"ମାଟିପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ତଥ୍ୟ |
→ମାଟିପାତ୍ର ଗଢ଼ିବା ପ୍ରଣାଳୀ: ଅଧିକ ତଥ୍ୟ |
||
୧ କ ଧାଡ଼ି:
କେଉଁକାଳରୁ ରୋଷେଇଠାରୁ ଆରମ୍ଭକରି ପାଣି ରଖିବା ମାଟିପାତ୍ରକୁ ମଣିଷ ବ୍ୟବହାର କରୁଛି । ଅଧୁନା ଆଲୁମିନିୟମ ଓ ସ୍ଟିଲ ବାସନକୁସନ ବ୍ୟବହାର ବଢିଥିଲେ ମଧ୍ୟ ମାଟିପାତ୍ରର ବ୍ୟବହାର ହ୍ରାସ ପାଇନାହିଁ । ଖରାଦିନ ଆସିଲେ ପାଣି ଥଣ୍ଡା ରଖିବା ପାଇଁଁ ମାଠିଆ, ସୁରେଇ, ମାଟିଘୁମା, ମହଣା, ବଡହାଣ୍ଡିର ଦରକାର ପଡେ ।
==ମାଟିପାତ୍ର ଗଢ଼ିବା ପ୍ରଣାଳୀ==
ମାଟିପାତ୍ର ଗଢ଼ିବା ପାଇଁ ଗୋଡି, ପଥର ରହିତ ଚିକିଟା ମାଟି ଆବଶ୍ୟକ ହୁଏ ସେହି ମାଟିରେ ଆବଶ୍ୟକ ପରିମାଣର ପାଣି ମିଶାଇ ଚକଡା ଯାଏ ଚକଡା ଯାଇଥିବା ମାଟିରେ ଦରକାର ମୁତାବକ ବାଲି ମିଶାଯାଇ ଏକ ସ୍ୱତନ୍ତ୍ର ସ୍ଥାନରେ ସାଇତି ରଖାଯାଏ ଚକଟାମାଟିକୁ ମାଟିପିଣ୍ଡି ବା ଗୋଳା କରାଯାଇ ସେଥିରୁ ଗୋଡି ବଛାଯାଏ ମାଟିପାତ୍ର ଗଢ଼ିବା ପୂର୍ବରୁ କଞ୍ଚାପାଗ ମାଟିକୁ କୁମ୍ଭାର ଚକରେ ରଖି ଚକକୁ ଘୁରାଯାଏ କୁମ୍ଭାର-କାରିଗର ହାତର ସ୍ପର୍ଶରେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ଗଢା ହୋଇଯିବା ପରେ ସେଗୁଡ଼ିକୁ ଅଳ୍ପଖରାରେ କିଛି ସମୟ ପାଇଁ ସୁଖାଇଲା ବେଳେ ଯେପରି ମାଟିପାତ୍ରଗୁଡ଼ିକ ଅଳ୍ପଓଦା ରହିବ ପରେ ପିଣ୍ଡ, ପିଟଣା ଓ ଗେଣ୍ଢା ସାହାଯ୍ୟରେ କୁମ୍ଭକାର ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ମାଟିପାତ୍ର ମସୃଣ କରେ ମାଟିପାତ୍ର ଭିତରେ ପିଣ୍ଡ ରଖି ଓ ମାଟିପାତ୍ରର ବାହାର ଅଂଶକୁ ପିଟଣରେ ପିଟି ମାଠଣା ବା ମସୃଣ କରେ ତା’ପରେ କୁମ୍ଭାରଶାଳ ବା ଭାଟିରେ କଞ୍ଚା ମାଟିପାତ୍ରଗୁଡ଼ିକୁ ସଜଡା ଯାଇ ପୋଡିବାର ବ୍ୟବସ୍ଥା କରାଯାଏ
==ଶାଳଘର==
ସାଧାରଣତଃ ଶାଳଘର ଭାଟି ଗାଁମୁଣ୍ଡ ବା ବାଡିପଟରେ ତିଆରି ହୋଇଥାଏ । ଭାଟି କହିଲେ ଏକ ନିର୍ଦ୍ଦିଷ୍ଟ ଗୋଲେଇର ଏକ ଗଭୀର ଗାତ । ତା'ଚାରିପାଖେ ପ୍ରାୟ ୪/୫ଫୁଟ ଉଚ୍ଚର ମାଟିକାନ୍ଥ । ଏହା ନୁଆଣିଆ ଚାଳଛପର ଘର ଭିତରେ ଭାଟି ରହିଥାଏ । କିନ୍ତୁ ଭାଟିର କାନ୍ଥ ସମ୍ପୂର୍ଣ୍ଣଭାବେ ଚାଳଘରକୁ ସ୍ପର୍ଶକରି ନଥାଏ । ପ୍ରଥମେ ଭାଟି ବା ଶାଳର ଗାତରେ ଏକପ୍ରକାର ବଡଜାଲି ରହିଥାଏ । ଏହା ଲୁହାଛଡରେ ରୁଆ ପ୍ରସ୍ତୁତ ହୋଇଥାଏ । ସେହି ଲୁହାଛଡ ଉପରେ ପୂର୍ବରୁ କଞ୍ଚାମାଟିରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମାଟିପାତ୍ରକୁ ସଜାଡି ରଖାଯାଇଥାଏ । ତା'ପରେ ପୂର୍ବରୁ ଭାଟିରେ ରଖାଯାଇଥିବା ଝାଟିଡାଳରେ ନିଆଁ ଲଗାଯାଇ ମାଟିପାତ୍ରକୁ ପୋଡାଯାଇଥାଏ । ପୋଡା ସମୟରେ ସାବଧାନତା ଅବଲମ୍ବନ କରାଯାଏ ନଚେତ୍ ସଜଡା ଯାଇଥିବା ହାଣ୍ଡିଗୁଡିକ ଭୁଶୁଡି ଯାଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।<ref>ଧରିତ୍ରୀ, ଅପ୍ରିଲ ୨-୮, ୨୦୧୭</ref>
{{ଆଧାର}}
==ଆଧାର==
|