"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ପୁରଷ୍କାର +ପୁରସ୍କାର)
No edit summary
୧ କ ଧାଡ଼ି:
ରବିନ୍ଦ୍ରମୀନକେତନରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନ‌କେତନମୀନକେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ଶାନ୍ତିରାଜ ଖୋସଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
 
{{Infobox film
୧୪ କ ଧାଡ଼ି:
| based on =
| narrator =
| starring = [[ସବ୍ୟସାଚୀ ମିଶ୍ର]], [[ବବ୍‌ଲି]], [[ମିହିର ଦାସ]], [[ମୁକେଶ ରିଷି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନ‌କେତନମୀନକେତନ]], [[ଅଶ୍ରୁମୋଚନ ମହାନ୍ତି]], [[ବବି ମିଶ୍ର]], [[ପପୁ ପମ ପମ]]
| music = ଶାନ୍ତିରାଜ ଖୋସଲା
| cinematography = ଏସ୍ ରଞ୍ଜନ
୩୯ କ ଧାଡ଼ି:
*[[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]]- ଡଙ୍କ
*[[ଗ୍ଲୋରିଆ ମହାନ୍ତି]]- ଜେଜେମା
*[[ମୀନ‌କେତନମୀନକେତନ]]- ବିଟୁ ସାମନ୍ତ
*[[ଅଶ୍ରୁମୋଚନ ମହାନ୍ତି]]- ବୀର ଭାଇ
*[[ବବି ମିଶ୍ର]]- ଇନିସ୍‌ପେକ୍ଟର ଜି ଭି ମିର୍‌ଧା
୬୮ କ ଧାଡ଼ି:
ପରବର୍ତ୍ତୀ ସମୟରେ ମୁନ୍ନା([[ମୁକେଶ ରିଷି]]) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା([[ବବ୍‌ଲି]]) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।
 
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ([[ମୀନ‌କେତନମୀନକେତନ]]) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ([[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।
 
ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ([[ଅନୀତା ଦାସ]]), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା([[ଗ୍ଲୋରିଆ ମହାନ୍ତି]]) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସ‌ହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର ପାନ‌ଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ଝଗଡ଼ା ହୋଇଗଲା ।