"ରାବଣଛାୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
୫ କ ଧାଡ଼ି:
ଏହି ନାଟକ ପ୍ରଦର୍ଶନ ପାଇଁ ଏକ ଆୟତ ଘନାକାର ମଞ୍ଚ ପ୍ରସ୍ତୁତ କରାଯାଏ । ତାହାର ଦୈର୍ଘ୍ୟ ୧୦ଫୁଟ, ପ୍ରସ୍ଥ ୬ଫୁଟ ଏବଂ ଉଚ୍ଚତା ୬ଫୁଟ ହୋଇଥାଏ । ଏହାର ସମ୍ମୁଖଭାଗ ଉପରକୁ ପ୍ରାୟ ତିନିଫୁଟ ଧଳା ପରଦାରେ ଆବୃତ୍ତ କରାଯାଇଥାଏ । ଏହିଭଳି ନିମ୍ନର ଅର୍ଦ୍ଧଭାଗକୁ ମଧ୍ୟ ୩ଫୁଟକୁ ଏକ [[ମସିଣା]] ଏବଂ ଅନ୍ୟ ତିନିପାର୍ଶ୍ଵକୁ କଳା କପଡା ଦ୍ଵାରା ଘୋଡାଇ ଦିଆଯାଏ । ମଞ୍ଚ ମଧ୍ୟରେ ଏକ ଆଲୋକ ଉତ୍ସ(୧୦୦ ୱ।ଟ ବଲ୍‌ବ) ବ୍ୟବହାର କରାଯାଏ । ଏହାର ପ୍ରତିଫଳନରେ ପୁତ୍ତଳିକା ସଞ୍ଚାଳକ ରାବଣ ଛାୟା ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ପାରମ୍ପରିକ ଭାବେ ଜଡତେଳରେ ଦୀପ ଜଳାଯାଇ ଆଲୋକ ସୃଷ୍ଟି କରାଯାଉଥିଲା ।
== ନାଟକ ପ୍ରଦର୍ଶନ ପରିଚାଳନା==
କଣ୍ଢେଇ ସଞ୍ଚାଳକ କଣ୍ଢେଇକୁ ଲାଗିଥିବା କାଠିକୁ ଧରି ପରଦା ଉପରେ ସାମାନ୍ୟ ଚାପ ଦେଇ କଣ୍ଢେଇଗୁଡିକୁ ଆଲୋକ ସମ୍ମୁଖରେ ସଞ୍ଚାଳନ କରନ୍ତି । ବେଳେବେଳେ ଏକ ସମୟରେ ଏକାଧିକ କଣ୍ଧେଇ ସଞ୍ଚାଳନ କରିବାକୁ ହୋଇଥାଏ ଓ ସେତେବେଳେ ତିନି ଚାରିଜଣ କଣ୍ଢେଇ ସଞ୍ଚାଳନ କରିଥାନ୍ତି । ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ କବି ବିଶ୍ଵନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଅବଲମ୍ବନ/ଛାୟାରେ ଏହି ରାବଣ ଛାୟା ନାଟକ ପରିବେଷଣ କରାଯାଉଛି । ଏଥିରେ ମୁଖ୍ୟ ଗାୟକ ମଞ୍ଚ ଡାହାଣ ପାର୍ଶ୍ଵରେ ଛିଡାହୋଇ ଖଞ୍ଜଣି ବଜାଇ ଛାନ୍ଦଗୁଡିକୁ ଗାଇବାବେଳେ ତାଙ୍କୁ ଦୁଇ ତିନିଜଣ ପାଳିଆ ସହାୟତା କରିଥାନ୍ତି । ସେମାନେ ଗିନି ଓ ଦାସକାଠିଆ ବାଦନ କରନ୍ତି । ପର୍ଦ୍ଦା ପଛରେ ଥିବା ସଞ୍ଚାଳକମାନେ ସଂଗୀତର ତାଳେତାଳେ କଣ୍ଢେଇ ଚାଳନା କରନ୍ତି । ଏବେ ଏହି ନାଟ୍ୟକଳାରେ 'କାଞ୍ଚି ଅଭିଜାନ', 'କର୍ଣ୍ଣବଧ', 'ଦୁର୍ଜନ ସଙ୍ଗେ କଲେ ବାସ', 'ପ୍ରଣୟ ବଲ୍ଲରୀ' , 'ଗାନ୍ଧିଜୀଙ୍କ ସତ୍ୟାଗ୍ରହ' , 'ଶିକ୍ଷା ଅଧିନିୟମ-୨୦୦୯' ଆଦି ପ୍ରଦର୍ଶନ କରାଯାଉଛି ।<ref>ପ୍ରମେୟ, ପୃଷ୍ଠା-୧୩,୨୯.୪.୨୦୧୭</ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ରାବଣଛାୟା"ରୁ ଅଣାଯାଇଅଛି