"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୯ କ ଧାଡ଼ି:
ସ୍ବାଧୀନତା ପରେ ୧୯୫୬ ମସିହାରେ ଏହି ସ୍ଥାନରେ ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା । ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି ।
 
== ଶିଳ୍ପ ଓ ଅର୍ଥନୀତି ==
== ଦର୍ଶନୀୟ ସ୍ଥାନ ==
ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦର ଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ । ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି।
== ଦର୍ଶନୀୟ ସ୍ଥାନ ==
ପାରାଦୀପ ମହାନଦୀର ସଙ୍ଗମ ସ୍ଥଳୀରେ ଅବସ୍ଥିତ । ଏହି ସ୍ଥାନଟି ଏକ ଲୋକପ୍ରିୟ ବଣଭୋଜି ସ୍ଥଳୀ । ମାଳିକାରେ ବର୍ଣ୍ଣିତ ଉଦୟବଟ ଏହା ନିକଟରେ ରହିଛି । ପାରାଦୀପ-ଚଣ୍ଡିଖୋଲ ରାସ୍ତାରେ ବୌଦ୍ଧ ପୀଠ ଲଳିତଗିରି, ରତ୍ନଗିରି ପ୍ରଭୁତି ପଡିଥାଏ । ଇଂରେଜ ଶାସନ କାଳରେ ସ୍ଥାପିତ ବତୀଘର ବା ହୁକିଟାଲାକୁ ଏଠାରୁ ଜଳପଥରେ ଯାଇହୁଏ ।
 
== ଆହୁରି ଦେଖନ୍ତୁ ==
* [[ପାରାଦୀପ ବନ୍ଦର]]