"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫ କ ଧାଡ଼ି:
(ଏଠାରେ କେବଳ ଓଡ଼ିଶାରେ ଉପଲବ୍ଧ ପାନର କିସମ ବିଷୟରେ ବର୍ଣ୍ଣନା କରାଯାଇଛି।) </br>
କିସମ ଭେଦରେ ପାନ ଦୁଇ ପ୍ରକାରର – “ଛାଚି ପାନ” ବା “ସାରୁଆ ପାନ” ଓ “ମେଳକ” (ଉନ୍ନତ) ପାନ ।
# '''ଛାଚି ପାନ''' ସ୍ୱାଦଯୁକ୍ତ ହେଲେ ବି କମ୍ ଅମଳକ୍ଷମ। ଏହି ଲତା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ। ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ। ଗଞ୍ଜାମ ଜିଲ୍ଲାର [[ଚିକିଟି]], [[ଗୋଳନ୍ଥରା]], ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହା ଦେଖିବାକୁ ମିଳେ।</br>
# '''ମେଳକ (ଉନ୍ନତ) ପାନ''' ତିନି ପ୍ରକାରର – “'''ନାଉଆ'''”, “'''ଆଳୁ ପତ୍ରିଆ'''” ଓ “'''ରାଶି ମେଳକ'''”। ଅଞ୍ଚଳ ଭେଦରେ ଏହାର ନାଁ ଅଲଗା ଅଲଗା ହୋଇଥାଏ। ଏମାନଙ୍କ ଭିତରୁ ରାଶି ପାନର ରଙ୍ଗ, ଆକାର, ସ୍ୱାଦ ଓ ରହିବାଗୁଣ ସବୁଠାରୁ ଅଧିକ। ମେଳକ ପାନକୁ [[ସାଲେପୁର]] ଅଞ୍ଚଳରେ “ପାଗା”, ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ “ରାଶି”, [[ବାଲେଶ୍ୱର]] [[ଭୋଗରାଇ]] ଅଞ୍ଚଳରେ “ବିରିକୋଳି”, “ମାଟିଆଳି”, ବାଲିଆପାଳ ଅଞ୍ଚଳରେ “ବାଲିପାନ” କହିଥାନ୍ତି। ନାଉଆ ଓ ଆଳୁ ପତ୍ରିଆ ପାନର ଆକାର ବଡ଼, ରଙ୍ଗ ଗାଢ଼ ସବୁଜ, ଡେମ୍ଫ ଲମ୍ବ, ସ୍ୱାଦ ରାଗୁଆ, ରସୁଆଳ ଓ ସାମାନ୍ୟ ପାରୁଆ। ଏହାକୁ ଚୋବାଇଲେ ପାରୁ ଦାନ୍ତରେ ଲାଗିରହେ। ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍।
 
୫୬ କ ଧାଡ଼ି:
 
ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି ।
 
== ପାନଚାଷ ==
ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।</br>
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି