"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୪ କ ଧାଡ଼ି:
 
==କାହାଣୀ==
ସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସ‌ହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇ ଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର ([[ଅଶ୍ରୁମୋଚନ ମହାନ୍ତି|ଅଶ୍ରୁମୋଚନ]]) ନାମକ ଜଣେ ଲୋକ‌କୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।
 
ପରବର୍ତ୍ତୀ ସମୟରେ ମୁନ୍ନା ([[ମୁକେଶ ରିଷି]]) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା ([[ବବ୍‌ଲି]]) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।
 
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ ([[ମୀନକେତନ]]) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ ([[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।
 
ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ ([[ଅନୀତା ଦାସ]]), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା ([[ଗ୍ଲୋରିଆ ମହାନ୍ତି]]) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସ‌ହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର ପାନ‌ଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ଝଗଡ଼ା ହୋଇଗଲା ।
 
ସେପଟେ ରାଜେଶର ବାହାଦୁରୀ ଏବଂ ସଚ୍ଚୋଟ ପଣିଆକୁ ଦେଖି ମାମା ରାଜାଶରେ ପ୍ରେମରେ ପଡ଼ିଯାଇଥିଲା କିନ୍ତୁ ରାଜେଶର ଆଉ ଜଣେ ପ୍ରେମିକା ଅଛି ବୋଲି ଭାବୁଥିଲା । ମାତ୍ର ସେମିତି କିଛି ନାହିଁ ବୋଲି ଜାଣିବା ପରେ ମାମା ରାଜେଶ ପ୍ରତି ବେଶି ଆକର୍ଷିତ ହେବରେ ଲାଗିଲା । କଲେଜର ପିଲାମାନେ ପିକନିକରେ ଯାଇଥିବାବେଳେ ମାମା ଝରଣା ଦେଖୁ ଦେଖୁ ଅନ୍ୟମନସ୍କରେ ଗୋଡ଼ ଖସି ସେଠାରେ ପଡ଼ିଗଲା । ସେଠାରେ ତାକୁ ପଣିଥରେ ରାଜେଶ ବଞ୍ଚେଇଲା । ରାଜେଶ ମଧ୍ୟ ମାମାର ପ୍ରେମରେ ପଡ଼ିଯାଇଥିଲା । ମାମା ପଡ଼ିଯିବା କଥା ଶୁନି ମୁନ୍ନା ତାକୁ ଖୋଜିବାକୁ ଆସିଯାଇଥିଲା । ମୁନ୍ନା ସେଠାରେ ପ‌ହଞ୍ଚିବା ପରେ ରାଜେଶ ଏବଂ ମାମା ବିଷୟରେ ଜାଣିଲା । ମାମାକୁ କିଛି ନ କ‌ହି ତାକୁ ଚୁପଚାପ ଘରକୁ ନେଇଆସିଲା । ଘରେ ମୁନ୍ନା ମାମାକୁ କଥା ଦେଲା ଯେ, ସେ କେବେ ରାଜେଶର କିଛି ବି କ୍ଷତି କରିବ ନାହିଁ । ମାମା ସ‌ହ ରାଜେଶକୁ ଦେଖି ମୁନ୍ନାର ଲୋକମାନେ ରାଜେଶର ପରିବାର ଲୋକଙ୍କୁ ଆଣି ବାନ୍ଧି ଦେଇଥିଲେ । ତା ପରେ ରାଜେଶକୁ ମାରି ମୁନ୍ନାର ଲୋକମାନେ ତାକୁ ମଧ୍ୟ ବାନ୍ଧିଦେଲେ । ରାଜେଶର ପରିବାର ଲୋକମାନଙ୍କୁ ଛାଡ଼ିଦେଇ ସେମାନେ ରାଜେଶକୁ ନେଇ ମାରି ପୋତିଦେଲେ ।
 
ରାଜେଶ ଭଳି ଦେଖାଯାଉଥିବା ଅନ୍ୟ ଗୋଟିଏ ପିଲା ହେଉଛି ଭଗିଆ । ଯିଏକି ଟ୍ରାକ୍ଟର ଚଲାଏ । ତା'ର ସାଙ୍ଗ ହେଉଛି ଡଙ୍କ ଏବଂ ଗୁଲୁରୀ (ଛୋଟ ଝିଅଟିଏ) । ବଳିଆ ([[ବିଜୟ ମହାନ୍ତି]]) ଯାହାକୁ ଭଗିଆ ଭାଇ ଭଳି ମାନେ ।
 
ତେଣେ ରାଜେଶ ଘରକୁ ନ ଫେରିବାରୁ ତା'ର ଘର ଲୋକମାନେ ବ୍ୟସ୍ତ ହୋଇ ତାକୁ ବ‌ହୁତ ଖୋଜିଲେ । ପୁଅକୁ ନ ପାଇ ରାଜେଶର ମାଆର ଦେହ ଖରାପ ହୋଇଗଲା । ମାମା ରାଜେଶର ଘରକୁ ଯାଇ ରାଜେଶ ବିଷୟରେ ପଚାରିଲା ଏବଂ ରଜେଶର ବାପା ତାକୁ ରାଜେଶ ଘରକୁ ନ ଫେରିବା କଥା କ‌ହିଲେ । ଏହା ଶୁଣି ମାମା ଯାଇ ମୁନ୍ନାକୁ ରଜେଶ ବିଷୟରେ ପଚାରିଲା । କିନ୍ତୁ ରାଜେଶକୁ ଛାଡ଼ିଦେଇଛି ବୋଲି ମୁନ୍ନା କ‌ହିଲା କାରଣ ସେ ମାମାକୁ କଥା ଦେଇଥିଲା ରାଜେଶର କିଛି କରିବନି ବୋଲି ।
 
ରାଜେଶକୁ ଖୋଜିବାକୁ ଯାଇ ମାମା ପୋଲିସ ସ‌ହ ଝଗଡ଼ା କଲା ଏବଂ ତା ବାପାକୁ ମଧ୍ୟ ଜେଲରେ ପୁରାଇଦେଲା । ରାଜେଶର ସାଙ୍ଗ ପ‌ପୁ ([[ପ‌ପୁପପୁ ପମ ପମ]]) ସେମାନଙ୍କର ବେଲ୍ କରାଇଦେଲା । ସେମାନେ ସେଠାରୁ ଫରିବା ବେଳେ ରାଜେଶର ଭଉଣୀ ରାଜେଶକୁ ଦେଖିଲା । ରାଜେଶକୁ ଡାକି ଡାକି ସେ ଅଟୋରୁ ଡେଇଁପଡ଼ିଲା ଏବଂ ତା'ର ମୁଣ୍ଡ ଫାଟିଗଲା । ସେ କିନ୍ତୁ ରାଜେଶ ନୁହେଁ ଥିଲା ଭଗିଆ । ସେତେବେଳେ ଭଗିଆ ତାକୁ ଡାକ୍ତରଖାନା ନେଇକି ଗଲା । ତା' ପରେ ଭଗିଆ ରାଜେଶ ସାଜି ତା ଘରକୁ ଗଲା । ତାକୁ ଦେଖି ସମସ୍ତେ ଖୁସି ହେଲେ । ରାଜେଶ ତା'ର ଜେଜେମା କଥାରେ ଯାଇ ମାମାକୁ ନେଇ ଆସି ବଳିଆ ଭାଇର ଘରେ ରଖିଲା ।
 
ମାମାକୁ ନ ପାଇ ମୁନ୍ନା ତେଣେ ବିଟୁ ଏମିତି କରିଛି ବୋଲି ତାକୁ ପଚାରିଲା ସେଥିପାଇଁ ସେ ବିଟୁ ସ‌ହ ଯୋଗାଯୋଗ କରି ଜାଣିଲା କି ବିଟୁ ବି ସେ କାମ କିଛି କରିନି । ବିଟୁର ଲୋକମାନେ ଏମିତି କରିନାହାନ୍ତି ବୋଲି ଜାଣିବା ପରେ ମୁନ୍ନା ତା ଲୋକମାନଙ୍କୁ ସ‌ହରର ସବୁଆଡ଼େ ଖୋଜିବାକୁ କ‌ହିଲା । ମୁନ୍ନାର ଲୋକମାନେ ଭଗିଆକୁ ଗାଡ଼ିର ଯାଉଥିବାର ଦେଖି ତାକୁ ମାରିଦେଇଥିବା କଥା ମନେ ପଡ଼ିଲା । ସେଠାରେ ସେମାନେ ଭଗିଆକୁ ସେମାନେ ମାମା କଥା ପଚାରିଲେ ଏବଂ ମୁନା ଆସି ଭଗିଆକୁ ଅନୁରୋଧ କରି କ‌ହିଲା ମାମା ସ‌ହ ତା'ର ଦେଖା କରେଇଦେବା ପାଇଁ । ଭଗିଆ ମୁନ୍ନାକୁ ତା' ବାପା ମାଆଙ୍କୁ ବାନ୍ଧିଥିବା ଜାଗାକୁ ପରଦିନ ସକାଳ ୮ଟା ବେଳକୁ ଆସିବାକୁ କ‌ହିଲା । ଭଗିଆ ଚାଲିଯିବା ପରେ ମୁନ୍ନାର ଲୋକମାନେ ମରିଯାଇଥିବା ବ୍ୟକ୍ତି କିପରି ବଞ୍ଚିଗଲା ବୋଲି ମୁନ୍ନାକୁ ପଚାରିଲେ । କିନ୍ତୁ ମୁନ୍ନା ତାକୁ ଛାଡ଼ି ଦେଇଥିବା କଥା କ‌ହିଲା । କିନ୍ତୁ ତା'ର ଲୋକ ମାନେ କିପରି ତାକୁ ମନ୍ତ୍ରୀ ବୀର ଭାଇ କଥାରେ ମାରିଦେଇଥିଲେ ସେ କଥା ମୁନ୍ନାକୁ କ‌ହିଲେ । ମୁନ୍ନାର ଭଗିଆ ଉପରେ ସନ୍ଦେହ ହେଲା । ସେଥିପାଇଁ ତା'ର ଲୋକମାନେ ରାଜେଶକୁ ପୋତିଥିବା ଜାଗାକୁ ଯାଇ ଖୋଳି ଦେଖିଲେ କି ସେଠାରେ କିଛି ବି ନାହିଁ ।