"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ଓଡ଼ିଶାର [[କେନ୍ଦୁଝର]] ଜିଲ୍ଲା [[ବଡ଼ବିଲ]] ନିକଟସ୍ଥ ସେରେଣ୍ଡା ଗ୍ରାମରେ ସେ ଜନ୍ମିତ। ବାପାଙ୍କ ନାମ ଚରଣ ମୁଣ୍ଡା। ମାଙ୍କ ନାମ ଘାସ ମୁଣ୍ଡା। ବାପା ଗାଁର ଚଉକିଅା ଥିଲେ। ପିଲାଟି ଦିନରୁ ବାପା ଚାଲିଯାଇଥିଲେ। ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ। ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ। ପେଟ ପୋଷିବା ପାଇଁଁ ତାଙ୍କୁ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା। ତାଙ୍କ ବୟସର ଅନ୍ୟପିଲାମାନେ ଛେଳି ଚରାଉଥିଲାବେଳେ ତୁଳସୀ ପାଠ ପଢ଼ିବାକୁ ଚାହୁଁଥିଲେ। ଏଥିପାଇଁଁ ତାଙ୍କୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ। କିନ୍ତୁ ତାଙ୍କ ଆତ୍ମବିଶ୍ଵାସ ଓ ଜିଦ୍ ତାଙ୍କୁ ହାର ମାନିବାକୁ ଦେଇନଥିଲା। ଶେଷରେ ତାଙ୍କୁ ମିଳିଲା ସ୍ଵୀକୃତି। ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ଫଳରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପାଠ ପଢ଼ିବାର ଅାଗ୍ରହ ଦେଖି ଖଣି ଖାଦାନର ମ୍ୟାନେଜରଙ୍କଠାରୁ ଇଂରାଜୀ ଶିଖିଥିଲେ।<ref>{{cite news|url=http://odishasuntimes.com/2016/10/04/biopic-odisha-activist-tulasi-munda-bags-top-honours-iffs/}}</ref>
 
== ସମାଜସେବା ==