"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୮୮୫ ବାଇଟଗୁଡିକ ଯୋଡାଗଲା ,  ୩ ବର୍ଷ ପୂର୍ବେ
କାବ୍ୟକବିତା ଉଦ୍ଧୃତି ଓ ଅଳ୍ପ ତଥ୍ୟ ଯୋଡ଼ାହେଲା
(କାବ୍ୟକବିତା ଉଦ୍ଧୃତି ଓ ଅଳ୍ପ ତଥ୍ୟ ଯୋଡ଼ାହେଲା)
|caption = ନରେନ୍ଦ୍ର ପୁଷ୍କରିଣୀ
|official_name =
|nickname =ଚନ୍ଦନଯାତ, ଗନ୍ଧଲେପନ ଯାତ୍ରା
|nickname =
|observedby = ବିଷ୍ଣୁ ମନ୍ଦିର ଓ ମଠ
|litcolor =
|longtype =
|significance = ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକଦୀର୍ଘତମ ପର୍ବ
|begins = [[ଅକ୍ଷୟ ତୃତୀୟା]] ([[ବୈଶାଖ]] [[ପକ୍ଷ|ଶୁକ୍ଳ]] [[ତୃତୀୟା]])
|ends = [[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ ([[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]])
|relatedto =
}}
'''ଚନ୍ଦନଯାତ୍ରା''' ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା [[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]]) ଠାରୁ [[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
 
==ପୁରାଣ ମତ==
ପୌରାଣିକ ମତେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି ।<ref>{{cite journal|last=ସୁଆର|first=କୃଷ୍ଣ ଚନ୍ଦ୍ର|title=ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା|journal=ଉତ୍କଳ ପ୍ରସଙ୍ଗ|date=ଜୁନ ୨୦୧୨|volume=୬୮|issue=୧୧|accessdate=14 August 2015}}</ref>
 
== ଇତିହାସ ==
ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । [[ଭାରତ]]ରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ଵତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ । ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି – ଏହିପରି ତିନିଭାଗରେ ବିଭକ୍ତ । ଏହି ଯାତ୍ରା ସମ୍ବନ୍ଧରେ [[ଉପେନ୍ଦ୍ର ଭଞ୍ଜ|କବିସମ୍ରାଟ]], [[ଦୀନବନ୍ଧୁ ଦାସ]], [[ଜଗନ୍ନାଥ ଦାସ|ଅତିବଡ଼ି ଜଗନ୍ନାଥ ଦାସ]], [[ବଳଦେବ ରଥ|କବିସୂର୍ଯ୍ୟ]], ବନମାଳୀ, ବୀରକିଶୋର ପ୍ରମୁଖ ରସିକ କବିମାନେ ନାନା ଗୀତ ସୁସ୍ଵରରେ ରଚନା କରିଯାଇଛନ୍ତି । ଓଡ଼ିଶାରଉଦାହରଣ ବିଭିନ୍ନସ୍ୱରୂପ ସ୍ଥାନରେ[[ବନମାଳୀ ଦାସ]]<nowiki/>ଙ୍କ ଏହି ଯାତ୍ରାରଚନାଟି ଦୀର୍ଘ ୫ଶହ୩୦୦ ବର୍ଷ ମଧ୍ୟରେତଳର ଦେବଚନ୍ଦନ ବିଗ୍ରହଙ୍କରଯାତ୍ରାର ସଂପର୍କରେଜୀବନ୍ତ ଆସିବର୍ଣ୍ଣନା ଅନୁଷ୍ଠିତଲାଗି ହୁଏ,ଓଡ଼ିଶାର ଯାହାରଗ୍ରାମଗୁଡ଼ିକରେ ମୂଳଅତି ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଦପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତିପ୍ରସିଦ୍ଧ ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି । {{Quote|<ref>ସମାଜ ରବିବାର, ପୃଷ୍ଠା- ୭, ଏପ୍ରିଲ ୨୨-୨୮, ୨୦୧୨</refpoem>
ଦେଖ ଗୋ ରାଧାମାଧବ ଚାଲି । ମଣି ବିମାନ ଆସେ ଝୁଲି ଝୁଲି । ପଦ ।
ବିବିଧ ବାଜଣା ବୀର କାହାଳୀ । ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ।।
</poem>|[[ବନମାଳୀ ଦାସ]]}}[[File:Chandanalagi Besha of Jagannatha.jpg|thumb|ଶ୍ରୀଜଗନ୍ନାଥଙ୍କ ଚନ୍ଦନଲାଗି ବେଶ]]ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଦପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତି । ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି । <ref>ସମାଜ ରବିବାର, ପୃଷ୍ଠା- ୭, ଏପ୍ରିଲ ୨୨-୨୮, ୨୦୧୨</ref>
 
[[File:Chandanalagi Besha of Jagannatha.jpg|thumb|ଶ୍ରୀଜଗନ୍ନାଥଙ୍କ ଚନ୍ଦନଲାଗି ବେଶ]]ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ଵିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର [[ନରେନ୍ଦ୍ର ପୁଷ୍କରଣୀ]] ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ [[ଗଜପତି କପିଳେନ୍ଦ୍ରଦେବ]]ଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । <ref>ଆଦିତ୍ୟ ନାରାୟଣ ମିଶ୍ର, ସୂର୍ଯ୍ୟପ୍ରଭା, ପୃଷ୍ଠା- ୯, ମଙ୍ଗଳବାର, ଅପ୍ରେଲ ୨୪, ୨୦୧୨</ref>
 
== ବାହାର ଚନ୍ଦନଯାତ୍ରା ==
{{Quote box|quote=<poem>ପଞ୍ଚ ମହାଦେବଙ୍କର ଶୁଣ ଏବେ ନାମ । ଜମ୍ବେଶ୍ୱର ଲୋକନାଥେ ମାର୍କଣ୍ଡେୟ ଜାଣ । ଶୁଣ ବଉଳ ଗୋ! ନୀଳକଣ୍ଠ କପାଳମୋଚନ ପାଞ୍ଚ ଭାଇ । ଏହି ପାଞ୍ଚ ଭାଇ ପଞ୍ଚୁପାଣ୍ଡବ ଅଟଇ । ଶୁଣ ବଉଳ ଗୋ!</poem>|source=—ଚନ୍ଦନ ଗୀତ, ପୀତାମ୍ବର|align=right}}ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ଵାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।
ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି [[ମଦନମୋହନ]], ଶ୍ରୀଦେବୀ (ବା ଲକ୍ଷ୍ମୀ)<!--ଲକ୍ଷ୍ମୀ--> ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)<!--ସରସ୍ଵତୀ-->। ବିମାନ ପଛ ପାଲିଙ୍କିଟିରେ [[ବଳରାମ]] ଓ [[କୃଷ୍ଣ]] ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ [[ମହାଦେବ]] ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି। <ref>ସୂର୍ଯ୍ୟପ୍ରଭା, ଗୁରୁବାର, ୩ ମଇ ୨୦୧୨, ପୃଷ୍ଠା: ୮</ref>
 
ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।
ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀ ମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି ।
ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ଵ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି ।
 
== ଅନ୍ୟାନ୍ୟ ମନ୍ଦିରରେ ଚନ୍ଦନ ଯାତ୍ରା ==
ଚନ୍ଦନ ଯାତ୍ରା ବିଷ୍ଣୁ ମନ୍ଦିର ଛଡ଼ା ଝଙ୍କଡ଼ର ଶାରଳା ଦେବୀଙ୍କ ପୀଠରେ ଓ ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ପାଳନ କରାଯାଏ । ସାଧାରଣତଃ ସମସ୍ତ ପ୍ରାଚୀନ ଦେଉଳଗୁଡ଼ିକରେ ଚନ୍ଦନଯାତ୍ରାର ପ୍ରଚଳନ ଥାଏ ।
 
== ଆଧାର ==
୧,୫୩୨

ଗୋଟି ସମ୍ପାଦନା