"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' [[ଓଡ଼ିଶା]]ରେ ଜନ୍ମିତା ଜଣେ ସମାଜସେବୀ । ସେ [[ବିନୋବା ଭାବେ]]ଙ୍କ ଦ୍ୱାରା ଆରମ୍ଭ ହୋଇଥିବା [[ଭୂଦାନ ଆନ୍ଦୋଳନ]]ରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଆଦିବାସୀ ପିଲାଙ୍କ ପାଇଁ ୨୦ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ।<ref name=Book>{{cite book|last=Rai|first=Arbinda|title=Turning point|date=2016|publisher=Friend's publishers|location=cuttack|isbn=8174018638|page=247|pages=247}}</ref> ଏହି ସ୍କୁଲମାନଙ୍କରେ ୨୦୦୦୦ରୁ ଅଧିକ ଛାତ୍ର ଶିକ୍ଷାଲାଭ କରିଛନ୍ତି ।<ref name="thebetterindia">{{cite web|last=S|first=Lekshmi Priya|title=12 Interesting Facts About Tulasi Apa, the Odisha Woman Who Has Taught 20,000+ Children in 50 Years|url=http://www.thebetterindia.com/100710/tulasi-apa-eradication-of-illiteracy/|publisher=thebetterindia.com|accessdate=19 May 2017}}</ref>
 
== ପ୍ରାରମ୍ଭିକ ଜୀବନ ==
ଓଡ଼ିଶାର [[କେନ୍ଦୁଝର]] ଜିଲ୍ଲା [[ବଡ଼ବିଲ]] ନିକଟସ୍ଥ [[ସେରେଣ୍ଡା]] ଗ୍ରାମରେ ସେ ଜନ୍ମିତା । ତାଙ୍କ ବାପାଙ୍କ ନାମ ଚରଣ ମୁଣ୍ଡା ଓ ମାଙ୍କ ନାମ ଘାସ ମୁଣ୍ଡା । ବାପା ଗାଁର ଚଉକିଆ ଥିଲେ । ପିଲାଟି ଦିନରୁ ବାପା ଚାଲିଯାଇଥିଲେ । ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ । ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ । ପେଟ ପୋଷିବା ପାଇଁଁ ତାଙ୍କୁ ମଧ୍ୟ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା । ତାଙ୍କ ବୟସର ଅନ୍ୟପିଲାମାନେ ଛେଳି ଚରାଉଥିଲାବେଳେ ତୁଳସୀ ପାଠ ପଢ଼ିବାକୁ ଚାହୁଁଥିଲେ । ଏଥିପାଇଁଁ ତାଙ୍କୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା । ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ । ତେବେ ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ହେତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପାଠ ପଢ଼ିବାର ଆଗ୍ରହ ଦେଖି ଖଣି ଖାଦାନର ମ୍ୟାନେଜର ତାଙ୍କୁ ଇଂରାଜୀ ଶିଖାଇଥିଲେ ।<ref name="thebetterindia">{{cite web|last=S|first=Lekshmi Priya|title=12 Interesting Facts About Tulasi Apa, the Odisha Woman Who Has Taught 20,000+ Children in 50 Years|url=http://www.thebetterindia.com/100710/tulasi-apa-eradication-of-illiteracy/|publisher=thebetterindia.com|accessdate=19 May 2017}}</ref>
 
== ସମାଜସେବା ==