"ରାବଣଛାୟା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ତଥ୍ୟ |
(କିଛି ବଦଳିନାହିଁ)
|
୧୩:୫୪, ୨୯ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଓଡିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ 'ଛାୟା' ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ 'ରାବଣ ଛାୟା' ରଖାଯାଇଛି । ଓଡିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ଵତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି ଯେ, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ 'ରାବଣ ଛାୟା' ନାମରେ ନାମିତ କରାଯାଇଛି ।
ବ୍ୟବହୃତ ସାମଗ୍ରୀ
ରାବଣ ଛାୟାରେ ପ୍ରଦର୍ଶିତ ପୁତ୍ତଳିକାଗୁଡିକ ହରିଣ କିମ୍ବା ସମ୍ବର ଚମଡାରେ ନିର୍ମିତ । ପ୍ରଥମେ ଚମଡାକୁ ସମତଳ ଚଟାଣ ଉପରେ ରଖି ଓଜନିଆ ଜିନିଷର ଚାପ ଦିଆଯାଏ । ଦୁଇ ତିନିଦିନ ଏଇଭଳି ରଖାଯିବାପରେ ସେଥିରୁ ଲୋମ ପରିଷ୍କାର କରାଯାଏ । ତା'ପରେ ସେଥିରେ ଉଦ୍ଦିଷ୍ଟ ଚରିତ୍ରର ନକ୍ସା ଅଙ୍କନ କରାଯାଏ । ଅଳଙ୍କରଣ ଓ ପୋଷାକ ପରିଚ୍ଛଦ ନିମନ୍ତେ ଉକ୍ତ କଣ୍ଢେଇରେ ଅନେକ ସୁସଜ୍ଜିତ କ୍ଷୁଦ୍ର ଛିଦ୍ର କରାଯାଏ । ତାହା ମଧ୍ୟଦେଇ ଆଲୋକ ଗତିକରି ଚିତ୍ରକୁ ସ୍ପଷ୍ଟ କରିଥାଏ । ଦେବତାଙ୍କ ଚରିତ୍ର କଣ୍ଢେଇଗୁଡିକ ପାଇଁ ହରିଣ ଚମଡା ଓ ଆସୁରିକ ଚରିତ୍ର ପାଇଁ ସମ୍ବର ଚମଡା ବ୍ୟବହାର କରାଯାଏ । ଗୋଟିଏ ଚରିତ୍ର ପାଇଁ ଅନେକଗୁଡିଏ କଣ୍ଢେଇ ତିଆରି କରାଯାଏ । କାରଣ ଏହି କଣ୍ଢେଇଗୁଡିକର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଚାଲୁ ନଥିବାରୁ ସମ୍ପୂର୍ଣ୍ଣ ରାମାୟଣ ପ୍ରଦର୍ଶନ ନିମନ୍ତେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟାରେ କଣ୍ଢେଇ ତିଆରି କରିବାକୁ ପଡେ । ପ୍ରତି କଣ୍ଢେଇରେ ଗୋଟିଏ ବାଉଁଶ କାଠି ଖଞ୍ଜାଯାଏ । କଣ୍ଢେଇକୁ ଉଭୟ ପାର୍ଶ୍ଵରେ ମଜଭୁତ ସୂତାରେ ବନ୍ଧା ଯାଇଥାଏ ।