"ଗୋପାଳ ଚନ୍ଦ୍ର ପ୍ରହରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
'''ଗୋପାଳ ଚନ୍ଦ୍ର ପ୍ରହରାଜ''' ୧୮୭୪ ମସିହା ସେପ୍ଟେମ୍ୱର ୯ ତାରିଖରେ [[ଓଡ଼ିଶା]]ର [[କଟକ ଜିଲ୍ଲା]]ର ସିଦ୍ଧେଶ୍ୱରପୁରଠାରେ ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ [[ରେଭେନ୍ସା କଲିଜେଟ ସ୍କୁଲ]]ରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ [[କଟକ]]ର ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ କଳା(Final of Arts) ବିଭାଗରେ ଅଧ୍ୟୟନ କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ ଓକିଲ ହୋଇଥିଲେ । ସେ [[ମଧୁସୂଦନ ଦାସ|ମଧୁବାବୁଙ୍କ]] ଅଧିନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା । ଭାଷାକୋଷ ପ୍ରସ୍ତୁତିରେ ଏହି ରୋଜଗାରରୁ ସଞ୍ଚିତ ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା । ପ୍ରହରାଜଙ୍କ ପତ୍ନୀଙ୍କ ନାମ ଥିଲା ମୁକ୍ତାମଣି । ପ୍ରହରାଜ ନିଜ ବିଧବା ଶାଳୀ ପିତାମ୍ବରୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ ''ଭାଷାକୋଷ ଲେନ୍'' ଭାବରେ ପରିଚିତ । ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/Details.aspx?id=354854&boxid=33846306|accessdate=16 May 2017|newspaper=ସମ୍ବାଦ ୧୬/୦୫/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨୪}}</ref>
 
==ଲେଖକ ଜIବନୀଜୀବନୀ==
ଶ୍ରୀ ପ୍ରହରାଜ ୧୯୦୧ ମସିହାରେ '''ଉତ୍କଳ ସାହିତ୍ୟ''' ପତ୍ରିକାରେ [[ଭାଗବତ ଟୁଙ୍ଗୀରେ ସନ୍ଧ୍ୟା]] ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ସେ [[ଫକୀର ମୋହନ ସେନାପତି]]ଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ [[ଓଡ଼ିଆ]] ବ୍ୟଙ୍ଗ ସାହିତ୍ୟକୁ ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ [[ଓଡ଼ିଶା]]ର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, [[ପାରାସି]], [[ଇଂରାଜୀ ଭାଷା|ଇଂରାଜୀ]], [[ସଂସ୍କୃତ ଭାଷା|ସଂସ୍କୃତ]] ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।<ref name=Hindus>{{cite news|title=Reproducing a magnum opus|url=http://www.thehindu.com/todays-paper/tp-features/tp-literaryreview/article3219162.ece|accessdate=25 August 2016|date=3 September 2006}}</ref> ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|ପୂର୍ଣ୍ଣଚନ୍ଦ୍ର ଭାଷାକୋଷ]]ର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।<ref>{{cite book |title=Current Trends in Linguistics |url=http://books.google.com/?id=JqYMTdBws40C&pg=PA138&lpg=PA138&dq=%22Gopala+Chandra+Praharaj%22+-wikipedia#v=onepage&q=%22Gopala%20Chandra%20Praharaj%22%20-wikipedia&f=false |page=138 |year=1972 |accessdate=25 August 2016 |author1=Sebeok |first1=Thomas Albert}}</ref>