"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' ଜଣେ ସମାଜସେବୀ। ଦାରିଦ୍ୟ, ଅନାହାର, ନିରକ୍ଷରତାକୁ ଖୁବ୍ ନିକଟରୁ ପରଖୁଥିବା ତୁଳସୀ ଶେଷରେ ନିଅାରା ଜୀବନ ବାଛି ନେଇଥିଲେ। ଅାଉ ଏହି ଜୀବନଶୈଳୀରେ କିଛି ନଥିଲା ନିଜ ପାଇଁ। ବରଂ ସମସ୍ତଙ୍କ ମଙ୍ଗଳ ପାଇଁଁ ସମର୍ପିତ ହୋଇଗଲା ସାମଗ୍ରିକ ଜୀବନ। ସମାଜସେବକ ଅାଚାର୍ଯ୍ୟ ବିନୋବା ଭାବେଙ୍କ ଦ୍ୱାରା ଅାରମ୍ଭ ହୋଇଥିବା ଭୂଦାନ ଅାନ୍ଦୋଳନରେ ମାତ୍ର ୧୪ ବର୍ଷ ବୟସରେ ନିଜକୁ ସାମିଲ କରିଦେଇଥିଲେ। ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ତୁଳସୀ ଅପା ବୋଲି ଡାକନ୍ତି। ଅାଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଉତ୍ସର୍ଗୀକୃତ। ତାଙ୍କ ତତ୍ତ୍ୱାବଧାନରେ ୨୦ରୁ ଉର୍ଦ୍ଧ୍ୱ ଅାବାସିକ ବିଦ୍ୟାଳୟ ରହିଛି। [[କେନ୍ଦୁଝର]] ଜିଲ୍ଲା ସେରେଣ୍ଡା ଗ୍ରାମରେ ଭାରତ ସ୍ୱାଧୀନତା ପ୍ରାପ୍ତିର ମାତ୍ର ଦିନକୁ ପୂର୍ବରୁ ସେ ଜନ୍ମିତ। ସେ ବିବାହ କରିନଥିଲେ। ସମାଜ ସେବାରେ ନିଜ ପାରିବାରିକ ବନ୍ଧନକୁ ଅାଉ ଏକ ଦାସତ୍ୱ ପରି ସେ ମଣୁଥିଲେ। ଆଦୌ ପାଠ ପଢ଼ିନଥିବା ତୁଳସୀଙ୍କ ତତ୍ତ୍ଵାବଧାନରେ ୨୦ଟି ଆବାସିକ ବିଦ୍ୟାଳୟ ପରିଚାଳିତ। ଯେଉଁ ଥିରେ ହଜାର ହଜାର ଆଦିବାସୀ ପିଲା ପାଠ ପଢିବାର ସୁଯୋଗ ପାଉଛନ୍ତି।<ref name=Book group=Book>{{cite book|last=Rai|first=Arbinda|title=Turning point|date=2016|publisher=Friend's publishers|location=cuttack|isbn=8174018638|page=247|pages=247}}</ref>
 
== ପ୍ରାରମ୍ଭିକ ଜୀବନ ==
ଓଡ଼ିଶାର [[କେନ୍ଦୁଝର]] ଜିଲ୍ଲା [[ବଡ଼ବିଲ]] ନିକଟସ୍ଥ ସେରେଣ୍ଡା ଗ୍ରାମରେ ସେ ଜନ୍ମିତ। ବାପାଙ୍କ ନାମ ଚରଣ ମୁଣ୍ଡା। ମାଙ୍କ ନାମ ଘାସ ମୁଣ୍ଡା। ବାପା ଗାଁର ଚଉକିଅା ଥିଲେ। ପିଲାଟି ଦିନରୁ ବାପା ଚାଲିଯାଇଥିଲେ। ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ। ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ। ପେଟ ପୋଷିବା ପାଇଁଁ ତାଙ୍କୁ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା। ତାଙ୍କ ବୟସର ଅନ୍ୟପିଲାମାନେ ଛେଳି ଚରାଉଥିଲାବେଳେ ତୁଳସୀ ପାଠ ପଢ଼ିବାକୁ ଚାହୁଁଥିଲେ। ସେ ପାଠ ପଢ଼ିବାକୁ ଚାହୁଁଥିଲେ ଏଥିପାଇଁଁ ତାଙ୍କୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ। କିନ୍ତୁ ତାଙ୍କ ଆତ୍ମବିଶ୍ଵାସ ଓ ଜିଦଜିଦ୍ ତାଙ୍କୁ ହାର ମାନିବାକୁ ଦେଇନଥିଲା। ଶେଷରେ ତାଙ୍କୁ ମିଳିଲା ସ୍ଵୀକୃତି। ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ଫଳରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପାଠ ପଢ଼ିବାର ଅାଗ୍ରହ ଦେଖି ଖଣି ଖାଦାନର ମ୍ୟାନେଜରଙ୍କଠାରୁ ଇଂରାଜୀ ଶିଖିଥିଲେ।<ref>{{cite news|url=http://odishasuntimes.com/2016/10/04/biopic-odisha-activist-tulasi-munda-bags-top-honours-iffs/}}</ref>
 
== ସମାଜସେବା ==
୧୯୬୩ ମସିହାରେ ସନ୍ଥ [[ବିନୋବା ଭାବେ]] ଓଡ଼ିଶା ଅାସିଥିଲେ। ଅସହାୟ ଗରିବଙ୍କ ପାଇଁ ବିନୋଭାବିନୋବା ତାଙ୍କର ଜମି ଦାନ କରିଦେଇଥିଲେ। ତାଙ୍କ ଦଦ୍ୱାଜକଜକରାଦ୍ୱାରା ତୁଳସୀ ବେଶ ଅନୁପ୍ରେରିତ ହୋଇଥିଲେ। ଭୂଦାନ ଅାନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ [[ମଧ୍ୟ ପ୍ରଦେଶ]] ଚାଲିଯାଇଥିଲେ। ସେହିଠାରୁ ଆରମ୍ଭ ହେଲା ତାଙ୍କର ସମାଜସେବା। ସେଠାରେ ଓଡ଼ିଶାର ଅଣ୍ଣପୂର୍ଣ୍ଣା ଦାଶ, ନିର୍ମଳା ଦେଶପାଣ୍ଡେଙ୍କ ସହ କାମ କରିଥିଲେ। ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଅାଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ ମାଳତୀ ଚୌଧୁରୀ, ରମାଦେବୀ, ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଅାସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ। ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା। ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସବୋଦୟ ମଣ୍ଡଳ, ଗାନ୍ଧୀ ସ୍ମାରକ ନିଧି, ବନବାସୀ ସେବା ସମିତି,ଜନସଚେତନା ମଣ୍ଡଳ, ମା' ରମାଦେବୀ ଗ୍ରାମ ସଂଗଠନ, ରେଡକ୍ରସ ସଂଗଠନ ସହ ତୁଳସୀ କାମ କରଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଆମେରିକାର ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍, ଜର୍ମାନୀ ଇ.ଜେଡ୍‌.ଇ ସଂସ୍ଥା ଓ ସୁଇଡେନ୍‌ ଆଲବମ୍‌ ସଂସ୍ଥା ସହ ସେ କାମ କରିଛନ୍ତି।<ref>{{cite news|url=http://jewelsofindia.blogspot.in/2012/08/tulasi-munda-orissa.html}}</ref>
 
==ଅାଦିବାସୀ ବିକାଶ ମଞ୍ଚ==