳନା କରାଯିବ ଓ ଏହାର ମଝିରେ ତରଭୁଜ ପରି ଏକ ବସ୍ତୁକୁ ରଖାଯିବ, ତରଭୁଜର ବସ୍ତୁତ୍ଵ ଯୋଗୁଁ କପଡାରେ ଏକ ଖାଲୁଆ ଜାଗା ସୃଷ୍ଟି ହେବ । ବର୍ତ୍ତମାନ କୌଣସି ଏକ ଛୋଟ ଗୋଲକକୁ ତରଭୁଜ ଦ୍ଵାରା ସୃଷ୍ଟ ଏହି ଫନେଲ୍ ଆକୃତି ବିଶିଷ୍ଟ ଖାଲୁଆ ଜାଗାର ଉପର ପାଖରେ ରଖିଲେ ତାହା ଆପେଆପେ ତରଭୁଜ ଦ୍ଵାରା ଆକର୍ଷିତ ହେବ । ଯଦି ଛୋଟ ଗୋଲକଟିକୁ ତରଭୁଜ ଚାରିପଟେ ଏକ ଅଣ୍ଡାକୃତି ପଥରେ ଗଡେଇ ଦିଆଯାଏ, ଏହା କିଛି ସମୟ ପର୍ଯ୍ୟନ୍ତ ଆକର୍ଷିତ ହୋଇ ବୁଲିବ । ଏହି ଉଦାହରଣରେ ତରଭୁଜଟି ସୂର୍ଯ୍ୟ, ଗୋଲକଟି ପୃଥିବୀ ସହ ତୁଳନୀୟ ।
 
ତେବେ ସମସ୍ତ ଗ୍ରହ ସୂର୍ଯ୍ୟ ଚାରିପଟେ ନିରନ୍ତର କାହିଁକି ବୁଲନ୍ତି? ତାହାର କାରଣ ହେଲା ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ । ସୂର୍ଯ୍ୟ ନିଜେ ଆକାଶଗଙ୍ଗାର କେନ୍ଦ୍ର ଚାରିପଟେ ବୁଲୁଥାଏ । ଏଥିପାଇଁ ଗ୍ରହ ମାନେ ସୂର୍ଯ୍ୟ ଦ୍ଵାରା ହୋଇଥିବା ସ୍ଥାନ-କାଳର ବିକୃତି ମଧ୍ୟରେ ବଦ୍ଧ ରହି ସୂର୍ଯ୍ୟ ଚାରିପଟେ ବୁଲୁଥାନ୍ତି । ତେଣୁ ମହାକର୍ଷଣ ଏକ ବଳ ନୁହେଁ, ବରଂ ସ୍ଥାନ-କାଳର ସଂରଚନାରେ ସୃଷ୍ଟ ଏକ ବିକୃତି ।
 
=== ଅନ୍ୟାନ୍ୟ ସହାୟକ ତଥ୍ୟ ଓ ଲିଙ୍କ୍ସ ===
୩,୧୪୦

ଗୋଟି ସମ୍ପାଦନା