"ବିଟକଏନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ବିଟ କଏନ ଏକ ଗୁପ୍ତ ମୁଦ୍ରା ଭାବରେ ପରିଚିତ । ସାଂଖିକ ଦେଣନେଣର ଏକ ମାଧ୍ୟମ ଅଟେ ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା [[ସତୋଶୀ ନାକାମୋତୋ]] ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀ ଦ୍ବାର ଉଦ୍ଭାବିତ ହୋଇଥିଲା । ଏହା [[ଓପନ ସୋର୍ସରେସୋର୍ସ]]ରେ ୨୦୦୯ ମସିହାରେ ଆସିଥିଲା ।
 
ପୂର୍ବରୁ ବିଟକଏନ ଏକ ଵର୍ଚୁଆଲ ମୁଦ୍ରା ଭାବରେ ଜଣା ଯାଉଥିଲା । ଏହା ଏକ ଭାର୍ଚୁଆଲଵର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ୱର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏହି ମୁଦ୍ରାକୁ କୌଣସି ବ୍ୟାଙ୍କ ଦ୍ୱାରା ଜାରି କରାଯାଇ ନାହିଁ । ଯେହେତୁ ଏହା କୌଣସି ଦେଶ ଦ୍ୱାରା ଜାରି କରାଯାଇ ନାହିଁ ତେଣୁ ଏହା ଉପରେ କୌଣସି ଟିକସ ବ୍ୟବସ୍ଥା ମଧ୍ୟ ନାହିଁ । ଆବଶ୍ୟକ ସମୟରେ ଏହାକୁ ସରକାରଙ୍କଠାରୁ ଲୁଚାଇ ରଖାଯାଇ ପାରିବ । ବିଟ କଏନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ପ୍ରାରମ୍ଭିକ ସମୟରେ କମ୍ପ୍ୟୁଟରରେ ଜଟିଳ କାର୍ଯ୍ୟ ପ୍ରତିବଦଳରେ ଏହି ବିଟ କଏନ ରୋଜଗାର କରାଯାଉ ଥିଲା । ଯେହେତୁ କଏନ କୋଡ଼ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ, ତେଣୁ ଏହାକୁ ନଷ୍ଟ କିମ୍ବା ଜବତ କରିବା ଅସମ୍ଭବ । ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ କୋଟି ବିଟ କଏନର ପ୍ରଚଳନ ହେଉଛି । ବିଟ କଏନ କିଣିବାକୁ ହେଲେ ବ୍ୟକ୍ତିଙ୍କୁ ନିଜ ଠିକଣା ପଞ୍ଜିକୃତ କରିବାକୁ ପଡ଼େ । ଏହି ଠିକଣା ପରବର୍ତ୍ତୀ ସମୟରେ ୨୭ରୁ୩୪ଟି ଅକ୍ଷର ଓ ସଂଖ୍ୟା ବିଶିଷ୍ଟ କୋଡରେ ପରିଣତ ହୋଇଯାଇ ଏହି କୋଡ କଏନ କିଣାବିକାର ଏକମାତ୍ର ମାଧ୍ୟମରେ ପରିଣତ ହୋଇଥାଏ । ଏଭଳି ଭାର୍ଚୁଆଲ ଠିକଣାର କୌଣସି ତଥ୍ୟକୁ ସଂରକ୍ଷଣ କରାଯାଉ ନଥିବାରୁ କଏନ ବ୍ୟବହାରକାରୀ ନିଜ ଠିକଣା ଗୁପ୍ତ ରଖିପାରେ । ଏହି ଗୁପ୍ତ ଠିକଣା ବିଟକଏନ ବ୍ୟାଗରେ ରହିବା ସହ ବିଟକଏନ ମଧ୍ୟ ସଂରକ୍ଷିତ ରଖାଯାଏ ।
 
==ପ୍ରଚଳନ==
ଵର୍ଚୁଆଲ କରେନ୍ସି ତଥା ବିଟକଏନର ଲୋକପ୍ରିୟତାର ପ୍ରମାଣ ୨୦୧୭ ମାର୍ଚ୍ଚରେ ପ୍ରମାଣିତ ହୋଇଥିଲା । ଗୋଟିଏ ବିଟକଏନର ମୂଲ୍ୟ ୩୧.୧୦୩ଗ୍ରାମ ସୁନାଠାରୁ ଅଧିକ ହୋଇଯାଇଛିହୋଇଯାଇଥିଲା । ୨ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟକଏନରମୂଲ୍ୟବିଟକଏନର ମୂଲ୍ୟ ୧୨୬୮ଡଲାରରେ ପହଞ୍ଚିଥିଲା, ସେତେବେଳେ ୧୨୩୩ ଡଲାରରେ ୩.୧୦୩ଗ୍ରାମ [[ସୁନା]] ବିକ୍ରି ହେଉଥିଲା । ବିଟକଏନର ଲୋକପ୍ରିୟତା ବାସ୍ତବରେ ସମଗ୍ର ବିଶ୍ୱର ଅର୍ଥନୀତିକୁ ସମାନ୍ତରାଳରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ବିଶ୍ୱାସନୀୟତାକୁ ନେଇ କେତେକ ଅର୍ଥନୈତିକ ସନ୍ଦେହ ପ୍ରକାଶ କରିଛନ୍ତି ।ସମଗ୍ର। ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା [[ଡଲାର]] ଅଧୀନରେ ରହିଥିଲେ ମଧ୍ୟ ବିଟକଏନ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।
===ଅପରାଧ===
କିଛି ଦିନ ପୂର୍ବେ ରୁଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବି କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମ ଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊଦ୍ଧ୍ୱର କମ୍ପୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ । ଏହି ଭାଇରସ କୌଣସି ନେଟୱାର୍କରେ ପ୍ରବେଶ କରିବା ପରେ ଉକ୍ତ ନେଟୱାର୍କରେ ପରିଚାଳିତ କମ୍ପ୍ୟୁଟରରେ ଫାଇଲଗୁଡ଼ିକକୁ ବିନା ଅନୁମତିରେ ଲକ କରି ଦେଇଥାଏ । ଫଳରେ କମ୍ପୁଟର ବ୍ୟବହାରକାରୀଙ୍କୁ ନିଜ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ତଥ୍ୟକୁ ଫେରି ପାଇବାକୁ ହେଲେ ହ୍ୟାକରଙ୍କ ଦାବି ମୁତାବକ ଟଙ୍କା ଦେବାକୁ ପଡ଼େ । ଏଭଳି ହ୍ୟାକିଂରେ ହ୍ୟାକରମାନେ ବିଟକଏନ ଦାବି କରନ୍ତି । ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଡଲାର ଅଧୀନରେ ରହିଥିଲେ ମଧ୍ୟ ବିଟକଏନ ଆଜି ମଧ୍ୟ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛିକରିଥିଲେ
 
==ଆଧାର==
"https://or.wikipedia.org/wiki/ବିଟକଏନ"ରୁ ଅଣାଯାଇଅଛି