"ସାଧାରଣ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩ କ ଧାଡ଼ି:
ସାଧାରଣ ଆପେକ୍ଷିକ ତତ୍ତ୍ଵରେ ଅସ୍ଥିର ସମୟ/କାଳର ଗଣନା, ସ୍ଥାନ/ବ୍ୟୋମର ଜ୍ୟାମିତି, ମୁକ୍ତ ପତନଶୀଳ ବସ୍ତୁର ଗତି ଓ ତ୍ଵରଣ, ମହାକାଶରେ ଆଲୋକର ଗତିପଥ ଏବଂ ତତ୍ ସମ୍ବନ୍ଧୀୟ ଅନେକ ତଥ୍ୟ ଉପସ୍ଥାପିତ ହୋଇଛି । ପାରମ୍ପରିକ ଭୌତିକ ବିଜ୍ଞାନଦ୍ଵାରା ଉପସ୍ଥାପିତ ଅନୁରୂପ ବିଷୟ ଓ ତଥ୍ୟମାନଙ୍କ ଠାରୁ ଏହା ଅବଶ୍ୟ ଯଥେଷ୍ଟ ଭିନ୍ନ । ଏହାର କେତେକ ଉଦାହରଣ ହେଲେ ମହାକର୍ଷଣୀୟ ପ୍ରସାରିତ ସମୟ, ମହାକର୍ଷଣ ପ୍ରଭାବରେ ଆଲୋକର ଲୋହିତାଭିମୁଖୀ ଅପସାରଣ, ମହାକର୍ଷଣୀୟ ବିଳମ୍ବ, ମହାକର୍ଷଣୀୟ ଲେନ୍ସିଂ (ମହାକର୍ଷଣଦ୍ଵାରା ପ୍ରଭାବିତ ହୋଇ ସୁଦୂର ଏକ ନକ୍ଷତ୍ରରୁ ଆସୁଥିବା ଆଲୋକର ପଥ ବକ୍ରାକୃତି ହେବା) । ସାଧାରଣ ଆପେକ୍ଷିକ ତତ୍ତ୍ଵ ସମ୍ବନ୍ଧିତ ସମସ୍ତ ବୈଜ୍ଞାନିକ ପରୀକ୍ଷା ଏବଂ ଅନୁଶୀଳନରୁ ଅଦ୍ୟାବଧି ମିଳିଥିବା ତଥ୍ୟ, ଏହି ତତ୍ତ୍ଵ ପ୍ରୟୋଗରେ କରାଯାଇଥିବା କେତେକ ପରିକଳ୍ପନାର ସତ୍ୟତା ପ୍ରମାଣ କରେ । ସାଧାରଣ ଆପେକ୍ଷିକ ତତ୍ତ୍ଵ ମହାକର୍ଷଣ ସମ୍ଵନ୍ଧୀୟ ଏକମାତ୍ର ତତ୍ତ୍ଵ ନୁହେଁ; ଅଥଚ ଏହା ଅତି ସରଳ ଓ ସମସ୍ତ ବୈଜ୍ଞାନିକ ନିରୀକ୍ଷଣର ସମର୍ଥନପ୍ରାପ୍ତ । କିନ୍ତୁ ପ୍ରମାତ୍ର ବିଜ୍ଞାନ (Quantum Physics) ଓ ଏହି ତତ୍ତ୍ଵ ମଧ୍ୟରେ ଅନେକ ମତାନ୍ତର ଦେଖାଯାଏ । ଆଧୁନିକ ଭୌତିକ ବିଜ୍ଞାନର ଏହି ଦୁଇ ଭିନ୍ନ ସିଦ୍ଧାନ୍ତର ମିଶ୍ରଣରେ କିପରି ମହାକର୍ଷଣ ସମ୍ପର୍କୀୟ ଏକ ଓ ଅଦ୍ଵୈତ ତତ୍ତ୍ଵର ପରିପ୍ରକାଶ ହେବ, ତାହା ଏକ ବୃହତ୍ ପ୍ରଶ୍ନବାଚୀ ।
 
ଆଇନଷ୍ଟାଇନଙ୍କ ଏହି ତତ୍ତ୍ଵ ଖଗୋଳୀୟ ଭୌତିକ ବିଜ୍ଞାନରେ ଅନେକ ନୂତନ ପୃଷ୍ଠା ଉନ୍ମୋଚନ କରିଛି । ତନ୍ମଧ୍ୟରୁ "କୃଷ୍ଣ ଛିଦ୍ର" ଅନ୍ୟତମ । କୃଷ୍ଣ ଛିଦ୍ର ମହାକାଶର ଏକ ଜାଗତିକ ମହାବସ୍ତୁ, ଯାହାର ଉପସ୍ଥିତି ଯୋଗୁଁ ସ୍ଥାନ-କାଳର ସଂରଚନା ସମ୍ପୂର୍ଣଭାବେ ବିକୃତ ହୋଇଯାଏ । ଏହି ବିକୃତିର ମାତ୍ରା ଏତେ ଅଧିକ ଯେ, ଆଲୋକର ବେଗ ମଧ୍ୟ ଏହି ବିକୃତି (ମହାକର୍ଷଣ ଶକ୍ତି)କୁ ଅତିକ୍ରମ କରିପାରେ ନାହିଁ । ଆଲୋକ କୌଣସି ଏକ ବସ୍ତୁଠାରୁ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ସେହି ବସ୍ତୁକୁ ଦେଖିବାରେ ସମର୍ଥ ହେଉ । ଏହି କାରଣରୁ କୃଷ୍ଣ ଛିଦ୍ର ମହାକାଶରେ ଥିବା ଏକ ଅଦୃଶ୍ୟ ଛିଦ୍ର ଭଳି । ମହାକର୍ଷଣ ପ୍ରଭାବରେ ଆଲୋକର ଗତିପଥରେ ପରିବର୍ତ୍ତନ ହୋଇଥାଏ । ଏହାକୁ ଭୌତିକ ବୈଜ୍ଞାନିକ ଭାଷାରେ ମହାକର୍ଷଣୀୟ ଲେନ୍ସିଂ (Gravitational Lensing) କୁହାଯାଏ । ଏହି ପ୍ରଭାବରେ ଏକ ସୁଦୂର ମହାକାଶୀୟ ବସ୍ତୁର ଏକାଧିକ ପ୍ରତିବିମ୍ବ ପରିଲକ୍ଷିତ ହୋଇଥାଏ । ଆହୁରି ମଧ୍ୟ, ସାଧାରଣ ଆପେକ୍ଷିକ ତତ୍ତ୍ଵ, ମହାକର୍ଷଣୀୟ ତରଙ୍ଗର ଅବସ୍ଥିତି ସମ୍ପର୍କରେ ସୂଚନା ଦିଏ; ଯାହା ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହୋଇଛି । ତା' ସହିତ, ସାଧାରଣ ଆପେକ୍ଷିକ ତତ୍ତ୍ଵକୁ ଆଧାର କରି ନିରନ୍ତର ବୃଦ୍ଧିଶୀଳ ବ୍ରହ୍ମାଂଣ୍ଡର ପରିକଳ୍ପନା ମଧ୍ୟ ହୋଇଅଛି । ଆମ ବ୍ରହ୍ମାଣ୍ଡର ଏକ ନିର୍ଦ୍ଦିଷ୍ଟ ଆକାର ନାହିଁ ଓ ଏହା ପ୍ରତି ମୁହୂର୍ତ୍ତରେ ବଢି ବଢି ଚାଲିଛି । ଅର୍ଥାତ୍ ଗ୍ରହ ଓ ନକ୍ଷତ୍ର ମାନେ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ।
 
'''<big>ନିଉଟନ୍ ବନାମ ଆଇନଷ୍ଟାଇନଆଇନ୍ ଷ୍ଟାଇନ୍</big>'''
 
ନିଉଟନଙ୍କ ଅନୁସାରେ କୌଣସି ବସ୍ତୁର ଗତି ତା'ର ପାରିପାର୍ଶ୍ଵିକ ବଳ ଦ୍ଵାରା ପ୍ରଭାବିତ ହୋଇଥାଏ । ବଳର ପ୍ରଭାବରେ ବସ୍ତୁ ସ୍ଥିତାବସ୍ଥାରୁ ଗତିଶୀଳ ହୁଏ ଓ ଏହାର ଗତିପଥ ଏକ ସରଳରେଖା ହୋଇଥାଏ । ବସ୍ତୁର ତ୍ଵରଣ ଓ ବସ୍ତୁତ୍ଵର ଗୁଣନଫଳ ଏହି ବଳର ଆନୁମାନିକ ମାପ ସହିତ ସମାନ । ନିଉଟନଙ୍କ ଅନୁସାରେ ମୁକ୍ତ ଭାବେ ପତନ ହେଉଥିବା ବସ୍ତୁର ଗତିପଥ ତା'ର ସ୍ଥିତି ଓ ପ୍ରାରମ୍ଭିକ ବେଗ ଉପରେ ନିର୍ଭର କରେ । ବସ୍ତୁର ବସ୍ତୁତ୍ଵର ଏହା ଉପରେ କୌଣସି ପ୍ରଭାବ ନାହିଁ ।